Odisha News Portal

ସମାଜରେ ଉଦାହରଣ ପାଲଟିଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା, ଏହି ସାହାସୀ ଓଡିଆ ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

ଆଜିର ସମାଜରେ ଲୋକମାନେ ବହୁତ ପରିବର୍ତ୍ତନ ହୋଇଗଲେଣି , ଏବେକା ସମୟରେ ଲୋକମାନେ ଯିଏ ଯାହାର ଚିନ୍ତା କରୁଛନ୍ତି । ନିଜର ସ୍ୱାର୍ଥ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ହେଲେ ମଧ୍ୟ କରିବା ପାଇଁ ପଛଘୁଞ୍ଚା ଦେଉନାହିଁ । ମଣିଷ ମାନେ ଆଉ ମଣିଷ ଭଳି ନାହାନ୍ତି। ସମସ୍ତେ କେବଳ ନିଜ ନିଜ କଥା ଚିନ୍ତା କରୁଛନ୍ତି ନିଜେ କେମିତି ଭଲ ରେ ରହିବେ ,ନିଜର ଯେମିତି କୌଣସି ଅସୁଵିଧା ନ ହୁଏ , ଏହା ଭାବି ଥାନ୍ତି । ମାତ୍ର ପ୍ରତ୍ୟେକ ଲୋକମାନେ ଯେ ଏମିତି ତାହା କହିବା ଠିକ ନୁହେଁ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ମାନବିକତା , ସାମାଜିକତା ବଞ୍ଚି କରି ରହିଛି ।

ଏମିତି ଲୋକ ଅଛନ୍ତି , ଯେଉଁ ମାନେ ଅନ୍ୟର ଅସୁବିଧା ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । କୌଣସି ସ୍ଥାନରେ ଯଦି କଣ ଘଟିଯାଏ ତେବେ ଲୋକମାନେ କିଛି ଲୋକମାନେ ଛିଡା ହୋଇକରି ଦେଖନ୍ତି ହେଲେ ସାହାର୍ଯ୍ୟ କରିବା ପାଇଁ ଆସନ୍ତି ନାହିଁ ।

ହେଲେ ତାଙ୍କ ଭିତରେ ଏମିତି କିଛି ଲୋକ ଥାନ୍ତି , ଯେଉଁ ମାନେ ଅସୁବିଧା ଦେଖି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଯାହାକୁ ଶୁଣିଲେ ଆପଣ ମାନେ ଭାବିବେ କି ଏବେ ମଧ୍ୟ ସମାଜରେ ମାନବିକତା ଭଳି ଜିନିଷ ରହିଅଛି ।

ପୋଲିସ ମାନଙ୍କ ପ୍ରତି ପ୍ରତ୍ୟେକ ଲୋକମାନଙ୍କର ଧାରଣ ଠିକ ହୋଇନଥାଏ । ଆଇନ୍ ଉଲ୍ଲଂଘନ କଲେ ପୋଲିସ୍ କଠୋର ହୋଇ ଯାଏ ତାହା ନୁହେଁ ବରଂ ଅସୁବିଧା ସମୟରେ ମଧ୍ୟ ସେ ସହାୟତାର ହାତ ବଢ଼ାଇ ନିଜର ଦୟା ଭାବନା କୁ ପ୍ରଦର୍ଶନ କରିଥାଏ ।

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ଟ୍ରାଫିକ ପୋଲିସଙ୍କ ମହାନତା ଦେଖିବାକୁ ମିଳିଛି । ପୋଲିସ ଜଣକ ନିଜ ଡିଉଟି ରେ ଥିଲେ , ସେହି ସମୟରେ ଏକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା ହେଲେ ସାହାଯ୍ୟ ପାଇଁ କେହି ଆସି ନ ଥିଲେ ।

ମହିଳା ଙ୍କ ଏପରି ପରିସ୍ଥିତି ଦେଖି ତାଙ୍କୁ ସହୟତା ର ହାତ ବଢ଼ାଇ ଥିଲେ ଏପରିକି ସେ ଫାର୍ଷ୍ଟ୍ ଏଡ୍ ବକ୍ସ ଆଣି ତାଙ୍କ ପାଦ ଧରି ବେଣ୍ଡେଜ କରିଥିଲେ ଅର୍ଥାତ ମହିଳା ଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇ ଥିଲା ।

ତାଙ୍କର ଏହି ଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ , ତାଙ୍କର ଏହି ମହାନତା ବିଷୟରେ ସୋସିଆଲ ମିଡିଆରେ ଖବର ପ୍ରସାରଣ ପରେ କମିଶନରେଟ ପୋଲିସ୍ ମଧ୍ୟ ତାଙ୍କୁ ଡାକି ସ୍ୱାଗତ ଜଣାଇବା ସହିତ ମହିଳା ଟ୍ରାଫିକ ପୋଲିସ ଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।