Odisha News Portal

ସରକାର ଙ୍କର ବଡ ଘୋଷଣା । ସ୍କୁଲ୍ ରେ ଯୋଗାଇ ଦିଆଯିବ ଜଳଖିଆ ।। ଏଥର ଦୁଇ ଥର ପିଲା ମାନଙ୍କୁ ସ୍କୁଲ୍ ରେ ଖାଦ୍ୟ ଦିଆଯିବ, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର , ଯାହକି ବିଦ୍ୟାଳୟ ପିଲାମାନଙ୍କ ପାଇଂ ଆସିଛି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ସରକାର ବିଭିନ୍ନ ସମୟରେ ବିଭିନ୍ନ ନିୟମ ମାନ ସବୁ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ପାଇଁ ନେଇଥାନ୍ତି । ଆଉ ଅନେକ ସମୟରେ ଏପରି କିଛି ନିୟମ ତଥା ସହାତୟ ପ୍ରଦାନ କରିଥାନ୍ତି ଯାଉଂଥିରେ ପିଲାମାନେ ଆକୃଷ୍ଠ ହୋଇ ପାଠ ପଢିବା ପାଇଁ ଇଛୁକ ହେବେ ଓ ତାଙ୍କର ପାଠ ପଢା ରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । ଆଉ ବର୍ତ୍ତମାନ ସମୟରେ ଠିକ୍ ସେହିପରି କିଛି ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ସରକାର ଘୋଷଣା କରିଛନ୍ତି କିଛି ନୂଆ ଯୋଜନା । ଯେଉଁ ଯୋଜନା ମାଧ୍ୟମରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ମଧ୍ୟ ଯୋଗାଇ ଦିଆଯିବ ।

ତେବେ ବର୍ତ୍ତମାନ ସମୟରେ ଏକ ଅପଡେଟ ଆସିଛି ଯେ ଆସନ୍ତା ଶିକ୍ଷାବର୍ଷ 2021-22 ରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ମଧ୍ୟ ଯୋଗାଇ ଦିଆଯିବ ଓ ପିଲାମାନେ ସ୍କୁଲ୍ ରେ ଦୁଇ ଥର ଖାଦ୍ୟ ଖାଇବେ ।ଆଉ ଜାତୀୟ ଶିକ୍ଷାନୀତିରେ ଏହାକୁ ନେଇ ପ୍ରସ୍ତାବ ଦିଆଯାଇ ଥିବା ବେଳେ କ୍ୟାବିନେଟ ରୁ ମଧ୍ୟ ଏହି ପ୍ରସ୍ତାବକୁ ସ୍ବକୃତି ମିଳିଛି ଯାହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ସୁଷମ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ।

ଏହାସହିତ ଏହି ଯୋଜନାକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ମାନଙ୍କରେ କିଚେନ୍ ଗାର୍ଡେନ ଯୋଜନା କୁ ତ୍ଵରାନିତ କରାଯିବ ବୋଲି ସୂଚନା ରହିଛି । ଆଉ ଯାହାଫଳରେ ଗାର୍ଡେନ ରେ ହେଉଥିବା ଫଳ କୁ ପିଲା ମାନଙ୍କୁ ଜଳଖିଆ ଭାବରେ ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇ ଅଛି ।


ଏହି ସଂମ୍ବନ୍ଧରେ ଅଧିକ ଆଲୋଚନା କରିବା ପାଇଁ ଆସନ୍ତା 16 ତାରିଖରେ କିଚେନ ଗାର୍ଡେନ ପ୍ରକଳ୍ପ ମୁଖ୍ୟ ଗଙ୍ଗାଧର ସାହୁଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାଜ୍ୟ ରେ ପ୍ରାୟ 55 ହଜାର ବିଦ୍ୟାଳୟ ରୁ 43 ହଜାର ବିଦ୍ୟାଳୟ କୁ କିଚେନ ଗାର୍ଡେନ ପ୍ରକଳ୍ପ ପାଇଁ 5 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହାସହିତ ଅନ୍ୟ 12 ଟି ବିଦ୍ୟାଳୟରେ ଜଳ ସେଚନ ସୁବିଧା , ପାଚେରୀ ସୁବିଧା ନଥିବା ଯୋଗୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି ।


ଆଉ ଏହି କିଚେନ ଗାର୍ଡେନର ଯୋଜନା ଅନୁସାରେ ସ୍କୁଲ୍ ର ଗାର୍ଡେନ ମାନଙ୍କ ରେ ବିଭିନ୍ନ ପ୍ରକାର ର ପନିପରିବା ଫଳ ମୂଳ ଆଦି ଲଗାଇବା ପାଇଁ ସ୍କୁଲ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଏହି କାର୍ଯ୍ୟ ସୂଚନା ରୂପେ ହେଉଛି କି ନାହିଁ ଏହାର ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଦାୟିତ୍ଵ ଦିଆ ଯାଇଛି । ତେବେ ବର୍ତ୍ତମାନର ଏହି ପ୍ରସ୍ତାବ ଅନୁସାରେ ସ୍କୁଲ୍ ଖୋଲିବା ପରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ଯୋଗାଇ ଦିଆଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।