ସକାଳୁ ଉଠିବା ପରେ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ସାରା ଦିନ ଆପଣଙ୍କର ଅମଙ୍ଗଳରେ କଟିଯିବ…..

ସକାଳୁ ଉଠିବା ପରେ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ସାରା ଦିନ ଆପଣଙ୍କର ଅମଙ୍ଗଳରେ କଟିଯିବ । ଗୋଟିଏ ଲୋକ କଥା ଶୁଣିଥିବେ ଯେ ସକାଳୁ ଉଠି କାହା ମୁହଁ ଚାହିଁଥିଲେ ଦିନ ଯାକ ଖରାପରେ କଟିଲା । ତେବେ ଚାଲନ୍ତୁ ଜାଣିବା କଣ ସେହି ତିନୋଟି କାର୍ଯ୍ୟ ଯାହାକୁ ସକାଳୁ ଉଠିବା ପରେ କରିବା ଉଚିତ ନୁହେଁ । ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କ ଉଦୟ ସହିତ ଗୋଟିଏ ନୂତନ ଦିନର ଆରମ୍ଭ ହୋଇଥାଏ । ସଂମ୍ପୂର୍ଣ ଦିନଟି ଭଲରେ କଟୁ ଏଥିପାଇଁ ଲୋକମାନେ ସକାଳୁ ଉଠି ଶୁଭ ବିଚାର ଆଣିବାକୁ ଚେଷ୍ଟା କରିଥାନ୍ତି । ଯଦି ସକାଳୁ କୌଣସି ଖରାପ କାର୍ଯ୍ୟ କରାଯାଏ, ତାହେଲେ ତାର ନକରାତ୍ମକ ପ୍ରଭାବ ସାରା ଦିନ ରହିଥାଏ ।

ବ୍ୟକ୍ତି ତାର ମନ ଏବଂ ମତ୍ସିଷ୍କରୁ ସେହି ଖରାପ ବିଚାରକୁ ବାହାର କରିପାରି ନଥାଏ ଏବଂ ତାର ସାରା ଦିନଟି ଇଚ୍ଛା ନ ଥିବା ସତ୍ବେ ମଧ୍ୟ ନିଞ୍ଚିତରେ କଟିଥାଏ । ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି ଆଖି ଖୋଲିବା ପରେ ଶୁଭ ବସ୍ତୁ ଦେଖିବା ଦ୍ବାରା ସକରାତ୍ମକ ଉର୍ଜାର ବାତାବରଣ ସାରା ଦିନ ରହିଥାଏ । ଏଥିପାଇଁ ସକାଳୁ ସକାଳୁ ଅଶୁଭ ବସ୍ତୁ ଦେଖିବାରୁ ବଞ୍ଚିତ ହେବା ଦରକାର । ଆସନ୍ତୁ ଜାଣିବା କଣ ସକାଳୁ ଉଠି ଦେଖିବା ଅନୁଚିତ ।


1. ସକାଳୁ ଆଖି ଖୋଲିବା ପରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ଶୟନକକ୍ଷରେ ଦର୍ପଣ ରଖିବା ଉଚିତ ନୁହେଁ କିନ୍ତୁ ଯଦି ରଖିବା ପାଇଁ ପଡୁଛି ତେବେ ଏହାକୁ ଏପରି ରଖନ୍ତୁ ଯେପରି୍ ସକାଳୁ ଉଠିବା ପରେ ଦର୍ପଣରେ ଆପଣଙ୍କର ମୁହଁ ଦେଖାନଯାଏ । ଏହା ସହିତ ସେହି ଦର୍ପଣରେ ଯେମିତି ଆପଣଙ୍କର ଶେଯ ଦେଖା ନଯାଏ , ଆଉ ଯଦି ଦେଖା ଯାଉଛି ତେବେ ଆପଣ ସାରା ଦିନ ଏବଂ ରାତି ଦର୍ପଣକୁ କପଡାରେ ଖୋଡାଇ ରଖନ୍ତୁ ଏବଂ ଆବଶ୍ୟକ ସମୟରେ ଏହାକୁ ଖୋଲନ୍ତୁ ଆଉ ବ୍ୟବହାର କରନ୍ତୁ । ବ୍ୟବହାର ପରେ ପୁଣି ଏହାକୁ କପଡାରେ ଖୋଡାଇ ଦିଅନ୍ତୁ ।


2. ଶୋଇଥିବା ଶେଯ ବା ଖଟରୁ ଉଠିବା ସମୟରେ ନିଜର ଛାଇ ଦେଖନ୍ତୁ ନାହିଁ । ସେହି ସମୟରେ କୌଣସି ଅନ୍ୟ ବ୍ୟକ୍ତିର ଛାଇ ଦେଖିବା ମଧ୍ୟ ଅଶୁଭ ହୋଇଥାଏ । ତେଣୁ ସକାଳୁ ନିଜର ଛାଇ କିମ୍ବା ଅନ୍ୟର ଛାଇ ଦେଖିବା ଦ୍ବାରା ଆପଣଙ୍କର ସାରା ଦିନ ନକରାତ୍ମକ ଭାବନାରେ କଟିପାରେ । ତେଣୁ ସକାଳୁ ଉଠି କେବେ ବି ଏହାକୁ ଦେଖନ୍ତୁ ନାହିଁ ।

3. ଘରେ ଜଙ୍ଗଲୀ ଜନ୍ତୁ ବିଶେଷ କରି ହିଂସ୍ର ଜନ୍ତୁ ମାନଙ୍କର ଫୋଟ ଲଗାଇବା ଠିକ୍ ନୁହେଁ । ଏହାଦ୍ବାରା ନକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଆଉ ପରିବାରରେ କାହାର କାହା ପ୍ରତି ଭାବନା ଠିକ୍ ରହିନଥାଏ ଏବଂ ହିଂସ୍ର ଭାବ ସୃଷ୍ଟି ହୋଇଥାଏ । ସେଥି ପାଇଂ ଘରେ ହିଂସ୍ର ଜନ୍ତୁର ଫୋଟ କଦାପି ଲଗାନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment