କ୍ୟାଲସିୟମର ଅଭାବ, ଆଂଠୁଗଣ୍ଠି ବିନ୍ଧା ଏବଂ ଅଣ୍ଟା ବିନ୍ଧା ( Joint Pain ) କେବଳ ୧୦ ମିନିଟରେ ଭଲ ହେବ

ବନ୍ଧୁଗଣ ବର୍ତମାନ ଘରେ ଅନେକ ରୋଗ ଜନିତ ସମସ୍ୟା ଦେଖା ଦେଲାଣି, କେତେ ଅଳ୍ପ ବୟସରୁ ଅନେକ ରୋଗରେ ଲୋକେ ପୀଡିତ ହେଉଛନ୍ତି |ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଘରେ ଦେଖା ଦେଉଛି, ଏଥିରେ ଲୋକେ ଅନେକ କଷ୍ଟ ମଧ୍ୟ୍ୟ ପାଉଛନ୍ତି |ଆମ ଶରୀର ଅନେକ ବିନ୍ଧା ଯନ୍ତ୍ରଣା ହୋଇଥାଏ, |ଗୋଡ ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ଆଦି ସମସ୍ୟାର ସମାଧାନ ପାଇଁ ମୁଁ ଆଜି ଆପଣକୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଅନେକ ପ୍ରକାର ବିନ୍ଧାକୁ ମାତ୍ର 10ମିନିଟ ରେ ଭଲ କରିଦେବ ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ଆବଶ୍ୟକ ସାମଗ୍ରୀ, ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ଶିଶୁ ପତ୍ର, ସୋରିଷ ତେଲ,ମେଥି,ଜୁଆଣି ଓ ରସୁଣ

ପ୍ରସ୍ତୁତି :-

ଆପଣ ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ଏଥିରେ ଦୁଇ କିମ୍ବା ଏକ ମୁଠା ଶିଶୁ ପତ୍ର ପକାଇ ଦୁଇ କି ତିନି ଥର ଭଲ ଭାବରେ ଧୋଇଦିଅନ୍ତୁ |କାରଣ ଏହି ପତ୍ର ସାଧାରଣତଃ ରାସ୍ତା ସାଇଡରେ ମିଳିଥାଏ ସେଥିପାଇଁ ଅଧିକ ଧୂଳି ଲାଗିଥାଏ |ଏହି ପାତ୍ରକୁ ଭଲ ଭାବରେ ଧୋଇ ଶୁଖାଇଦିଅନ୍ତୁ |ଯେମିତି ଏଥିରୁ ସବୁ ପାଣି ନିଗାଡ଼ିଯିବ ଅଥବା ଗୋଟେ ସଫା କନାରେ ପୁଛିଦିଅନ୍ତୁ |ଏହାପରେ ଆପଣ ଏକ ପାତ୍ର ନିଅନ୍ତୁ, ତାହା ଲୁହାର କଢେଇ ହେଉ ବା ଷ୍ଟିଲର ପାତ୍ର ହେଉ କିନ୍ତୁ ପାତ୍ରଟି ଅଳ୍ପ ମୋଟ ହେବା ଦରକାର |

ଏହାପରେ ଆପଣ ଏହି ଶିଶୁ ପତ୍ରକୁ ତାର ଡେମ୍ଫ ବାହାର କରି ନିଅନ୍ତୁ, ଏହି ପତ୍ର ଟାଣ ବା ପାକଳ ହୋଇଥିବା ଆବଶ୍ୟକ,କଷି ପତ୍ର ନିଅନ୍ତୁ ନାହିଁ |ମୁଠାଏ ଶିଶୁ ପତ୍ର ନିଅନ୍ତୁ ଏବଂ ଏଥିରେ 150ରୁ 200gm ର ସୋରିଷ ତେଲ କିମ୍ବା ରାଶି ତେଲ ଦିଅନ୍ତୁ |ଏବେ ଆପଣ ଏହାକୁ ନେଇ ଅଳ୍ପ ଆଞ୍ଚ ଦେଇ ଗ୍ୟାସ ଉପରେ ବସାନ୍ତୁ,ଅଧିକ ଆଞ୍ଚ ଦେଲେ ଶିଶୁ ପତ୍ର ପୋଡିଯିବା ଏବେ ଆପଣ ଏହାକୁ ସ୍ଲୋ ସ୍ଲୋ ବୋଏଲ କରାନ୍ତୁ ଓ କିଛି ସମୟ ପରେ ଏଥିରେ ଅଧା ଚାମଚ ମେଥିଦାନା ପକାଇ ଦିଅନ୍ତୁ |

ଏହାର କିଛି ସମୟ ପରେ ଆପଣ ଏଥିରେ ଅଧା ଚାମଚ ଜୁଆଣି ପକାନ୍ତୁ |ତାପରେ 3ରୁ 4ଟି ରସୁଣ କୋଷା ଏହି ଗରମ ତେଲରେ ପକାନ୍ତୁ| ଏହାକୁ ସ୍ଲୋ ଫ୍ଲେମରେ ବଏଲ କରନ୍ତୁ,ଏହା 5ରୁ 7ମିନିଟ ପ୍ରଯ୍ୟନ୍ତ ବୋଏଲ କରନ୍ତୁ |ଯେତେବେଳେ ରସୁଣ ବ୍ରାଉନ କଲର ହୋଇଯିବ ସେତେବେଳେ ଆପଣ ଗ୍ୟାସ ବନ୍ଦକରି ଏହାକୁ ଢାଙ୍କି 2ରୁ 3ଘଣ୍ଟା ରଖନ୍ତୁ ଯେପରି ଏହି ସମ୍ପୂର୍ଣ ଥଣ୍ଡା ହେବା ସହ ଏଥିରେ ଥିବା ସମସ୍ତ ସାମଗ୍ରୀର ପୋଷାକ ଏହି ତେଲରେ ମିଜିଯାଇ ଥିବ |ପରେ ଏହାକୁ ଏକ କାଚ ବୋତଲକୁ କାଢିନିଅନ୍ତୁ |

ବ୍ୟବହାର :-

ଏହି ତେଲକୁ ଆପଣ ଯେତେବେଳେ ବିନ୍ଧାଯନ୍ତ୍ରଣା ହେବ ସେତେବେଳେ ମାଲିସ କରିପାରିବେ, ଆପଣ ଏହାକୁ ସମ୍ପୂର୍ଣ ଦେହରେ ମଧ୍ୟ ଲଗାଇ ପାରିବେ |ଅଧିକାଂଶ ଲୋକଙ୍କ ସ୍କିନ ସେନସେଟିଭ ହୋଇଥଏ ତେଣୁ ଆପଣ ଏହାକୁ ଡାଇରେକ୍ଟ ନଲଗାଇ ଆଲୋବେର କିମ୍ବା ଗାଈ ଘିଅ ପ୍ରଥମେ ଲଗାଇ ଏହି ତେଲକୁ ଲଗାନ୍ତୁ |ଦିନରେ ଆପଣ 3/4ଥର ଏହାକୁ ଲଗାଇପାରିବେ |ଏହାସହିତ ଆପଣ ଏକ୍ସସେରସାଇଜ ସହ କ୍ୟାଲସିଅମ ଜାତୀୟ ଖାଦ୍ୟଖାନ୍ତୁ, ଦେଖିବେ ଆପଣଂକର ଏହି ସମସ୍ୟା ଧୀରେଧୀରେ କମିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment