Odisha News Portal

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବଡ ନିଷ୍ପତି ! ତିନି ମାସ ଯାଏଁ ରାସନ ନନେଲେ ରାସନ କାର୍ଡ ହେବ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ , ଯାହା ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ତ ଜାଣିଛନ୍ତି କି କେନ୍ଦ୍ର ସରକାର ସର୍ବଦା ଲୋକମାନଙ୍କର ଭଲ କରିବା ପାଇଁ ଚେଷ୍ଟିତ ରହିଥାନ୍ତି । ଲୋକମାନେ କିପରି ସୁଖ ସୁବିଧାରେ ଜୀବନ ଅତିବାହିତ କରିବେ କେବେବି ଅଭାବ ଅସୁବିଧାରେ ରହିବେ ନେଇ ସେ ନେଇ ସର୍ବଦା ଚିନ୍ତା କରିଥାନ୍ତି ଏବଂ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ ମଧ୍ୟ ଆରମ୍ଭ କରିଥାନ୍ତି ।

ମାତ୍ର ଏବେ ଏଥିପାଇଁ କେନ୍ଦ୍ର ସରକାର ଏବେ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି , ତେବେ ସେହି ନିଷ୍ପତ୍ତି ରାସନ କାର୍ଡକୁ ନେଇ କରି । ରାସନ କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କର ରହିଥିବ , କରୋନା ମହାମାରୀ ପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଲୋକଙ୍କୁ ମାଗଣା ଡାଲି ଚାଉଳ ଯୋଗାଇବା ସହିତ ରାସନ କାର୍ଡ଼ କୁ ନେଇ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହି କ୍ରମରେ ପୁନର୍ବାର କେନ୍ଦ୍ର ର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ମାନଙ୍କୁ ଏକ ନୂଆ ଗାଇଡ଼ ଲାଇନ ଜାରି କରା ଯାଇଛି।ଯେଉଁଥିରେ ଯଦି କୌଣସି ହିତାଧିକାରୀ ତିନି ମାସ ଧରି ରାସନ ନେଇ ନଥିବେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ରାସନ କାର୍ଡ଼ କୁ ରଦ୍ଦ କରି ଦିଆ ଯିବ । କାହିଁକିନା ଯଦି କୌଣସି ହିତାଧିକାରୀ ରାସନ ନେଉ ନାହାଁନ୍ତି , ତାହେଲେ ସେମାନେ ତାଙ୍କ ପେଟ ପୋଷିବାରେ ପୁରାପୁରି ସକ୍ଷମ । ତେଣୁ ଯଦି ଏଭଳି ରାସନ କାର୍ଡ଼ କୁ ରଦ୍ଦ କରି ଅନ୍ୟ କୌଣସି ଅଭାବୀ ବ୍ୟକ୍ତି ଙ୍କୁ ଦାନ କରା ଯାଏ , ତେବେ ସେମାନେ ମାଗଣା ରାସନ ର ସୁବିଧା ପାଇ ପାରିବେ ।


ରାସନ କାର୍ଡ ଏପରି ରଦ୍ଦ କରିବାର ସ୍ଥିତି ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ , ବିହାର ପରି ରାଜ୍ୟ ମାନଙ୍କରେ ଆରମ୍ଭ ହୋଇଗଲାଣି । କେନ୍ଦ୍ର ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଯେ ମାର୍ଚ୍ଚ 31 ତାରିଖ 2021 ସୁଦ୍ଧା ଦେଶର ସମସ୍ତ ରାଜ୍ୟ ମାନଙ୍କୁ “ୱାନ୍ ନେସନ ୱାନ୍ ରାସନ କାର୍ଡ଼ ଯୋଜନା” ରେ ଅନ୍ତର୍ଭୁକ୍ତ କରିବା ପାଇଁ।ଫଳରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁ ଥିବା ସମସ୍ତ 81 କୋଟି ହିତାଧିକାରୀ ଏହାର ସୁବିଧା ପୁନର୍ବାର ପାଇ ପାରିବେ ।

ଅର୍ଥାତ ଯଦି ଆପଣ ମାନେ କେଉଁ କାରଣ ପାଇଂ ରେସନ ସାମଗ୍ରୀ ଯେଉଁ ସ୍ତାନରେ ପାଇବା କଥା ସେହିଠାରୁ ନେଇ ପାରୁ ନାହାନ୍ତି , ତେବେ ଏବେ ଏହି କାର୍ଡ ମାଧ୍ୟମରେ ଆପଣ ମାନେ ଯେଉଁ ସ୍ଥାନରେ ରହିଥିବେ ସେହି କାର୍ଡକୁ ସେ ସ୍ଥାନର ଡିଲରକୁ ଦେଖେଇଲେ ସେ ଆପଣଙ୍କୁ ରାସନ ପ୍ରଦାନ କରିବେ । ତେବେ ଏପର୍ଯ୍ୟନ୍ତ ଦେଶରେ ମୋଟ 28 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ କେନ୍ଦ୍ରୀୟ ପୋର୍ଟାବିଲିଟି ର ସୁବିଧା ଆରମ୍ଭ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।