Odisha News Portal

ମାଳିକା ଦେଲା ଭବିଷ୍ୟତବାଣୀ ! ଧୂଳିସାତ ହେବ ପାକିସ୍ତାନ , ଭାରତ ଆଗ ପକାଇବ ପରମାଣୁ ବୋମା …ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ….

ମାଳିକାକୁ ସମସ୍ତେ ଶୁଣୁଛନ୍ତି, ପଢୁଛନ୍ତି ,ବୁଝୁଛନ୍ତି କିନ୍ତୁ ଅର୍ଥକୁ ଅନର୍ଥ କରି ବୁଝୁଛନ୍ତି । ଅର୍ଥାତ ବର୍ତ୍ତମାନ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେଉଛି , ଚୀନ-ଭାରତ ମୁହାଁମୁହିଁ ହେବାରେ ଲାଗିଛନ୍ତି । ତେବେ ଏହି ଯେଉଁ ଘଟଣା ଆପଣମାନେ ଦେଖୁଛନ୍ତି ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, ଯାହା ଯୁଗାନ୍ତ ଶେଷରେ ଘଟିବାର ଥିବ ତାହା ହିଁ ଘଟିବ କିନ୍ତୁ ଆମେ ଏତିକି ଜାଣିଛେ ଜମ୍ବୁଦ୍ବୀପ ଭାରତବର୍ଷ ପୃଥିବୀବକ୍ଷରେ ଗୋଟିଏ ଶ୍ରେଷ୍ଠ ଦେଶ ।

ଆମେ ଯେତିକି ଅଷ୍ଟାଦଶ ପୁରାଣ ଆଦି ମହାପୁରୁଷ ମାନଙ୍କର କଥାଗାଥାରୁ ଅନୁଗମ କରିଛୁ ଭାରତ ହେଉଛି ପୃଥିବୀର ଗୋଟିଏ ଦେବଭୂମି ଆଧ୍ୟାତ୍ମିକ ଦେଶ, ଯେଉଁ ଦେଶରେ ଯେତେ ଯିଏ ଚେଷ୍ଟା କରିଲେ ମଧ୍ୟ ସେହି ଦେଶର କିଛି କରିପାରିବେ ନାହିଁ ।

ଯଦି ସମୟ ବିନାଶ କରିବାକୁ ଚାହିଁବେ ତେବେ ସେଥିରେ ସଂମ୍ପୂର୍ଣ୍ଣ ଉତ୍ପନ୍ନ ହେବ । ଯେମିତି ପୌରାଣିକ ମତ ଅଛି ଯେତେବେଳେ ଦେବଦାନବ ଯୁଦ୍ଧ ହୁଏ ଦାନବମାନଙ୍କର ଗୁରୁ ହେଲେ ଶୁକ୍ରାଚାର୍ଯ୍ୟ ଏବଂ ଦେବଥା ମାନଙ୍କର ଗୁରୁହେଲେ ବୃହସ୍ପତି ।

ତେଣୁ ଯେତେବେଳେ ରାତ୍ରରେ ଯୁଦ୍ଧ ହୁଏ ଦାନବମାନେ ମୃତ୍ୟୁବରଣ କରି ପଡିଥାନ୍ତି ସେତେବେଳେ ଶୁକ୍ରାଚାର୍ଯ୍ୟ ମୃତ୍ୟୁ ସଞ୍ଜିବନି ପାଠକରି ସେମାନଙ୍କୁ ପୁଣି ଜୀବିତ କରିଦେଇଥାନ୍ତି , ଆଉ ଦେବତା ମାନଙ୍କ ପାଖରେ ଅମୃତ ଥିବାରୁ ସେମାନେ ମଧ୍ୟ ପୁଣି ବଞ୍ଚିଯାଇଥାନ୍ତି ।

ସେହିପରି ଭାରତ ପାକିସ୍ତାନ ହେଉଛନ୍ତି ଦୁହେଁ ଦୁହିଁଙ୍କର ଶତୃ ନୁହନ୍ତି ବରଂ ମିତ୍ର କିନ୍ତୁ ସେମାନେ ତାହା ବୁଝିନପାରି ପର କଥାରେ ପରିଚାଳିତ ହେଉଛନ୍ତି । ପାକିସ୍ତାନ ଯେଉଁ ଭାରତ ସହିତ ବିଶ୍ବାସଘାତ କରୁଛି , ଯୁଦ୍ଧପାଇଁ ଯୋଜନା କରୁଛି ତାହା କେବଳ ସେ ପରବୁଦ୍ଧିରୁ । ତେଣୁ ମହାପୁରୁଷ କଲମ କରିଛନ୍ତି -ପରକୀୟା ବୃଦ୍ଧି ମଧ୍ୟରେ ଯେତେ ଲାଗିବ ଗୋଳ, ସେହି ଗୋଳକୁ କିଏ ଚିହ୍ନିବ ପଡିଯିବ ଚହଳ ।

ତେର ଜଣଙ୍କର କଳି ଲାଗିଥିବ ତର୍କିବ ଭକ୍ତଗଣ । ଅର୍ଥାତ ତେରଟି ଦେଶ ମଧ୍ୟରେ କଳି ଲାଗିଥିବ । ଏବେ ଯେଉଁ ଚୀନ ତାର ବିଜ୍ଞାନର ମାନସିକତା ନେଇ ବଡପଣ ଦେଖଉଛି , ଭାରତର ବି ତାର ପଡପଣ ଦେଖେଇ ସାରିଲାଣି ଏବେ ମଧ୍ୟ ଏ ଯୁଗରେ ଯେ ଭାରତ କୌଣସି ଗୁଣରେ କମ୍ ରେ ନାହିଁ । ଭାରତରେ ମଧ୍ୟ ଯୁଦ୍ଧ ବିଶାରଦ, ଜ୍ଞାନୀଗୁଣି ତଥା ଅସ୍ତ୍ରଶସ୍ତ୍ର ସବୁ ଭରପୁର ହୋଇ ରହିଛି ।

ଆଉ ଦେବଭୂମି ଭାବରେ ଦେବତା ଅଂଶରେ ଯେତେବେଳେ ଯୁଦ୍ଧ ଆରମ୍ଭ କରିବେ ନିଜେ ମାନବ ଦେହରେ ଦେବତା ଚାଲିଯିବେ ସେତେବେଳେ ପାକିସ୍ତାନ କଣ କରିବ ନାଁ ଋୁଷିଆ କଣ କରିବ ।

ବିବେକାନନ୍ଦ, ରାମକୃଷ୍ଣ ଆଦି ବହୁ ମହାପୁରୁଷମାନେ କହିଛନ୍ତି ପୃଥିବୀର ସବୁ ଦେଶ ଠାରୁ ବିରାଟଦେଶ ଭାବରେ ଭାରତବର୍ଷ ଏକ ଆଧ୍ୟାତ୍ମିକ ଦେଶରେ ପରିଣତ ହେବ । ତାର ଅର୍ଥ ଭାରତ ପାଖରେ ଏଭଳି ଏକ ଶକ୍ତି ଅଛି ଯେଉଁ ଶକ୍ତି ପାଖରେ ପାକ୍ତିସ୍ତାନ ପରି ଶହ ଶହ ଦେଶ ମଧ୍ୟ ହାରିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।