Odisha News Portal

ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମକାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଂମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଞ୍ଜେକ୍ସନ ଦେଇ ନପୁଂସକ କରାଯିବ, ଏମିତି ଆଇନ୍ କରି ଉଦାହରଣ ପାଲଟିଛନ୍ତି ଏହି ସରକାର….

ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଆମ ନଜର କୁ ଆସିଥାଏ। ନାରୀ ‘ଦୁଷ୍କର୍ମ’ ଭଳି ଘଟଣା ନିତିଦିନିଆ ହୋଇଗଲାଣି । ବର୍ତ୍ତମାନ ସମାଜରେ ନାରୀ ମାନଙ୍କର ଇଜ୍ଜତ୍ ଲୁଟ୍ ହେଉଛି ଏହା ଦ୍ୱାରା ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ଆପଣମାନେ ଝିଅ ପୁଅ ମାନଙ୍କର ଆନେକ ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ଏହି ଭଳି ଆପତ୍ତି ଜନକ ଫୋଟୋ ଏବଂ ଭିଡ଼ିଓ ଅନେକ ଅସାମାଜିକ ଲୋକମାନେ ଭାଇରାଲ କରିଥାନ୍ତି । ଏଥିପାଇଁ ଅନେକଙ୍କ ଭବିଷ୍ୟତ ନଷ୍ଟ ହେବା ସହିତ ଜୀବନ ମଧ୍ୟ ଯାଉଛି, ଏଥି ସହିତ ପରିବାର ସଂମ୍ମାନ ହାନି ମଧ୍ୟ ହେଉଛି।

ତେବେ ଜଣେ ନାରୀକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ନାରୀଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କତିର ମୁଳମନ୍ତ୍ର । ଆଜି ଆମେ ଏହି ସଂସାରକୁ ଆସିପାରିଛେ ଜଣେ ମାଁ ପାଇଁ । ନାରୀର ବହୁତ ଅବତାର ଅଛି ସେ ମାଁ ପୁଣି କେତେବେଳେ ଭଗୀନି ତ ପୁଣି କେତେବେଳେ ସ୍ତ୍ରୀ ହୋଇ ଆମ ସହିତ ସାରା ଜୀବନ ରହିଥାଏ ।

କହିବାକୁ ଗଲେ ଜଣେ ପୁରୁଷର ଅସ୍ତିତ୍ବ ଜଣେ ନାରୀ ବିନା ଅସଂମ୍ପୂର୍ଣ୍ଣ ଅଟେ । କିନ୍ତୁ ଆଜିର ଏହି କାମ ପିପାସୁ ପୁରୁଷମାନେ ନାରୀର ଗୁରୁତ୍ବକୁ ଭୁଲି ସେମାନଙ୍କର ଇଜ୍ଜତ ସହ ଖେଳିବାକୁ କିଛି ବି ମୌଉକା ହାତଛଡା କରୁ ନାହାଁନ୍ତି । ନାରୀକୁ ଗୋଟିଏ ଉପଭୋଗ ସାମଗ୍ରୀ ଭାବି କାମନା ବାସନାରେ ଅନ୍ଧ ହୋଇ ନାରୀର ଜୀବନକୁ ନଷ୍ଟ କରି ଦେଉଛନ୍ତି ।

ଆମ ଜାତିର ପିତା କହୁଥିଲେ ନାରୀର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଆଉ ପ୍ରକୃତ ସ୍ବାଧୀନତା ସେତେବେଳେ ମିଳିବ ଯେତେବେଳେ ଜଣେ ନାରୀ ଅଦ୍ଧରାତ୍ରୀରେ ରାସ୍ତାରେ ଏକୁଟିଆ ଚାଲିପାରିବ । କିନ୍ତୁ ଆଜିର ସମାଜ ଏତେ ମାତ୍ରରେ କଳଉଷିତ ହୋଇଛି ନାରୀଟିଏ ରାତିରେ ତ ଦୂରର କଥା ଦିନରେ ମଧ୍ୟ ଅକୁଟିଆ ଯିବା ପାଇଂ ଡରୁଛି , ଏପରିକି ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁ ନାହିଁ ।

ଆଉ ସେହି ମାନବରୂପି ରାକ୍ଷାସ ମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ କାଜିକିସ୍ତାନର ସରକାର ଏକ କଠୋର ଆଇନ ବ୍ୟବସ୍ଥା ପ୍ରଣୟନ କରିଛନ୍ତି । 20218 ମସିହାରେ କାଜିକିସ୍ତାନରେ ଏକ ଆଇନ୍ ପାଶ୍ ହୋଇଥିଲା । ଯେଉଁ ଆଇନ୍ ଅନୁସାରେ ଦୁଷ୍କର୍ମ କରୁଥିବା ପୁରୁଷମାନଙ୍କି ନପଂସକ କରିଦିଆ ଯିବାର ବ୍ୟବସ୍ଥା ରହିଥିଲା ଏବଂ ଏହା ଦ୍ବାରା ବଳାତ୍କାର ଭଳି ଜଘନ୍ୟ ଅପରାଧକୁ ରୋକାଯାଇ ପାରିବ ।

ସୂଚନାଯୋଗ୍ୟ, ଏହି ନିୟମ ଲାଗୁ ହେବା ପରେ କାଜିକିସ୍ତାନରେ ଏକ 16ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଜଣେ ପୁରୁଷଙ୍କୁ 15ବର୍ଷ କାରାଦଣ୍ଡ ଦେବା ସହିତ ନପଂସକ ହେବା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା ।

ଯାହାଫଳରେ ସେ ସାରା ଜୀବନ ପାଇଁ ନପଂସକ ହୋଇଯାଇଥିଲେ । ତେବେ ଏହି ନିୟମରେ ବର୍ତ୍ତମାନ ସୁଦ୍ଧା 11ଜଣଙ୍କୁ ଦଣ୍ଡ ଦିଆସରିଛି । Cyproterone ନାକମ ଷ୍ଟୋରେଡ୍ କୁ ଆଣ୍ଟି- ଅଣ୍ଡ୍ରୋଜେନ ବ୍ୟବହାର କରି ଅପରାଧୀ ମାନଙ୍କୁ ନଂପଂସୁକ କରି ଦିଆଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।