ସାବଧାନ ! Google ରେ Search କରନ୍ତୁ ନାହିଁ ଏହି ୫ଟି ଜିନିଷ ନଚେତ୍ ଆପଣଙ୍କୁ ହୋଇପାରେ ବଡ ଧରଣର ଜୋରିନାମା ! ଖବର ଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ଆଜିର ସମୟ ରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଗୁଗଲ ଉପରେ ନିର୍ଭରଶୀଳ । କିଛି ବି ତଥ୍ୟ ବିଷୟ ରେ ଜାଣିବା ପାଇଁ ଆମେ ଗୁଗଲ ସର୍ଚ୍ଚ ଇଞ୍ଜିନ ରେ କ୍ଲିକ୍ କରି ଥାଆନ୍ତି । ଆଉ କିଛି ବି ତଥ୍ୟ ବିଷୟ ରେ ଯଦି ଆମେ ଜାଣିବାକୁ ଚାହୁଁ ଥାଆନ୍ତି ତେବେ ଆମେ ଗୁଗଲ ଉପରେ ଭରସା କରି ଥାଆନ୍ତି । କିନ୍ତୁ ବେଳେ ବେଳେ ଏହି ଗୁଗଲ ପାଇଁ ଆମେ ଅସୁବିଧା ର ସମ୍ମୁଖୀନ ହୋଇ ଥାଉ ଓ ଚୁଟୁକି ରେ ଖାଲି ହୋଇ ଯାଇଥାଏ ଆମ ଆକାଉଣ୍ଟ୍ । ତେବେ ଆଜି ଆମେ ଜାଣିବା ଗୁଗଲ ରେ କଣ ସବୁ ସର୍ଚ୍ଚ କରିବା ଉଚିତ୍ ନୁହେଁ ;

1- ଗୁଗଲ ରେ କେବେ କଷ୍ଟମର କେୟାର ନମ୍ୱର୍ ସର୍ଚ୍ଚ କରନ୍ତୁ ନାହିଁ । କୌଣସି କମ୍ପାନୀ ର କଷ୍ଟମର କେୟାର ନମ୍ୱର୍ ଗୁଗଲ ରେ ସର୍ଚ୍ଚ କରିବା ଉଚିତ୍ ନୁହେଁ । ଲୋକ ମାନଙ୍କ ର ଏହି ଅସୁବିଧା ର ଫାଇଦା ଉଠାଇବାକୁ ଚେଷ୍ଟା କରି ଥାଆନ୍ତି ସାଇବର ଅପରାଧୀ । ନକଲି ନମ୍ବର ତିଆରି କରି ଲୋକ ମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଥାଆନ୍ତି ସାଇବର ଅପରାଧୀ । ଏମିତିକି ବ୍ୟାଙ୍କ୍ ତଥ୍ୟ ନେଇ ଆପଣଙ୍କ ଆକାଉଣ୍ଟ କୁ ସହଜ ରେ ଖାଲି କରି ଥାଆନ୍ତି ।

2- ଆଜିକାଲି ଅନଲାଇନ୍ ବ୍ୟାଙ୍କିଙ୍ଗ ସିଷ୍ଟମ ଚାଲିଛି । ଯଦି ଗୁଗଲ କୁ ଯାଇ କୌଣସି ବ୍ୟାଙ୍କ୍ ଆକାଉଣ୍ଟ୍ ର ୱେବସାଇଟ ବିଷୟ ରେ ବୁଝୁ ଅଛନ୍ତି ତେବେ ସତର୍କ ହେଇ ଯାଆନ୍ତୁ । ସାଇବର ଅପରାଧୀ ବ୍ୟାଙ୍କ୍ ପରି ନକଲି ୱେବସାଇଟ ତିଆରି କରି ବ୍ୟାଙ୍କ୍ ପରି ଅସଲି ୟୁଆରେଲ୍ ରଖି ଲୋକ ମାନଙ୍କୁ ଠକି ଥାଆନ୍ତି ।

3- ଯଦି ଆପଣ କୌଣସି ଆପ କିମ୍ବା ସଫ୍ଟୱେର ଚାହୁଁ ଅଛନ୍ତି ତେବେ ଗୁଗଲ ପ୍ଲେ ଷ୍ଟୋର କୁ ଯାଇ ଇନ୍ଷ୍ଟଲ କରନ୍ତୁ । କିଛି ଲୋକ ଗୁଗଲ ପ୍ଲେ ଷ୍ଟୋର ରେ ଆପ ଇନ୍ଷ୍ଟଲ ନକରି ଗୁଗଲ ରେ ଯାଇ ସର୍ଚ୍ଚ କରି ଥାଆନ୍ତି ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା କୌଣସି ଭୁଲ୍ ୱେବସାଇଟ ଖୋଲି ଯିବା ଦ୍ଵାରା ଆପଣଙ୍କ ମୋବାଇଲ କୁ କିମ୍ବା ଲ୍ୟାପଟପ୍ କୁ ଭାଇରସ ଆସି ଯାଇଥାଏ। ଏହି ଡାଟା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ସହିତ ପିସି ରେ ଥିବା ସମସ୍ତ ଡାଟା ସଂଗ୍ରହ କରି ଥାଆନ୍ତି ।

4- ପ୍ରତ୍ୟେକ ବ୍ୟକ୍ତି ଭଲ ଲାଇଫ ଷ୍ଟାଇଲ ପାଇଁ ଟଙ୍କା ରୋଜଗାର କରିବା ପାଇଁ ଚେଷ୍ଟା କରନ୍ତି । ଏଥିପାଇଁ ଲୋକମାନେ ଗୁଗଲ ରେ ଅନେକ ତରିକା ସର୍ଚ୍ଚ କରନ୍ତି । ଗୁଗଲ ରେ କେବେ ରୋଜଗାର କିମ୍ବା ଟଙ୍କା ଇନଭେଷ୍ଟ କରିବା କଥା ସର୍ଚ୍ଚ କରନ୍ତୁ ନାହିଁ କାରଣ ଏମାନଙ୍କୁ ସାଇବର ଅପରାଧୀ ମାନେ ଆଗେ ଟାର୍ଗେଟ କରନ୍ତି । ଏଥିପାଇଁ ନକଲି ୱେବସାଇଟ କମ୍ପାନୀ ତିଆରି କରି ଲୋକ ମାନଙ୍କୁ ଥକି ଥାଆନ୍ତି ।

5- କିଛି ଲୋକ ନିଜର ରୋଗ ଓ ଚିକିତ୍ସା ପାଇଁ ଗୁଗଲ ର ସାହାର୍ଯ୍ୟ ନେଇ ଥାଆନ୍ତି । ଗୁଗଲ ରେ ଦର୍ଷା ଯାଉଥିବା ସବୁ ମେଡ଼ିସିନ୍ କି ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ଠିକ୍ ହୋଇ ନଥାଏ । ଏହାର ସେବନ ଆମ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment