ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ ।
ସତରେ ଭଗବାନଙ୍କ ଏହି ସୃଷ୍ଟି ର ରଚନା ବହୁତ ବିଚିତ୍ର । ତାହା ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । କୁହାଯାଏ ଯେ ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜିନିଷର କିଛି ନାଁ କିଛି ଉଦ୍ଦେଶ୍ୟ ରହିଥାଏ । ଆଜିର କଳିଯୁଗରେ ଭଗବାନ ହନୁମାନଙ୍କୁ ଚିରଞ୍ଜିବି ଦେବତା ବୋଲି କୁହାଯାଏ । ପ୍ରଭୁ ହନୁମାନ ସମସ୍ତ ସଙ୍କଟ ଏବଂ ସମସ୍ୟାରୁ ଭକ୍ତଙ୍କୁ ଉଦ୍ଧାର କରିଥାନ୍ତି , ଯେଉଁ କାରଣରୁ ତାଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ । ସେ ସବୁବେଳେ ଭକ୍ତଙ୍କୁ ସାହାଯ୍ୟ କରନ୍ତି ଯଦି ଭକ୍ତ ତାଙ୍କୁ ଅସୁବିଧାରେ ଡାକନ୍ତି ।
କିନ୍ତୁ ଆମେ ଏସବୁକୁ ସହଜରେ ବିଶ୍ବାସ କରିନଥାଉ କିନ୍ତୁ ଆମେ ଆଜି ସେହିଭଳି ଏକ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆଉ ଏହି ଘଟଣାକୁ ନିଜେ ଦେଖିବା ପରେ ମଧ୍ୟ ବିଶ୍ୱାସ କରି ପାରିବେନି ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ପ୍ରକୃତରେ ଏହା ସମ୍ଭବପର ଅଟେ । କାରଣ ଏହା ଏକ ଅଦ୍ଭୁତ ଘଟଣା ଏବଂ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଚି ।
ତେବେ ଏହି ଘଟଣାରେ ରମେଶ ନାମକ ଜଣେ ବ୍ୟକ୍ତି ଯିଏକି ଭଗବାନଙ୍କୁ ବହୁତ୍ ନିଷ୍ଠାର ସହ ପୂଜା କରୁଥିଲେ ଏବଂ ସେ ବଡ଼ ଭକ୍ତ ଥିଲେ ହନୁମାନଙ୍କ । ସେ ନୀତି ନିୟମରେ ହନୁମାନଙ୍କ ପୂଜାପାଠ କରିବା ସହିତ ପ୍ରତିଦିନ ହନୁମାନ ଚାଳିଶା ମଧ୍ୟ ପାଠ କରୁଥିଲେ । ଏହାଛଡା ସେ ବିବାହ କରିବେ ନାହିଁ ବୋଲି ସଂକଳ୍ପ କରିଥିଲେ । କିନ୍ତୁ ବାପାମାଆ ବୃଦ୍ଧ ହୋଇ ଯାଇଥିବାରୁ ସେମାନେ ବାଧ୍ୟ କରିବା କାରଣରୁ ଶେଷରେ ସେ ଏଥିରେ ରାଜି ହୋଇଥିଲେ ଓ ବିବାହ କରିଥିଲେ ନିଜର ସଂକଳ୍ପକୁ ଭାଙ୍ଗି । ଆଉ ଏହାପରେ ତାଙ୍କର ହନୁମାନଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଲା।
ତେବେ ରମେଶ ପୂର୍ବଭଳି ଆଉ ପୂଜା ପାଠ କଲେନାହିଁ । ଅସହାୟଙ୍କୁ ମଧ୍ୟ ପୂର୍ବଭଳି ସାହାଯ୍ୟ କଲେ ନାହିଁ ଏବଂ ଗରିବ ଲୋକଙ୍କୁ ଅଣଦେଖା କଲେ ଓ ଧୀରେ ଧୀରେ ଭଗବାନଙ୍କ ପୂଜାପାଠକୁ ପାସୋରି ଦେଲେ । ଭଗବାନ ହନୁମାନ ବିଭିନ୍ନ ଉପାୟରେ ଏହାର ପରୀକ୍ଷା ନେଲେ କିନ୍ତୁ ସେ ପୂର୍ବ ଭଳି ରହିଲେ ନାହିଁ । ଆଉ ଏହାପରେ ସମୟ ଆସିଲା ସେ ପୁଣି ଦରିଦ୍ର ହୋଇଗଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଚାଲିଗଲେ । ଶେଷରେ ସେ ଦିନେ ସବୁ କଥା ଭାବି ହନୁମାନଙ୍କ ଫଟୋ ଦେଖି କାନ୍ଦିଲେ ଓ ନିଜ ଭୁଲ୍ କର୍ମକୁ ବୁଝି ପାରିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।