Odisha News Portal

ଆସନ୍ତା କାଲି ପବିତ୍ର ସାମ୍ବଦଶମୀ ରେ ଘରକୁ ଆଣନ୍ତୁ ଏହି 5ଟି ମହତ୍ତୂପ୍ବର୍ଣ୍ଣ ଜିନିଷ , ଘରକୁ ସୁଖଶାନ୍ତି ର ବାତାବରଣ ଆସିବ…..

ପବିତ୍ର ଶାମ୍ବଦଶମୀରେ ଗୃହରେ କରନ୍ତୁ ଏହି ସବୁ ଉପାୟ , ମାଁ ଲକ୍ଷ୍ମୀ କରିବେ ଟଙ୍କା ଏବଂ ସୁନାର ବର୍ଷା । ଧନ ଏପରି ଏକ ଜିନିଷ ଯାହାକି ସମସ୍ତଙ୍କର ବହୁତ ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ସମୟରେ ମନୁଷ୍ୟ ଜୀବନରେ ପ୍ରତିକାର୍ଯ୍ୟ କରିବା ପାଇଁ ଧନ ନିହାତି ଆବଶ୍ୟକ । ଧନବିନା ଆମେ ଗୋଟିଏ ବି ପାଦ ଆଗକୁ ବଢିପାରିବା ନାହିଁ । ତେଣୁ ଆମେ ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ କଠିନରୁ କଠିନ ପରିଶ୍ରମ କରିଥଆଉ । ତେଣୁ ଧନ ପାଇବା ପାଇଁ କଠିନ ପରିଶ୍ରମ କରିବା ସହିତ କିଛି ଉପାୟ ମଧ୍ୟ କରିବାକୁ ପଡିଥାଏ । ତେବେ ଧନ ପ୍ରାପ୍ତି ପାଁ ଏଭଳି କିଛି ଉପାୟ ରହିଛି ଯାହା ଆପଣଙ୍କୁ ବହୁତ ଶିଘ୍ର ଧନଶାଳୀ କରିପାରିବ ।

ଏହି ଉପାୟ ଗୁଡିକୁ ଆପଣ ମାନେ ପବିତ୍ର ଶାମ୍ବଦଶମୀ ଦିନ ଯଦି କରିବେ ତେବେ ମାଁ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କର ଅଧିକ ଧନ ଉପାର୍ଜନ କରିବାର ରାସ୍ତା ଖୋଲିଯିବ । ତେବେ ଚାଲନ୍ତୁ ଜାଣିବା ସେହିସବୁ ଉପାୟ ଗୁଡିକ ବିଷୟରେ ।

1. ପବିତ୍ର ଶାମ୍ବଦଶମୀ ଦିନ ସକାଳ ଏବଂ ସଂନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ବାର ନିକଟରେ ଘିଅର ଦୀପଟିଏ ଅବଶ୍ୟ ଜଲାନ୍ତୁ । ଦୀପ ଲଗାଇଲା ପରେ ବଳକା ଘିଅକୁ ଅଶ୍ବସ୍ତବୃକ୍ଷ ମୂଳେ ଢାଳି ଦିଅନ୍ତୁ , ଏହାଦ୍ବାରା ମାଁଲକ୍ଷ୍ମୀ ଆପଣଙ୍କ ଗୃହରେ ପ୍ରବେଶ କରିଥାନ୍ତି ଏବଂ ଆପଣଙ୍କ ଗୃହକୁ ଧନର ଆଗମନ ହୋଇଥାଏ ।

2, ଏହି ଶାମ୍ବଦଶମୀ ଦିନ ଘର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ । ଏହାଦ୍ବାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।

3. ଏହି ଦିନ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ସମୟରେ ଘିଅର ଦୀପ ଅବଶ୍ୟ ଜଳାନ୍ତୁ । ଏହି ଦୀପରେ ନାଲି ସୂତା ପକେଇ ରଖନ୍ତୁ , ଏହାଦ୍ବାରା ସୂର୍ଯ୍ୟଦେବ ଏବଂ ମାଲକ୍ଷ୍ମୀ ଆପଣଙ୍କର ପୂଚନରେ ସନ୍ତୁଷ୍ଟ ହୋଇଥାନ୍ତି । ଯାହାଦ୍ବାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ।

4. ଶାମ୍ବଦଶମୀ ହେଉଛି ବହୁତ ପବିତ୍ର ଦିନ । ଏହି ଦିନ ଆପଣ ମାନେ ଦୁଃଖୀ ଏବଂ ଦରିଦ୍ର ମାନଙ୍କୁ ଦାନ ଦିଅନ୍ତୁ । ଦାନ ଆପଣଙ୍କ ସାମର୍ଥ୍ୟ ଅନୁସାରେ କରନ୍ତୁ, ଦାନ କରିବା ଦ୍ବାରା ମନୁଷ୍ୟର ସାତ ଜନ୍ମର ପାପ କ୍ଷୟ ହୋଇଥାଏ । ଦାନ କରୁଥିବା ବ୍ୟକ୍ତିମାନଙ୍କୁ ମାଁ ଲକ୍ଷ୍ମୀ ଅଧିକ ପସନ୍ଦ କରିଥାନ୍ତି ।

5. ଏଦି ଦିନ ସଂନ୍ଧ୍ୟା ସମୟରେ ଏକ ପାତ୍ର ଉପରେ ଗୋବର ଉପରେ କିଛି ଝୁଣା ରଖି ଜଳାନ୍ତୁ ଏବଂ ଝୁଣା ଧୂପକୁ ଘର ସାରା ଦିଅନ୍ତୁ, ଦେଖିବେ ଘରେ ସୁଖଶାନ୍ତି ସହିତ ଧନର ଆଗମନ ହେବ ।

ତେଣୁ ଏହି ପବିତ୍ର ଶାମ୍ବଦଶମୀ ଦିନ ଏହି ସବୁ କାର୍ଯ୍ୟ ଘରେ ନିଶ୍ଚିତ କରନ୍ତୁ ଦେଖିବେ ଧନର ଆଗମନ ହେବା ସହିତ ସମସ୍ତ ଦେବାଦେବୀଙ୍କର ମଧ୍ୟ ଆପଣଙ୍କ ଉପରେ କୃପାପ୍ରାପ୍ତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।