Odisha News Portal

ସାବଧାନ୍ ! ଘାତକ ହେଲାଣି କରୋନା, ତୀବ୍ର ଗତିରେ କରୁଛି ଶିଶୁଙ୍କୁ ଆକ୍ରାନ୍ତ, ଆପଣଙ୍କ ପିଲା ଦେହରେ ନାହିଁ ତ ଏହି ଲକ୍ଷଣ ?

ବର୍ତ୍ତମାନ ସମଗ୍ର ଦେଶ କରନାର ଦ୍ଵିତୀୟ ଲହର ଦେଇ ଗତି କରୁଛି। କରନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଭୟାନକ, ଦ୍ୱିତୀୟ ଲହର ରେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଏହା ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଉଛି ଏବଂ ଅକ୍ସିଜେନ ଲେବୁଲ କମ କରିଦେଉଛି। ଫଳରେ ଲୋକଙ୍କ ମୃତ୍ୟୁ ଅଧିକ ହେଉଛି। ତେବେ ସଂକ୍ରମଣ ଚେନ କୁ ରୋକିବା ପାଇଁ ସରକାର ଲକଡାଉନ ଏବଂ ସଟଡାଉନର ବ୍ୟବସ୍ଥା କରିଛନ୍ତି। ଏବଂ ଟୀକାକରଣ ମଧ୍ୟ କରାଯାଉଛି। ଏସବୁ ସ୍ୱତେ ମଧ୍ୟ କରନାର ଦିତୀୟ ଲହର କୁ ରୋକିବା ସରକାରଙ୍କ ପାଇଁ କାଠିକର ପାଠ ହୋଇ ପଡିଛି।

ତେବେ ବର୍ତ୍ତମାନ ଆମ ଦେଶରେ କରନାର ଦ୍ଵିତୀୟ ଲହର , ତୃତୀୟ ଲହର ଦ୍ଵିତୀୟ ଲହର ଠାରୁ ଆହୁରୀ ବିପଦ ଜନକ ହେବ , ଏଥିରେ ଛୁଆ ମାନେ ଆକ୍ରାନ୍ତ ହେବେ ବୋଲି ଯାହା ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି, ତେବେ ବର୍ତ୍ତମାନ ତୃତୀୟ ଲହର ନ ହୋଇ ମଧ୍ୟ ଏବେ ଛୋଟ ପିଲା ମାନେ ଆକ୍ରାନ୍ତ ହେଉଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଛୋଟ ପିଲାଙ୍କୁ କରନା ସଂକ୍ରମିତ ହେଲେ କେଉଁ ପ୍ରକାର ଲକ୍ଷଣ ଦେଖାଦେଉଛି;

କରୋନାର ପ୍ରଥମ ଲହରୀ ବେଳେ 2020 ମସିହା ମାର୍ଚ୍ଚ 9 ରୁ ସେପ୍ଟେମ୍ବର 25 ମଧ୍ୟରେ 10 ବର୍ଷରୁ 19 ହଜାର 378 ଜଣ ଛୋଟ ପିଲା କରୋନା ସଂକ୍ରମିତ ହୋଇଥିଲେ। ସେହିପରି 11 ବର୍ଷରୁ 20 ବର୍ଷ ମଧ୍ୟରେ 41 ହଜାର 985 ମାମଲା ସାମ୍ନାକୁ ଆସିଥିଲା। କରୋନାର ଦ୍ୱିତୀୟ ଲହରୀରେ 2021 ମସିହା ମେ 1 ରୁ 16 ତାରିଖ ମଧ୍ୟରେ 19 ହଜାର ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ତୃତୀୟ ଲହରୀ ପୂର୍ବରୁ ଶିଶୁଙ୍କୁ ଆକ୍ରାନ୍ତ କରୁଛି କରୋନା। କର୍ଣ୍ଣାଟକରେ ତୀବ୍ର ଭାବରେ ଶିଶୁଙ୍କୁ ଆକ୍ରାନ୍ତ କରୁଛି କରୋନା ଭୁତାଣୁ। ବିଶେସଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହରୀ ହେଉଛି ଶିଶୁ ମାନଙ୍କ ପାଇଁ ଶଙ୍କଟ ପୂର୍ଣ୍ଣ ହେବ।

ଶିଶୁ ମାନଙ୍କ ଶରୀରରେ ଦେଖାଯାଉଥିବା କରୋନାର ଲକ୍ଷଣ ମାନ ହେଉଛି ; ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଯେଉଁ ପିଲାମାନେ କରୋନା ସଂକ୍ରମିତ ହେଇଥିବେ ସେମାନଙ୍କ ଦେହରେ ହାଲକା ଜର, କାଶ, ଥଣ୍ଡା,ଥକା ଲାଗିବା,ନିଶ୍ୱାସ ନବାରେ କଷ୍ଟ ଅନୁଭବ କରିବା,ସ୍ୱାଦ ହରାଇବା,ମାଂସପେଶୀ ପୀଡା ହେବା ଏବଂ ପିଲାମାନଙ୍କର ପେଟ ସମସ୍ୟା ଦେଖାଦେବା ଏହି ସବୁ ହଉଛି କରୋନାର ଲକ୍ଷଣ ମାନ।

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଶିଶୁ ମାନଙ୍କ ଶରୀରରେ ମଲ୍ଟି ଇମ୍ପ୍ଲିମେଣ୍ଟାରୀ ସିଣ୍ଡ୍ରନ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଶିଶୁମାନଙ୍କ ଶରୀରରେ ପେଟ ସମସ୍ୟା, ତ୍ବଚା ସମସ୍ୟା,ହୃଦ ସ୍ପଦନ ବଢିବା, ବାନ୍ତି ହବା,ଆଖି ନାଲି ପଡିବା, ଓଠ ଶୁଖିଯିବା,ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ମାନ ଦେଖିବାକୁ ପାଇବା। ଯଦି ଆପଣଙ୍କ ପିଲାମାନଙ୍କ ସହ ଏଭଳି କିଛି ସମସ୍ୟା ଦେଖାଯାଉଛି ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିନିଅନ୍ତୁ। ସାବଧାନ ରହିବା ସଙ୍ଗେ ସଙ୍ଗେ ନିଜ ପରିବାରକୁ ମଧ୍ୟ ସୁରକ୍ଷା ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।