Odisha News Portal

ସାବଧାନ ! ଭୁଲରେ ମଧ୍ୟ ମହା ଶିବରାତ୍ରୀ ଦିନ କରନ୍ତୁ ନାହିଁ ଏହି 4ଟି ଭୁଲ କାମ ନଚେତ୍ ହେବ ସର୍ବନାଶ

ମହାପ୍ରଭୁ ଶିବଙ୍କୁ ପ୍ରଶନ୍ନ କରିବା ପାଇଁ ଶିବରାତ୍ରୀ ଠାରୁ ଭଲ ଦିନ ଆଉ କିଛି ହୋଇ ନଥାଏ ଏବଂ ମହା ଶିବରାତ୍ରୀ ଦିନ ଠିକ ବିଧି ଓ ସତମନରେ ଶିବଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ମହା ଶିବରାତ୍ରୀ ଦିନ କରିବା ପୂର୍ବରୁ ଧ୍ୟାନ ରଖିବାର ଅଛି , ଏହି ଭୁଲ ଏପରି ଅଟେ , ଯାହାକୁ ଆପଣ ଶିବରାତ୍ରୀ ଦିନ କରନ୍ତୁ ନାହିଁ ନଚେତ୍ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ ।

1 ସ୍ତ୍ରୀର ଅପମାନ ;ମହା ଶିବରାତ୍ରୀ ଦିନ ଯଦି କୌଣସି ମହିଳାକୁ ଭୁଲରେ ମଧ୍ୟ ଅପମାନ କରିଥାଏ , ସେତେବେଳେ ସେମାନଙ୍କୁ ଭଗବାନ ଶିବ ନିଶ୍ଚୟ ଭାବେ ଦଣ୍ଡ ଦେଇଥାନ୍ତି । ଭୁଲରେ ମଧ୍ୟ କୌଣସିଗର୍ଭବତୀ ମହିଳାଙ୍କୁ କଷ୍ଟ ଦିଅନ୍ତୁ ନାହିଁ ।

2 ଧନର ଲୋଭ ;

ଯେଉଁ ବ୍ୟକ୍ତି ଅନ୍ୟ କାହାର ଧନ ଉପରେ ଲାଳସା ରଖିଥାଏ କିମ୍ୱା ଅନ୍ୟର ଧନ ନେବା ପାଇଁ ଚାହିଥାଏ , ଏପରି ବ୍ୟକ୍ତିଙ୍କୁ ଭଗବାନ ଶିବ କେବେହେଲେ କ୍ଷମା ଦିଅନ୍ତି ନାହିଁ । ଶିବରାତ୍ରୀ ଦିନ ଦାନ କରିବା ବହୁତ ଶୁଭ ହୋଇଥାଏ ଏବଂ ଆପଣ ଯେତେ ଦାନ କରିବେ ତାର ହଜାର ଗୁଣ ଭଗବାନ ଶିବ ଆପଣଙ୍କୁ ପ୍ରଦାନ କରିବେ ।

3 ପଶୁର ହତ୍ୟା ;

ଭଗବାନ ଶିବଙ୍କୁ ପଶୁପତି ନାଥ କୁହାଯାଇଥାଏ ଏବଂ ସେ ସଂସାରର ସମସ୍ତ ପଶୁରକ ପାଳନ କର୍ତ୍ତା ଅଟନ୍ତି । ମହା ଶିବରାତ୍ରୀ ଦିନ ଭୁଲରେ ମଧ୍ୟ କୌଣସି ପଶୁକୁ ହତ୍ୟା କରନ୍ତୁ ନାହିଁ ଏହାକୁ ମହାପାପ ବୋଲି ମାନାଯାଇଥାଏ । ଯଦି ଏପରି କାମ କରିବେ ତେବେ ଭଗବାନ ଶିବ ଆପଣଙ୍କୁ କେବେହେଲେ କ୍ଷମ କରିବେ ନାହିଁ ।

4 ପ୍ରଣୟ କରିବା ;

ମହା ଶିବରାତ୍ରୀ ଦିନ ପୂରା ରାତି ନଶୋଇ ଯିଏ ଭଗବାନ ଶିବଙ୍କୁ ପୂଜା କରିଥାଏ ଏବଂ ତାଙ୍କ ଉପବାସ ରଖିଥାଏ ତାଙ୍କୁ ଭଗବାନ ଶିବ ବରଦାନ ସରୂପ ଫଳଦାନ କରିଥାନ୍ତି । ଶିବରାତ୍ରୀ ଦିନ କୌଣସି ଦ୍ୱିତୀୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହାକୁ ମହାପାପ ମାନାଯାଇଥାଏ । ଯିଏ ରାତି ସାରା ଶିବ ପୂଜା ନକରି କାମବାସନାରେ ବ୍ୟସ୍ତ ରହିଥାଏ , ସେ ଶିବ କୃପାରୁ ବଞ୍ଚିତ ରହିଥାଏ ।

ଏହି ପବିତ୍ର ଦିନରେ କେବଳ ଶୁଭ କାମ କରିବା ଉଚିତ ଏବଂ ମନରେ ସର୍ବଦା ଭଗବାନ ଶିବଙ୍କ ପ୍ରତି ଭଲ ପାଇବା ଓ ଗଭୀର ବିଶ୍ୱସ ରଖିବା ଉଚିତ । ତେବେ ଯାଇ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଯଦି ଆପଣ ଏହି 4 ଟି ଭୁଲ କାର୍ଯ୍ୟରୁ ନିଜକୁ ନିବୃତ ରହିବେ ତେବେ ଯାଇ ଆପଣ ସୁଖରେ ଜୀବନ ଅତିବାହିତ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।