ସାବଧାନ ! ଖାଲିପେଟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 5 ଟି ଖାଦ୍ୟ, ନହେଲେ…

ପିଲା ହୁଅନ୍ତୁ ବା ବୟସ୍କ ସକାଳୁ ସ୍କୁଲ ବା ଅଫିସ ଯିବା ବ୍ୟସ୍ତରେ ଜଳଖିଆ କରିବା ଭୁଲି ଯାଇଥାନ୍ତି । ଏହାପରେ ଭୋକ ଲାଗିଲେ ଜଙ୍କ ଫୁଡ୍ ର ସେବନ କରିଥାନ୍ତି , କିନ୍ତୁ ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଲିପେଟରେ ଖାଇବା କୌଣସି ବିପଦରୁ କମ ନୁହେଁ । ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ର ଆବଶ୍ୟକ ପଡିଥାଏ । କିନ୍ତୁ କିଛି ଏମିତି ଖାଦ୍ୟ ପଦାର୍ଥ ରହିଛି , ଯାହାକୁ ସଠିକ୍ ଭାବରେ ବା ଖାଲିପେଟରେ ଖାଇବା ଉଚିତ୍ ନୁହେଁ ।

କାରଣ ସେହି ଜିନିଷ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ରୋଗ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଆପଣ ମାନେ ଏହିସବୁ ଜିନିଷ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଏହି 5 ଟି ଜିନିଷ ଶରୀରର ଫାଇଦା ବଦଳରେ କ୍ଷତି ପହଞ୍ଚାଇଥାଏ , ଯଦି ବହୁତ ଗମ୍ଭୀର ରୋଗରୁ ବଞ୍ଚିବା ପାଇଁ ଚାହୁଁଥାନ୍ତି ତେବେ ଭୁଲରେ ବି ଖାଲିପେଟରେ ଏହି 5 ଟି ଜିନିଷର ସେବନ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ସେହି 5ଟି ଜିନିଷ କଣ କଣ ।

1. ସଫ୍ଟ ଡ୍ରିଙ୍କ :-

ଖାଲିପେଟରେ କଲଡ୍ରିଙ୍କ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ , ଖାଲିପେଟରେ ସଫ୍ଟ ଡ୍ରିଙ୍କ ପିଇବା ଦ୍ୱାରା ଗ୍ୟାସ ଭଳି ରୋଗ ବା ବାନ୍ତି ଭଳି ସମସ୍ୟା ଦେଖାଯାଇପାରେ ।

2. ମସଲା ଜାତୀୟ ଖାଦ୍ୟ :-

ଏମିତିରେ ମସଲା ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଜଳଖିଆରେ ମସଲା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦିନ ସାରା ଏସିଡିଟି ର ସାମ୍ନା କରିବାକୁ ପଡିପାରେ । ନିୟମିତ ଭାବରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ଅଲସବ ଭଳି ହୋଇପାରେ ।

3. କୋଲ୍ଡ ଏଭରେଜ୍ :-

ଥଣ୍ଡା ଜାତୀୟ ପଦାର୍ଥ ଆଜିକାଲି କୋଲ୍ଡ ବେଭରେଜ ନାମରେ ଜଣାଯାଏ , ସକାଳୁ ଖାଲିପେଟରେ ଥଣ୍ଡା ଜାତୀୟ ପଦାର୍ଥ କଲ୍ଡ ଏଭରେଜ ଆଦି ପିଇବା ଦ୍ୱାରା ପାଚନ ଶକ୍ତି କମ ପଡିଯାଏ । କୋଲ୍ଡ ଏଭରେଜ ପରିବର୍ତ୍ତେ ଆପଣ ଗ୍ରୀନଟି ଅବା ଉଷମ ପାଣିର ସେବନ କରି ପାରିବେ ।

4. ଖଟା ଫଳ :-

ଖାଲିପେଟରେ ଆପଣ କେବେବି ଖଟାଫଳ ଖାଇବା ଉଚିତ୍ ନୁହେଁ , ଲେମ୍ୱୁ , କମଳା , ପିଜୁଳି ଆଦିରେ ଫାଇବର ର ମାତ୍ରା ଅଧିକ ମିଳିଥାଏ । କିନ୍ତୁ ଖାଲିପେଟରେ ଏହି ଫଳ ମନୁଷ୍ୟର ପାଚନତନ୍ତ୍ରରେ ଖରାପ ପ୍ରଭାବ ପକାଇଥାଏ ।

5. କଫି :-

ଆଜିକାଲିର ଅଧିକାଂଶ ଯୁବପିଢୀ ସକାଳୁ ଉଠି କଫି ଅବା ଚାହା ପିଇଥାନ୍ତି , ଆପଣଙ୍କୁ କହିରଖିବୁ ଖାଲିପେଟରେ ଚାହା ବା କଫି ପିଇବା ଦ୍ୱାରା ପେଟରେ ଏସିଡିଟିର ସମସ୍ୟା ଉତ୍ପନ୍ନ ହୁଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment