ଆଜିର ଅଧୁନିକ ସମାଜରେ ଏମିତି ଅନେକ ଜିନିଷ ରହିଛି ଯାହାକୁ ଆମେ ମାନି ଚଳିବା ଅତ୍ୟନ୍ତ ଜରୁରୀ ହୋଇଥାଏ ନଚେତ୍ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ତେବେ ଆସନ୍ତୁ ଜାଣିବା କେତେକ ଶିକ୍ଷଣୀୟ ଓ ମହତ୍ୱପୂର୍ଣ୍ଣ କଥା ବିଷୟରେ ।
1 ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ;
ଯେଉଁ ମାନଙ୍କୁ ଭୋଜନ କଲାବେଳେ ତରତର ହୋଇ ଭୋଜନ କରିବାର ଅଭ୍ୟାସ ଥାଏ , ସେମାନଙ୍କୁ ଗ୍ୟାସ ସମସ୍ୟା ଓ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେବେ ଆପଣ ମନେ ରଖନ୍ତୁ ଖାଦ୍ୟ ଖାଇବା ସମୟରେ ଅତି କମରେ 20 ମିନିଟ ଚୋବାଇ ଚୋବାଇ ଖାଇବା ଉଚିତ । ଏହା ଦ୍ୱାରା ହଜମଶକ୍ତି ବୃଦ୍ଦି ହୋଇଥାଏ ଏବଂ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
2 ଆପଣଙ୍କ ସହ ଅନ୍ୟର ସମ୍ପର୍କ ଖରାପ ଥିଲେ ;
ଯେଉଁ ସ୍ଥାନରେ ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କ ଖରାପ ରହିଥାଏ , ସେଠାରେ ରହିବା ଉଚିତ ନୁହେଁ ଏହା ଦ୍ୱାରା ଆପଣଙ୍କର ରକ୍ତଚାପ ବୃଦ୍ଦି ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।
3 ଅଧିକ ସମୟ ଟିଭି ଦେଖୁଥିଲେ ;
ଯେଉଁ ମାନଙ୍କର ଅଧିକ ସମୟ ଟିଭି ଦେଖିବାର ଅଭ୍ୟାସ ରହିଥାଏ ସେମାନଙ୍କ ଠାରେ ହୃଦରୋଗ ଓ ମେଦବହୁଳ ରୋଗ ଦେଖାଦେଇଥାଏ , ସେଥିପାଇଁ ଟିଭି ଅଳ୍ପ ସମୟ ଦେଖିବା ଉଚିତ ।
4 ମୁହଁରେ ବ୍ରଣ ସମସ୍ୟା ଥିଲେ ;
ମୁହଁରେ ବ୍ରଣ ହେଉଥିଲେ ତାକୁ ଛୁଇଁବା କିମ୍ୱା ଚିପିବା ଅଭ୍ୟାସ କରନ୍ତୁ ନାହିଁ ଏହାଦ୍ୱାରା ମୁହଁରେ ଦାଗ ପଡିବା ସହିତ ମୁହଁ ଅସୁନ୍ଦର ଦେଖାଯାଏ ।
5 ଅନ୍ୟର କଥା ନଶୁଣି ନିଜର କଥା ଆରମ୍ଭ କଲେ ;
ଯେଉଁ ବ୍ୟକ୍ତି ଅନ୍ୟର କଥା ସମ୍ପୂର୍ଣ୍ଣ ନଶୁଣି ନିଜର କଥା କହିବାର ଅଭ୍ୟାସ ରଖିଥାଏ ସେହି ବ୍ୟକ୍ତି ସର୍ବଦା ଅପମାନିତ ହୋଇଥାଏ । ତେଣୁ କେବେହେଲେ କାହାର କଥା ମଝିରେ କଥା କହିବା ଉଚିତ ନୁହେଁ ।
6 ବସିବା ସମୟରେ ସିଧା ହୋଇ ବସିଲେ ;
ବସିବା ବେଳେ ସଦାବଳେ ସିଧା ବସିବା ଉଚିତ ଏହା କରିବା ଦ୍ୱାରା ହାର୍ଟ ଏବଂ ଲିଭରକୁ ଅକ୍ସିଜେନ୍ ସିଧା ପହଞ୍ଚିଥାଏ ଏବଂ ଆପଣଙ୍କ ଶରୀର ସୁସ୍ଥ ରହିଥାଏ ।
7 ଶରୀରରେ ନିଆଁ ଲାଗିଗଲେ ;
ଯଦି ଶରୀରର କୌଣସି ଜାଗାରେ ନିଆଁ ଲାଗିଯାଏ ତେବେ କଦଳୀକୁ ଚକଟି ଲଗାଇଲେ ଫୋଟକା ହୋଇ ନଥାଏ ଓ ଆପଣଙ୍କୁ ସୁସ୍ଥ ଅନୁଭବ ହୋଇଥାଏ ।
8 ମଶା ଝିଟିପିଟି ଅଧିକ ଥିଲେ ;
ଯଦି ଆପଣଙ୍କ ଘରେ ମଶା ଏବଂ ଝିଟିପିଟି ଅଧିକ ହେଉଛନ୍ତି ତେବେ ପିଆଜକୁ ବାଟି ଘରେ ଜଳୁଥିବା ବଲବ୍ ପାଖରେ ବାନ୍ଧି ଦିଅନ୍ତୁ ଦେଖିବେ ଆପଣଙ୍କ ଘରୁ ମଶା ଓ ଝିଟିପିଟି ଦୂର ହୋଇଯିବେ ।
9 ଶରୀର ସୁସ୍ଥ ରଖିବା ପାଇଁ ;
ପ୍ରତ୍ୟେକ ଦିନ ପାଚିଲା କହଳୀ ଖାଇଲେ ଶରୀର ସୁସ୍ଥ ରହିବା ସହିତ ବୁଦ୍ଦି ପ୍ରଖର ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।