Odisha News Portal

ସାବାସ୍ ଶାନ୍ତି ଅପା ! ଗାଁ ଗାଁ ସାଇକେଲ ଧରି ବିକ୍ରିକରୁଛନ୍ତି ପନିପରିବା , ମହିଳାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ! ଦୟାକରି ଏହି ମହିଳା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

0 23

ଅଭାବ ଓ ଅସୁବିଧାରେ ପଡିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇଯାଏ । ଏଥିପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଂ ମଧ୍ୟ ପଛାନ୍ତି ନାହିଁ , ତ ଆଉ କେହି କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି । ସହଜ ହୁଏନି ସମାଧାନର ବାଟ ଖୋଜି ପାଇବା । ହେଲେ ଆମେ ଏମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଜାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡିଏ ଚିନ୍ତା କରିବା ପାଇଂ ବାଧ୍ୟ ହେବ ।ତେବେ ସେହି ମହିଳା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଗାଁ ର ଶାନ୍ତି ଅପା ।

ରାତି ପାହିଲେ ଗାଁ ଗାଁ ବୁଲି ସାଇକେଲ୍ ଧରି ସେ ତାଜା ତାଜା ପରିବା ଟୋମାଟୋ, ବାଇଗଣ, ଶାଗ, ମୂଆ ଏମିତି ନାନା ଜାତିର ପରିବା ବିକନ୍ତି । ସୋସିାଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସାଇକେଲ୍ ଧରି ପରିବା ବିକୁଛନ୍ତି , ତେବେ ସେହି ଦୃଶ୍ୟ ଦେଖିଲେ ପୁରୁଷ ପ୍ରଧାନ ସମାଜକୁ ଟିକିଏ ଅଡୁଆ ଲାଗୁଥିବ ନିଶ୍ଚିୟ । କିଏ କିଏ ଭାବୁଥିବେ ଯେଉଁ କାମ ପୁରୁଷ କରିବା କଥା ଏଠାରେ ମହିଳାଟିଏ କଣ ପାଇଁ କରୁଛି ।

ସାଇକେଲ୍ ଧରି ଖରାବର୍ଷାରେ ମଧ୍ୟ ଗାଁ ରୁ ଗାଁ ବୁଲନ୍ତି ଶାନ୍ତି । ଶାନ୍ତି ଅପାର ଜୀବନ କାହାଣୀ ବଡ ଦୁଃଖଦାୟକ । ବାସୁଦେବପୁର ପୌରପାଳିକା ଅନ୍ତ୍ରଗତ ଭୈରବପୁର ଗାଁର ଶରତ ବେହେରାଙ୍କ ପତ୍ନୀ ଶାନ୍ତିଲତା ବେହେରା । ବୟସ ପାଖାପାଖି 35 ବର୍ଷ । ସ୍ବାମୀ ଶରତ ଶୁଣି ପାରନ୍ତି ନାହିଁ , ଶାନ୍ତିଙ୍କ ପରିବାର କହିଲେ ସ୍ବାମୀ , ବୃଦ୍ଧ ଶାଶୁଶଶୁର, ଦୁଇ ପିଲା ଏବଂ ସେ ନିଜେ ।

 ସ୍ବାମୀ ଟ୍ରଲି ରିକ୍ସା ଚଳାନ୍ତି , ଶାନ୍ତିଲତା ଦେଖିଲେ ଏତିକିରେ ପରିବାର ଚଳିବା କଷ୍ଟକର । ଶାଶୁଶଶୁର ଙ୍କ ଔଷଧ ଏବଂ ପିଲା ମାନଙ୍କର ପାଠପଢା ଏସବୁ କେଉଁଠୁ ଆସିବ , ଏଥିପାଇଁ ପଦାକୁ ଗୋଡ କାଢିଥିଲେ ଶାନ୍ତି ଆଉ ପରିବା ବ୍ୟାପାର କରୁକରୁ ଗାଁ ଗାଁରୁ ସେ ,ପାଲଟି ଗଲେ ଶାନ୍ତି ଅପା ।

ଶାନ୍ତି ଅପାଙ୍କ କର୍ମମୟ ଜୀବନ ଆରମ୍ଭ ହୁଏ ଭୋର 4 ଟାରୁ । ଘର କାମ ପରେ ସକାଳ 8 ଟାରେ ପରିବା ବୋଝେଇ ସାଇକେଲ୍ ଥରି ସେ ବାହାରି ଯାଆନ୍ତି ଗାଁ ବୁଲି , ଆଉ ଗାଁ ମୁଣ୍ଡରେ ଶାନ୍ତି ଅପାର ଡାକ ଶୁଣିଲେ ଘରୁ ବାହାରନ୍ତି ମହିଳା । ସାଇକେଲ ଚଢା ଓ ପରିବା ବ୍ୟାପାର ଭିତରେ କିନ୍ତୁ ଶାନ୍ତି ଅପା ମୁଣ୍ଡରୁ ଓଢଣି ଖସେନି । ଘର ଦ୍ବାରରେ ତାଜା ପରିବା ମିଳୁଥିବାରୁ ଗାଁର ମହିଳା ମାନଙ୍କୁ ମଧ୍ୟ ଶାନ୍ତି ଅପା ଖୁବ୍ ପସନ୍ଦ ।

ବର୍ଷ ବର୍ଷ ଧରି ଆମ ସମାଜରେ ଥିବା ଗୋଟେ ଅଯଥା ପରମ୍ପରାକୁ ଶାନ୍ତି ଅପା ଭାଙ୍ଗି ଦେଇଛି । ଆଜି ନାରୀ ଆକାଶରେ ଉଡିଲାଣି ଏକଥଆ ଯଦିଓ ଶାନ୍ତି ଅପା ଜାଣିନି କିନ୍ତୁ ତା ଅଜାଣତରେ ସେ ଆମ ସମାଜର ନାରୀ ମାନଙ୍କ ପାଇଁ ଗୋଟେ ନୂଆ ବାଟ ଖୋଲି ଦେଇଛି ନିଶ୍ଚୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।