Odisha News Portal

ଅଧିକ ସମୟ ହେଡ଼ଫୋନ ବ୍ୟବହାର କରୁଛନ୍ତି କି ? ନିଶ୍ଚିନ୍ତ ପଢନ୍ତୁ ଏହି ଖବର, ନଚେତ ହୋଇପାରେ ଆପଣଙ୍କ କାନ ଖରାପ । ସେୟାର କରି ଜଣାନ୍ତୁ

ଆଜିର ଏହି ଆଧୁନିକ ଯୁଗରେ ପ୍ରତି ଦିନ କିଛି ନାଁ କିଛି ନୂତନ ଯନ୍ତ୍ରପାତିର ଆବିଷ୍କାର ହେଉଛି । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇ ସାରିଲାଣି । ଆଉ ଏହି ଯୁଗକୁ କମ୍ୟୁଟର ତଥା ଇଣ୍ଟରନେଟ୍ ର ଯୁଗ ବୋଲି କୁହା ଯାଉଛି । ଯାହା ଫଳରେ ଉଭୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଫଳରେ ଲୋକେ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଏବଂ ସଂସ୍କୃତି ସଂପନ୍ନ ମନେ କରୁଛନ୍ତି ।

ଏହାସହିତ ସବୁଠାରୁ ବଡ କଥା ହେଉଛି ଆଜି ଲୋକେ ଗ୍ରହରୁ ଗ୍ରହାନ୍ତର ଯାତ୍ରାର ସାଫଲ୍ୟତା ମନରେ ସୃଷ୍ଟି କରିଛି ଦୁର୍ଲଘ୍ୟ ପ୍ରାଚୀର ସମଗର୍ବ ଏବଂ ଅହଂକାର । କିନ୍ତୁ ଏତେ ଅଗ୍ରଗତି ଏବଂ ଉନ୍ନତି ପରେ ମଧ୍ୟ ବେଳେବେଳେ ବିଜ୍ଞାନର ଏହି ଉନ୍ନତି ଯୋଗୁଁ ଉଦ୍ଭାବିତ ହୋଇଥିବା ଜିନିଷ ମାନଙ୍କର ଅନୁପଯୁକ୍ତ ବ୍ୟବହାର ଯେ ଆମ ଶରୀର ଉପରେ କିଭଳି କୁପ୍ରଭାବ ପକାଇଥାଏ, ତାହା ଆମର ଧାରଣା ବାହାରେ ରହିଥାଏ ।


ତେବେ ବାସ୍ତବିକ ଭାବରେ କହିବାକୁ ଗଲେ ଆଜିର ଏହି ଯୁଗରେ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି , ଚଳଣି ପାଇଁ ବିଜ୍ଞାନ ବହୁତ ସୁବିଧା ବି କରିଛି । ଆଉ ଏହି ସବୁ ବେଳେ ବେଳେ ଆମ ପାଇଁ କାଳ ପାଲଟି ଯାଇଥାଏ । ତେବେ ସେହି ସବୁ ଜିନିଷ ମଧ୍ୟରୁ ଯେମିତିକି ଗୋଟିଏ ଜିନିଷ ରହିଛି ତା ହେଉଛି ହେଡ଼ଫୋନ । ହେଡଫୋନ୍ ଏକ ବହୁଳ ବ୍ୟବହାର ହେଉଥିବା ଜିନିଷ ଅଟେ ।

ତେବେ ବହୁ ସଂଖ୍ୟାର ଲୋକମାନେ ହେଡ଼ଫୋନର ବହୁଳ ମାତ୍ରାରେ ବ୍ୟବହାର ତ କରିଥାନ୍ତି, କାହିଁକି ନାଁ ହେଡ଼ଫୋନ ମାଧ୍ୟମରେ ଶୁଣିବାରେ ବହୁତ ସୁବିଧା ହୋଇଥାଏ କିନ୍ତୁ ଏହାର ଯେଉଁ କୁପ୍ରଭାବ ଆପଣଙ୍କ ଉପରେ ପଡିଥାଏ ତାହା ଜାଣିବା ନିହାତି ଦରକାର । ତେବେ ଚାଲନ୍ତୁ ଜାଣିବା ହେଡଫୋନ୍ ର କୁପ୍ରଭାବ ବିଷୟରେ ।

ଆମେ ବେଳେବେଳେ ଫୁଲ ସାଉଣ୍ଡ ଦେଇ ହେଡଫୋନ ୟୁଜ କରିଥାଉ । ଯାହାକି 100 ଡେସିବଲରୁ ଅଧିକ ହୋଇଥାଏ । କିନ୍ତୁ ମନୁଷ୍ୟର ଶୁଣିବାର କ୍ଷମତା 90 ଡେସିବଲ ଅଟେ । ଯଦି ଆପଣ ଆପଣଙ୍କ କାନ ପ୍ରତି ଉଚିତ୍ ନଥିବା ସାଉଣ୍ଡ ଯାହା 90 ଡେସିବଲରୁ ଅଧିକ,ଆଉ ଆପଣ ସେହି ଜୋରରେ ଗୀତ ଶୁଣନ୍ତି ତ ଆପଣଙ୍କର ଶୁଣିବାର କ୍ଷମତାରେ ନିଶ୍ଚିତ ପ୍ରଭାବ ପଡ଼ିବ । ଯାହାଫଳରେ ଆପଣଙ୍କର ଶୁଣିବା ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଯାହା ଆପଣଙ୍କର ଶ୍ରବଣ ଶକ୍ତିକୁ ନଷ୍ଟ ବି କରିପାରେ ।

ତେଣୁ ଏଥିପ୍ରତି ଆପଣ ନିଶ୍ଚିତ ସଚେତନ ରହିବା ଆବଶ୍ୟକ ରହିଛି। ଏହାସହିତ କାହାରି ହେଡ଼ଫୋନକୁ ବି ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଆପଣଙ୍କର କାନରେ ସଂକ୍ରମଣ ହେବାର ସମ୍ଭାବନାକୁ ବଢ଼ାଇ ଦେଇପାରେ । ସେହିପରି ଅଧିକ ସମୟ ଧରି ହେଡ଼ଫୋନ ବ୍ୟବହାର କରିବା ଦ୍ୱାରା ଏହାର କ୍ଷତିକାରୀ ପ୍ରଭାବ ଆପଣଙ୍କର କାନ ଉପରେ ପଡିଥାଏ । ଆଉ ଯାହାଫଳରେ କାନ କୁଣ୍ଡାଇ ହେବା, ମୁଣ୍ଡ ଧିମ ଧିମ ହେବା, ଅଚାନକ କାନ ରେ ଯନ୍ତ୍ରଣା ହେବା, ଶବ୍ଦ ସୁଭିବା ଏବଂ କିଛି ଦିନ ପରେ କାନକୁ କମ୍ ଶୁଭିବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।