Odisha News Portal

ସକାଳୁ ଉଠି ସ୍ତ୍ରୀ ମାନେ କେବେବି ଦେଖନ୍ତୁ ନାହିଁ ଏହି ଜିନିଷ , ନଚେତ୍ ବରବାଦ୍ ହୋଇଯିବେ ?

ମହିଳା ଏବଂ ସ୍ତ୍ରୀ ସକାଳୁ ଭୁଲରେ ବି ଉଠି କରି ଦେଖିବେ ନାହିଁ ଏହି ଦୃଶ୍ୟ । ଘରର ଠାକୁର ଘର ଏବଂ ରୋଷେଇ ଘର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇଥାଏ । ଯେଉଁ ଘର ମଧ୍ୟରେ ରୋଷେଇ ଘର ସ୍ୱଚ୍ଛ ଏବଂ ପରିଷ୍କାର ତେବେ ସେହି ଘର ମଧ୍ୟରେ କରାଯାଉଥିବା ସମସ୍ତ କାର୍ଯ୍ୟ ଭଲ ହୋଇଥାଏ । ଯେଉଁ ଘର ମଧ୍ୟରେ ରୋଷେଇ ଘର ଠିକ ହୋଇନଥାଏ ସେହି ଘରେ ସମସ୍ତ ପ୍ରକାର ଅଶାନ୍ତି ଲାଗି ରହିଥାଏ । ଏହା ସହିତ ଘର ଦରିଦ୍ରତା ଆଡକୁ ଚାଲି ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କି କେଉଁ ଦୃଶ୍ୟ ସକାଳୁ ସ୍ତ୍ରୀ ମାନେ ରୋଷେଇ ଘର ମଧ୍ୟରେ ଦେଖିବା ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଅଇଁଠା ବାସନ –ସକାଳୁ ସକାଳୁ ଉଠି ସ୍ତ୍ରୀ ମାନେ ରୋଷେଇ ଘରେ ରାତି ସାରା ପଡି ରହିଥିବା ଅଧୁଆ ବାସନକୁ ଦେଖିବା ଅଶୁଭ ହୋଇଥାଏ । ଅଧୁଆ ହୋଇଥିବା ବାସନ ରାତି ସାରା ଘର ମଧ୍ୟରେ ରହିବା ଘରର ବାସ୍ତୁକୁ ବିଗାଡିଥାଏ ।

ସେମାନେ ସକାଳୁ ଏହି ବାସନ ଦେଖିବା ଦ୍ୱାରା ନକରାତ୍ମକ ଶକ୍ତି ଦ୍ୱାରା ଘାରି ହୋଇଥାନ୍ତି । ଅର୍ଥାତ ସ୍ତ୍ରୀ ମାନେ ଅନ୍ୟ ହାତରେ ବଶିଭୂତ ହେବାର ଆଶଙ୍କା ବଡିଥାଏ । ଏପରି ଦୃଶ୍ୟ ଘର ମଧ୍ୟରେ ଘରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଗାଡିଥାଏ । ଏହା ସହ ଯେଉଁ ଘରେ ଅଧୁଆ ବାସନ ରହିଥାଏ ସେହି ଘର ମଧ୍ୟରୁ ମାତା ଲକ୍ଷ୍ମୀଙ୍କର ବାସ ମଧ୍ୟ ଉଠି ଯାଇଥାଏ ।

2–ଧାରୁଆ ଜିନିଷ

ସ୍ତ୍ରୀ ଲୋକମାନେ ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଆଖିରେ ଧାରୁଆ ଛୁରୀ ବା ପନିଖି ପରି ବସ୍ତୁ ସେମାନଙ୍କର ଦୃଷ୍ଟିରେ ପଡିବା ମଧ୍ୟ ଉଚିତ ହୋଇନଥାଏ । ଏହି ଧାରୁଆ ବସ୍ତୁ ସ୍ତ୍ରୀ ଲୋକମାନେ ସକାଳୁ ରୋଷେଇ ଘର ମଧ୍ୟରେ ଦେଖିବା ମହିଳା ମାନଙ୍କର ମନରେ ଏବଂ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆଣିଥାଏ । ଯାହାକି ମନରେ ହିଂସା ଘଟଣା ଏବଂ ଦୁର୍ଘଟଣାର କାରଣ ସାଜିଥାଏ । ସ୍ୱାମୀର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ ।

3–ଅଳିଆ

ସକାଳୁ ରୋଷେଇ ଘର ମଧ୍ୟରେ ସ୍ତ୍ରୀ ମାନେ ପ୍ରବେଶ କରିବା ମାତ୍ରେ ସେମାନଙ୍କର ଦୃଷ୍ଟି ଅଳିଆ ବା ଡଷ୍ଟବିନ ଉପରେ ପଡିବା ସେମାନଙ୍କର ପାଇଁ ଶୁଭ ହୋଇନଥାଏ । ଏପରି ଦୃଶ୍ୟ ସ୍ତ୍ରୀ ବା ମହିଳା ମାନଙ୍କର ଗର୍ଭ ଜନିତ ସମସ୍ୟା ସୃଷ୍ଟି କରିଥାଏ ।

ଏହା ସହିତ ରୋଷେଇ ଘରେ ଏମିତି କିଛି କାର୍ଯ୍ୟ ଘଟିଥାଏ ଯାହା ଆପଣ ମାନଙ୍କୁ କୌଣସି ବିପଦର ସଂଙ୍କେତ ପ୍ରଦାନ କରିଥାଏ । ଯେପରିକି ବାରମ୍ବାର କ୍ଷୀର ଉତୁରୁ ପଡିବା , ସୁଣ ଅଧିକ ହେବା , ଖାଇବା ପୋଡିଯିବା , ରୋଷେଇ ଘର ମଧ୍ୟରେ ତେଲ ଢାଳି ହୋଇଯିବା ଏବଂ ହାତ ପୋଡିଯିବା ଏପରି କିଛି ଘଟଣା ରୋଷେଇ ଘର ମଧ୍ୟରେ ଘଟିବା ଆଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।