Odisha News Portal

ଶନିବାର ଦିନ ନିଶ୍ଚିତ କରନ୍ତୁ ଏହି ତିନୋଟି କାମ ଶନିଦେବ ଙ୍କ କୃପାରୁ ହୋଇପାରନ୍ତି କୋଟିପତି……

0 3

ଶନିବାର ଦିନ ଆପଣ ମାନେ ଶନିଦେବଙ୍କର ନାମ ଏହି ଏହି ତିନୋଟି କାମ କରନ୍ତୁ , ଯାହା ଦ୍ୱାରା ସମସ୍ତ ସମସ୍ୟାର ଅନ୍ତ ହେବ । ଆମର ବ୍ୟସ୍ତ ବହୁଳ ଜୀବନରେ ଦୁଃଖ ଏବଂ ଅସୁବିଧା ସର୍ବଦା ଲାଗି ରହିଥାଏ । ଏମିତି ପରିସ୍ଥିତିରେ ସମସ୍ତଙ୍କର ପ୍ରୟାସ ହୋଇଥାଏ ଦୁଃଖ ଏବଂ କଷ୍ଟକୁ ଯେତେ ଦୂର ସମ୍ଭବ ଏଡାଇ ଦେବା ଉଚିତ । ଏଥିପାଇଁ ଆମ ମାନଙ୍କୁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହି ଦୁଃଖ ସହିତ ଯଦି ଆପଣ ମାନଙ୍କର ଶନି ଦଶା ଖରାପ ଚାଲିଥାଏ ତେବେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଥାଏ ।

ଏହି ପରିସ୍ଥିତିର ସମାଧାନ କରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ରହିଛି , ତାହା ହେଉଛି ଶନିଦେବଙ୍କର କୃପା । ଥରେ ମାତ୍ର ଶନିଦେବଙ୍କର ଆର୍ଶିବାଦ ମିଳିଗଲେ ସେଦିନ ହିଁ ତାର ସମସ୍ତ ଦୁଃଖ ଶେଷ ହୋଇଯାଇଥାଏ । ତେଣୁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବଙ୍କର ନାମ ସ୍ମରଣ କରି ଏହି ତିନୋଟି କାର୍ଯ୍ୟ କରିବା ପାଇଁ ପଡିବ । ଯାହା ଦ୍ୱାରା କି ଶନିଦେବ ଆପଣଙ୍କ ଉପରେ ସାରା ଦୀବନ ପାଇଁ ପ୍ରସନ୍ନ ରହିଥାନ୍ତି । ଆସନ୍ତୁ ଜାଣିବା ସେହି ସମସ୍ତ କାମ ବିଷୟରେ ।

1–ସୋରିସ ତେଲ ଦାନ

 

ଶନିଦେବଙ୍କର ପୂଜାରେ ସୋରିଷ ତେଲ ବ୍ୟବହାର କରାଯାଏ । ସୋରିଷ ତେଲ ଶନିଦେବଙ୍କର ବହୁତ ପ୍ରିୟ ହୋଇଥାଏ , ଯଦି ଆପଣ ମାନେ ଶନିବାର ଦିନ ସୋରିଷ ତେଲ ଦାନ କରୁଛନ୍ତି ତେବେ ତାହା ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । ଏହି ଦାନ ଆପଣ ମାନେ କାହାକୁ ହେଲେ ମଧ୍ୟ କରିପାରିବେ । ମାତ୍ର ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଆପଣ ମାନେ ଯେତେବେଳେ ସୋରିଷ ତେଲ ଦାନ କରିବେ ତେବେ ସେହି ସମୟରେ ଶନିଦେବଙ୍କୁ ସ୍ମରଣ କରିବା ସହିତ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ଜୀବନର ସମସ୍ତ କଷ୍ଟ ଏବଂ ଦୁଃଖ ଦୂର ହୋଇଯାଇଥାଏ ।

2–କାଉକୁ ଖାଦ୍ୟ ଦେବା

ଶନିବାର ଦିନ କାଉକୁ ଖାଦ୍ୟ ଦେବା ବହୁତ ଶୁଭ କାର୍ଯ୍ୟ ବୋଲି କୁହାଯାଇଥାଏ । କାଉ ଶନିଦେବଙ୍କର ବାହନ ମଧ୍ୟ ହୋଇଥାଏ । ଯଦି ଆପଣ ମାନେ କେହି କାଉକୁ ଖୁସି କରିଦିଅନ୍ତି ତେବେ ଆପଣଙ୍କର ଶତ୍ରୁ ଆପଣଙ୍କର କେବେବି ଅନିଷ୍ଟ କରିବେ ନାହିଁ । ଏହା ସହ ଆପଣଙ୍କର ଜୀବନର ସମସ୍ତ ସମସ୍ୟା ଗୁଡିକ ଧୀରେ ଧୀରେ ଦୂର ହୋଇଯିବ । ଏଥିପାଇଁ ଆପଣ ମାନେ ଶନିବାର ଦିନ କାଉକୁ ଚାଉଳ କିମ୍ବା ଅନ୍ୟ କିଛି ହେଲେ ମଧ୍ୟ ଖାଇବାକୁ ଦେଇପାରନ୍ତି । ଏପରି କରିବା ପରେ ଶନିଦେବଙ୍କୁ ଦର୍ଶନ କରନ୍ତୁ ଏବଂ ନିଜର ସମସ୍ତ ସମସ୍ୟା ବିଷୟରେ କୁହନ୍ତୁ ।

3–ଲୁହା ଜିନିଷ କିଣାବିକା

ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା ବା ବିକ୍ରି କରିବା ଦ୍ୱାରା ସମସ୍ୟା ଗୁଡିକ ଦୂର ହୋଇଯାଇଥାଏ । ଏମିତି କୁହାଯାଏ କି ଶନିବାର ଦିନ ଆପଣ ମାନେ ଘରକୁ ନୂତନ ଲୁହାର ବସ୍ତୁ ଆଣିବା ଉଚିତ । ଏହି ସମୟରେ ଆପଣ ମାନେ ଶନିଦେବଙ୍କର ନାମ ନିଶ୍ଚିତ ଉଚ୍ଚାରଣ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।