Odisha News Portal

ସାବଧାନ ! ଆସନ୍ତା କାଲି ଜୁନ 10 { ଗୁରୁବାର } ସୂର୍ଯ୍ୟ ପରାଗର ସଠିକ୍ ସମୟ, ହାଣ୍ଡି ଛାଡ଼ ସମୟ ଏବଂ ବିପଦ ରହିଥିବା ରାଶି ମାନଙ୍କ ବିଷୟରେ ଜାଣନ୍ତୁ

ବନ୍ଧୁଗଣ ଆସନ୍ତା ଜୁନ ୧୦ ତାରିଖ ବୁଧବାର, ଅର୍ଥାତ୍ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି।ଏହି ବର୍ଷ ୪ ଟି ମହା ଜାଗତିକ ଦୃଶ୍ୟ ମହାକାଶ ରେ ଦେଖିବାକୁ ମିଳିବ। ସେଥି ମଧ୍ୟରୁ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଦୁଇଟି ଚନ୍ଦ୍ର ଗ୍ରହଣ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ, କେଉଁ ସ୍ଥାନରେ ଏହି ପରାଗ ଦୃଶ୍ୟମାନ ହେବ ଏବଂ ଏହାର ସୂତକ ସମୟ କେତେ ସମୟ ରହିବ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ କଣ ସବୁ ନିୟମ ରହିଛି ?

ଭାରତରେ କେଉଁ ସ୍ଥାନରେ ଦେଖାଯିବ-

ଏହା ଆଂଶିକ ସୂର୍ଯ୍ୟ ପରାଗ ହୋଇ ଥିବାରୁ ଭାରତରେ ଏହା ଆଂଶିକ ଭାବରେ ଦୃଶ୍ୟମାନ ହେବ। ଓଡିଶାରେ ଏହା ଦୃଶ୍ୟମାନ ହେବ ନାହିଁ।
ୟୁରୋପ, ଗ୍ରୀନଲାଣ୍ଡ, କାନାଡା, ଆମେରିକା, ଋଷ୍, ଚାଇନା ଆଦି ଦେଶ ମାନଙ୍କରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ।

ପରାଗ ଲାଗିବାର ସମୟ-

ଏହା ଅପରାହ୍ନ ୧ ଟା ବାଜି ୪୨ ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ବାଜି ୪୧ ମିନିଟ୍ ପର୍ଯ୍ୟନ୍ତ ରହିବ।ଏହି ପରାଗ ମହାକାଶରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।

ସୂତକ ବା ହାଣ୍ଡି ଛାଡ଼ ସମୟ କେତେ ?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ସୂର୍ଯ୍ୟ ପରାଗ ଆଂଶିକ ଭାବରେ ଦୃଶ୍ୟମାନ ହେଉଥିବାରୁ ଏହାର ସୂତକ ସମୟ ମାନ୍ୟ ହେବ ନାହିଁ।

ଗର୍ଭବତୀ ମହିଳା କଣ କରିବେ ନାହିଁ-

ଏହି ସମୟରେ ଘର ବାହାରକୁ ଯାଆନ୍ତୁ ନାହିଁ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ପରାଗ ଦିନ ଗର୍ଭବତୀ ମହିଳା କଳା ଏବଂ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଗର୍ଭବତୀ ମହିଳା ପରାଗ ଦିନ ନିଜର ଗର୍ଭକୁ ଭଲ ଭାବରେ ଘୋଡାଇ ରଖନ୍ତୁ। ଯେମିତି ସୂର୍ଯ୍ୟଙ୍କ କିରଣ ଗର୍ଭ ଉପରେ ନପଡେ।ଏହି ଦିନ ଗର୍ଭବତୀ ମହିଳା ରହୁଥିବା କୋଠରୀର କବାଟ ଝରକା ବନ୍ଦ କରି ରୁହନ୍ତୁ। ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ସୁତକ ସମୟରେ ଗର୍ଭବତୀ ମହିଳା ମାନେ ଖାଇବା ପିଇବା କିନ୍ତୁ କରି ପାରିବେ। କିନ୍ତୁ ପରାଗ ଲାଗିଥିବା ସମୟର ଗର୍ଭବତୀ ମହିଳା ମାନେ ଶୋଇବା ଅନୁଚିତ ଏବଂ ଏହି ସମୟ ରେ ଧାରୁଆ ଜିନିଷର ପ୍ରୟୋଗ ମଧ୍ୟ କରନ୍ତୁ ନାହିଁ।

କ’ଣ କରିବେ  ?

ପରାଗ ସମୟରେ ଗର୍ଭବତୀ ମହିଳା ନିଜ ମୁଣ୍ଡ ପାଖରେ ୭ ଟି ହଳଦୀ ରଖନ୍ତୁ। ତାପରେ ପରାଗ ସରିବା ପରେ ଏହାକୁ ଶିବାଳୟ ରେ ଚଢାଇ ଦିଅନ୍ତୁ। ସମସ୍ତ ଗର୍ଭବତୀ ମହିଳା ମାନେ ପରାଗ ଲାଗିଥିବା ସମୟରେ ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ ଏବଂ ଭଗବାନ ଶିବଙ୍କ ଆରାଧନା କରନ୍ତୁ। ଯାହା ଫଳରେ ଆପଣଙ୍କ ମଙ୍ଗଳ ହେବ।

କେଉଁ ୪ ଟି ରାଶି ଉପରେ ବିପଦ ରହିଛି-

ମେଷ, କର୍କଟ, ତୁଳା ଏବଂ ମକର ଏହି ୪ ଟି ରାଶି ର ବ୍ୟକ୍ତି ବିଶେଷ ମାନେ ବିଶେଷ ସାବଧାନ ରହିବା ଆବଶ୍ୟକ।ଏହି ୪ ଟି ରାଶିକୁ ଛାଡି ଆଉ ବାକି ୮ ଟି ରାଶି ଉପରେ ଏହି ଚନ୍ଦ୍ର ଗ୍ରହଣର ଭଲ ପ୍ରଭାବ ପଡ଼ିବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।