Odisha News Portal

ସବୁଠାରୁ ନିଆଁର ପର୍ବ ଏଠାକାର ଲୋକମାନେ କରିଥାନ୍ତି କୁକୁର ଙ୍କର ପୂଜା ଏହି ଅଦ୍ଭୂତପୂର୍ବ ପରମ୍ପରା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସଂସ୍କୃତି ତଥା ଆଧ୍ୟାତ୍ମିକତାର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି । ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ । ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି।

ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ । ଏହି ଦେବାଦେବୀ ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ ।

ତେବେ ଆମ ବିଶ୍ଵରେ ପ୍ରାୟ 200 ରୁ ଅଧିକ ଦେଶ ରହିଛି । ସବୁ ଦେଶ ଅନ୍ୟ ଦେଶ ଠାରୁ ଭିନ୍ନ ହୋଇଥାଏ । ବିଶ୍ୱର ପ୍ରାୟ ସବୁ ଦେଶ ର କେତେକ ଭିନ୍ନ ତଥା ସ୍ୱତନ୍ତ୍ର ବିଶିଷ୍ଟ ଦ୍ୱାରା ପରିଚାଳିତ ହୋଇଥାଏ । କେବଳ ଏତିକି ନୁହେଁ ବରଂ ସବୁ ଦେଶର ଭିନ୍ନଭିନ୍ନ ପରମ୍ପରା ଓ ସଂସ୍କୃତି ମଧ୍ୟ ରହିଛି । ଆମେ ଆଜି ଆପଣଙ୍କୁ ଭାତରର ପୋଡ଼ଶୀ ଦେଶ ନେପାଳର ଏକ ପରମ୍ପରା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଭାରତର ପୋଡ଼ଶୀ ରାଷ୍ଟ୍ର ନେପାଳରେ ଦୀପାବଳୀ ବା କାଳୀପୂଜାରେ କୁକୁରଙ୍କୁ ପୂଜା କରାଯାଏ । ଯଦିଓ କଥାଟି ଆଶ୍ଚର୍ଯ୍ୟ ଜନକ ଲାଗୁଥାଏ କିନ୍ତୁ ଏହା ସତ୍ୟ ଅଟେ । ସୂଚନାଯୋଗ୍ୟ ,ପ୍ରତ୍ୟେକ ବର୍ଷ ଦୀପାବଳୀ ବା କାଳୀପୂଜା ରେ ମା କାଳୀ ଙ୍କ ସହିତ ନେପାଳ ରେ କୁକୁର ମାନଙ୍କ ର ପୂଜାର୍ଚ୍ଚନା କରାଯାଏ ।

ତେବେ ସେମାନ ଙ୍କ ମୁଣ୍ଡ ରେ ଟୀକା ଲଗାଇ ବେକ ରେ ଫୁଲ ମାଳ ପକାଯାଇଥାଏ । ଆଉ ସେହି କୁକୁର ମାନଙ୍କୁ ସମ୍ମାନ ର ସହ ପୂଜା କରାଯାଏ । ଯେଉଁ ପରି ଭାବରେ ଆମେ ଠାକୁର ଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଆୟଜିତ କରିଥାଉ ନେପାଳ ର ଲୋକ ମାନେ ସେହି ପରି ଭାବରେ କୁକୁର କୁ ପୂଜା କରିବା ପାଇଁ ଫୁଲ ,ଦୀପ,ଧୂପ ଆଦିର ଆୟଜନ କରିଥାନ୍ତି ।

ପ୍ରଥମେ ସେମାନେ କୁକୁରକୁ ଭଲ ଭାବରେ ଗାଧେଇ ସଫା କରିଥାନ୍ତି ଏବଂ ପୂଜା କରିବା ପାଇଁ ଏକ ସ୍ଥାନକୁ ଆଣିଥାନ୍ତି । ଏହାପରେ ସେମାନଙ୍କ ମୁଣ୍ଡରେ ଟୀକା ଲଗାଇ ଫୁଲ ମାଳ ପିନ୍ଧାଇ ସେମାନଙ୍କୁ ପୂଜା କରିବା ପରେ । କ୍ଷୀର ,ଏବଂ ଅଣ୍ଡା ଖାଇବାକୁ ଦିଆଯାଏ । ତାସହ ବିଭିନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ ସେହି କୁକୁରଙ୍କ ପାଇଁ ।

ନେପାଳ ରେ ଏହି ପରମ୍ପରା ବହୁ ପୂର୍ବରୁ ପାଳନ କରାଯାଇଆସୁଛି । ସେମାନେ ବିଶ୍ୱାସ କରନ୍ତି ଯେ କୁକୁର ହେଉଛି ମଣିଷ ର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଯିଏକି ନିଜର ମୃତ୍ୟୁ ପରେ ମଧ୍ୟ ସେ ତାର ମାଲିକ ର ରକ୍ଷା କରିଥାଏ ।ତେଣୁ ସେମାନେ ପ୍ରତିବର୍ଷ କାଳୀ ପୂଜାରେ କୁକୁର ଙ୍କର ପୂଜା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।