Odisha News Portal

Sadhubani Anuchinta—ମାତା ଲକ୍ଷ୍ମୀଙ୍କର ପ୍ରିୟ ଏହି ଅଟେ ଏହି ଗଛ , ଘରେ ଲଗାଇଲେ ରାତାରାତି ହେବେ କୋଟିପତି

ଘରେ ଲଗା ଯାଇଥିବା ଗଛଲତା ବାତାବରଣକୁ ଶୁଦ୍ଧି କରିବାକୁ କାମରେ ଆସିଥାଏ । କିନ୍ତୁ କଣ ାପଣ ଜାଣିଛନ୍ତି ଯେ ଏହି ଗଛଲତା ମାନେ ମଧ୍ୟ ଆପଣଙ୍କ ର ଭାଗ୍ୟ ବଦଳାଇ ଦେଇ ପାରନ୍ତି । ବାସ୍ତୁ ଅନୁସାରେ କିଛି ଗଛ ଏମିତି ଥାଆନ୍ତି ଯାହାକୁ ଆପଣ ଘରେ ଲଗାଇବା ଦ୍ବାରା ଆପଣଙ୍କୁ ଅନେକ ଲାଭ ହୋଇଥାଏ । ତେଣୁ ଆଜି ଆମେ ଆପଣ ଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ଲଗାଇବା ଦ୍ବାରା ଘରୁ ସବୁ ନକରାତ୍ମାକ ଉର୍ଜା କୁ ଦୂର କରିବା ସହିତ ଘରୁ କେବେ ବି ଧନହାନୀ ହେବାକୁ ଦେଇ ନଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଚମତ୍କାରୀ ଗଛ ଗୁଡିକ ବିଷୟରେ ।

1, ତୁଳସୀ ଗଛ –

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଗଛ ବୋଲି ମାନା ଯାଇଥାଏ । ଆଉ ତୁଳସୀ ଗଛରେ ସ୍ବୟଂ ମାଁ ଲକ୍ଷ୍ମୀ ବିରାଜ ମାନ କରିଥାନ୍ତି ବୋଲି ଶାସ୍ତ୍ର ରେ କୁହା ଯାଇଥାଏ । ତେବେ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ଖାସ୍ ଗଛ ବୋଲି ଧରା ଯାଇଥାଏ ।

ଏହା ସହିତ ଏହାକୁ ସମସ୍ତେ ମଧ୍ୟ ନିଜର ଘରେ ଲଗାଇଥାନ୍ତି । ଏହି ଗଛ ଘରେ କେବେ ବି ଟଙ୍କା ପଇସା ଅଭାବ ହେବାକୁ ଦେଇ ନଥାଏ , ଏହା ସହିତ ଏହାକୁ ଘରେ ଲଗାଇବା ଦ୍ବାରା ମଧ୍ୟ ଘରୁ ନକରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ଏହି ଗଛ କୁ ସବୁବେଳେ ଆପଣ ଉତ୍ତର – ପୂ୍ର୍ବ ଦିଗ ରେ ଲଗାଇବା ଦରକାର ।

2. ଅଁଳା ଗଛ –

ବାସ୍ତୁ ଅନୁସାରେ ଏହି ଗଛ କୁ ଘରେ ଲଗାଇବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ବ୍ୟତିତ ଆପଣ ଘରେ ଏହାର ଚିତ୍ର ମଧ୍ୟ ଲଗାଇ ପାରିବେ । ଏହି ଗଛକୁ ଘରେ ଲଗେଇବା ଦ୍ବାରା ବାତାବରଣ ବି ଶୁଦ୍ଧି ହୋଇ ଥାଏ ।

3. ଗଙ୍ଗ ଶିଉଳି ଗଛ –

ଏହି ଗଛକୁ ଘର ପାଖରେ ଲଗାଇବା ଦ୍ବାରା ଘରେ କେବେ ବି ଦରିଦ୍ରତା ଆସିନଥାଏ । ଏହି ଗଙ୍ଗ ଶିଉଳି ଗଛର ଫୁଲ ଖୁବ୍ ସୁଗନ୍ଧିତ କରିବା ସହିତ ଘରେ ଧନ ଲାଭର କାରଣ ମଧ୍ୟ ହୋଇ ଥାଏ । ତେଣୁ ଏଥି ପାଇଂ ପ୍ରତ୍ୟେକ ଲୋକ ନିଜର ବାଡିରେ ବା ବଗିଚା ରେ ଏହି ଗଛ ନିହାତି ଭାବରେ ଲଗାଇବା ଦରକାର ।

4. ଶମି ଗଛ –

ଏହି ଶମି ଗଛ ଘରର ସୌନ୍ଦର୍ଯ୍ୟକୁ ବଢାଇବା ସହିତ ଏହି ଗଛର ଫୁଲ କେବେ ବି ଘରର ଧନ ହାନୀ ହେବାକୁ ଦେଇ ନଥାଏ । ଆପଣ ଏହି ଗଛକୁ ନିଜ ଘରେ ବା ବାଲକୁନି ରେ ମଧ୍ୟ ଲଗାଇ ପାରିବେ ।

5. ଅପରାଜିତା ଫୁଲ ଗଛ –

ଆପଣଙ୍କ ଗାର୍ଡେନ୍ ବା ଘର ର ଶୋଭା ବଢାଇବା ସହିତ ଏହି ନୀଳ ରଙ୍ଗ ର ଫୁଲ ସବୁବେଳେ ଘରର ଆର୍ଥିକ ସମସ୍ୟାକୁ ଦୂର କରିଥାଏ । ଲକ୍ଷ୍ମୀଙ୍କ ସ୍ବରୂପ ବୋଲି କୁହା ଯାଇଥାଏ ଏହି ଫୁଲ କୁ । ତେଣୁ ଏହି ଫୁଲ ପ୍ରତ୍ୟେକ ଘରେ ହେବା ନିହାତି ଦରକାର । କାରଣ ଘରର ସୁଖ ଶାନ୍ତିକୁ ବଢାଇବାରେ ଏହି ଫୁଲର ବହୁତ ଅଧିକ ମହତ୍ବପୂର୍ଣ୍ଣ ଭୂମିକା ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।