କୁହା ଯାଇଥାଏ କି ପ୍ରେମ ଅନ୍ଧ ଆଉ ଏହି ପ୍ରେମ ସମ୍ପର୍କରେ ମୂଲ୍ୟକୁ ବି ବୁଝି ପାରେନା। ବର୍ତ୍ତମାନ ସମୟରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠୀ ଦେଖିବା ପାଇଁ ମିଳିଛି ସ୍ତ୍ରୀକୁ ଛାଡ଼ି ଶାଳୀ ପ୍ରେମରେ ପାଗଳ ଭିଣୋଇ। ସ୍ତ୍ରୀର ପ୍ରେମକୁ ପାଦରେ ଆଡେଇ ଦେଇ ଶାଳୀକୁ ନିଜର କରିବା ପାଇଁ ପ୍ରୟାସ କରୁଥିଲା ରଶିକିୟା ଭିଣୋଇ। ଏକତରଫା ପ୍ରେମ ପାଇଁ ଶାଳୀକୁ ଅପହରଣ ଉଦ୍ୟମ କରୁଥିଲା ଭିଣୋଇ।
ହଁ ଆଜ୍ଞା ପରକୀୟା ପ୍ରୀତିକୁ ନେଇ ପ୍ରତିଦିନ ଆମ ସମାଜରେ ବିଭିନ୍ନ ଖବର ପ୍ରକାଶ ପାଇବାରେ ଲାଗିଛି। ପ୍ରତିଦିନ ଏହିଭଳି ଖବର ସୋସିଆଲ ମିଡିଆ ଟିଭି ଖବର କାଗଜରେ ହେଡ୍ ଲାଇନ୍ ହୋଇ ବାହାରୁଛି। ଆପଣ ପ୍ରତିଦିନ ଏହି ଭଳି ଖବର ସଂସ୍ପର୍ଶରେ ଆସୁଥିବେ। ବର୍ତ୍ତମାନ ସମୟରେ ମଧ୍ୟ ସେହିଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ସ୍ତ୍ରୀକୁ ଛାଡ଼ି ଶାଳୀ ପ୍ରେମର ଉବୁଟୁବୁ ହେଉଛି ରସିକିୟା ଭିଣୋଇ ଆଉ ଜବରଦସ୍ତି ଶାଳୀକୁ ନେଇ ଫେରାର ହେବାକୁ ବସିଥିବା ଭିଣୋଇକୁ କାବୁ କରିଛନ୍ତି ଗ୍ରାମବାସୀ।ତେବେ ଆସନ୍ତୁ କଣ ରହିଛି ଘଟଣା ତା ସମ୍ପର୍କରେ ଜାଣିବା।
ତେବେ ନିଜ କାକା ଶଶୁରଙ୍କ ଝିଅକୁ ଏକ ତରଫା ପ୍ରେମ କରି ଜବରଦସ୍ତି ଶାଳୀ କୁ ନେଇ ଫେରାର ହେବାକୁ ବସି ଥିବା ଭିଣୋଇ କୁ ଚାନ୍ଦତରି ଛକ ନିକଟରେ ମାଡ଼ି ବସିଲେ ଗ୍ରାମ ବାସି। ଭିଣୋଇର ଏପରି କାରନାମାକୁ ଜାଣିପାରି ଗ୍ରାମବାସୀ ରସିକିୟା ଭିଣୋଇକୁ କାବୁ କରିଥିଲେ। ଏହାପରେ ଘଟଣା ସ୍ଥଳରେ ସରପଞ୍ଚ ଓ ତହସିଲଦାର ପହଁଚି ଭିଣୋଇକୁ ଉଦ୍ଧାର କରି ସିନ୍ଧେକେଲା ଥାନାକୁ ନେଇଥିଲେ ପାରିବାର ଲୋକେ।
ସୂଚନାଯୋଗ୍ୟ
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ମାଣ୍ଡସିଲି ଗାଁର ଶିଶୁପାଳ ଜୁଆଡଗତ ୨୦୧୭ ମସିହାରେ ବହଳପଦ ଗାଁରେ ବିବାହ କରିଥିଲେ। ଆଉ ସ୍ତ୍ରୀର ପ୍ରେମ କୁ ଭୁଲି ରସିକିୟା ଭିଣୋଇ ପଡ଼ି ଯାଇଥିଲେ ଶାଳୀ ପ୍ରେମରେ। ଆଉ ଏକତରଫା ପ୍ରେମ କୁ ସବୁବେଳେ ପାଇବା ପାଇଁ ଚାହୁଁଥିଲେ ଭିଣୋଇ। ସ୍ତ୍ରୀକୁ ଛାଡ଼ି ଶାଳୀକୁ ନିଜର କରିବାର ସପ୍ନ ଦେଖୁଥିଲେ ଏହି ରସିକିୟା ଭିଣୋଇ ଜଣକ।ଆଉ ଶାଳୀକୁ କିପରି ନିଜର କରିବେ ସୁଯୋଗ ଖୋଜୁ ଥିଲେ।
ତେବେ ଶାଳୀ କଲେଜ୍ କୁ ପାଠ ପଢି ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ଭିଣୋଇ ଏକ କାର ରେ ଆସିଶାଳୀକୁ ଅପହରଣ କରି ନେବା ପାଇଁ ବସିଥିଲା। ତେବେ ଚାନ୍ଦତରା ର ଗ୍ରାମ ବାସୀ ମାନେ ଏକଥା ଜାଣିବା ପରେ ଗାଡ଼ିକୁ ଅଟକ ରଖିଥିଲେ। ଆଉ ସଙ୍ଗେ ସଙ୍ଗେ ପୋଲିସ୍ କୁ ଏ ସମ୍ପର୍କରେ ଖବର ଦେଇଥିଲେ। ତେବେ ପୋଲିସ୍ ଘଟଣା ସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଭିଣୋଇକୁ ଅଟକ ରଖି ପଚାରା ଉଚରା କରୁଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।