Odisha News Portal

ସାବଧାନ୍ କଲା ମାଳିକା ! ଭୂବେନଶ୍ବରରେ ହେବ ଆତଙ୍କବାଦ ଆକ୍ରମଣ ! ଜାଣନ୍ତୁ କେଉଁ ବର୍ଷ କେଉଁ ଦିନ ….

0 8

ପ୍ରତ୍ୟେକ ଥର ମହାପୁରୁଷଙ୍କର ସେହି ମାଳ ମାଳ ହୋଇ ରଚିତ ହୋଇ ଥିବା ମାଳିକା ଶାସ୍ତ୍ର ବିଷୟରେ ଆମେ ଆପଣଙ୍କୁ ଜଣାଇଥାଉ । ତେବେ ବହୁତ ଜଣଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ କଣ ପ୍ରକୃତ ମାଳିକାରେ ଏହା ଲେଖା ହୋଇଥିଲା , ନାଁ ମନରୁ କିଛି କଳ୍ପନା କରି କଥା କହୁଛନ୍ତି ଏବଂ ଯଦି ଲେଖା ହୋଇଥିଲା ତେବେ ଏ ଘଟଣା ଘଟିବା ପୂର୍ବରୁ କାହିଁ କହିଲେନି, ଘଟଣା ଘଟି ସାରିବା ପରେ କଣ ପାଇଁ କହୁଛନ୍ତି । ତେବେ ଏସବୁର ଅର୍ଥ କଣ । ମହାପୁରୁଷ ବିଭିନ୍ନ ପ୍ରକାର କଥା ଲେଖିଛନ୍ତି କିନ୍ତୁ ଆମେ ଆଜି ମହାପୁରୁଷ ଲେଖିଥିବା ଭୂବନେଶ୍ବର ବିଷୟରେ କିଛି କହିବାକୁ ଯାଉଛୁ । ଭୂବନେଶ୍ବରରେ ଭୟ ବିଡାକିବ ନିଶା ଅର୍ଦ୍ଧରେ ରହିଣ, ବାଶୁଆ ବଳଦ ଉଭା ହୋଇଥିବ ଏକ ପାଦରେ ନୋତେଣ ।

ତେବେ ମହାପୁରୁଷ କହୁଛନ୍ତି ଭୂବନେଶ୍ବରରେ ରାତିରେ ଏକ ଭୟ ବି ଡାକ ହେବ । କିନ୍ତୁ ଏହା ଭୂବନେଶ୍ବର ବାସୀଙ୍କୁ ଭୟଭୀତ କରିବା ପାଇଂ ନୁହେଁ ବରଂ ସତର୍କ ସାବଧାନ କରିବା ପାଇଁ କୁହା ଯାଇଛି । ପୁଣି କହିଛନ୍ତି ମହାପୁରୁଷ -ଶାଳଶିଳ ବଟର ଯାଏଁ , ଗୁପତେ ଅଛନ୍ତି ଠୋକାଏ ।

କାଳ ପ୍ରମାଦିଟି ପଡିବ , କେ ତାହା ଜାଣି ନପାରିବ ।ଶୁଣ କହିବା ତୋତେ ତାହା , ତୋତେ ମୋହରହ ନାହିଁ ମାୟା । ଗରଗର୍ଜନ ନାଦ ଘୋର , ପ୍ରମାଦ ପଡିବ ସଂସର । ଭୂବନେଶ୍ବର ଠାରେ ଜାଣ ବିନ୍ଦୁ ଯେ ସରୋବର ପୁଣ, ସେଠାରେ କାଟ ହେଉ ଦେହବ । କେହି କାହାକୁ ନ କହିବ , ସଂଗ୍ରାମ ଲାଗି ବଟି ପୁଣ ଚବିଶ ଅଙ୍କରେ ପ୍ରମାଣ । ଚୈତ୍ର ମାସ ମଧ୍ୟରେ ମଙ୍ଗଳବାର ସେ ଦିନରେ , ସେଦିନ ସୈନ୍ୟଟି ଆସିବେ ଓଡିଶା ଭିତରେ ପଶିବେ । ଘୋର ପ୍ରମାଦ ହେବ ଜାଣ, ତୋତେ କହିଲୁ ଭକ୍ତେ ଶୁଣ ।


ତେବେ ମହାପୁରୁଷ କହୁଛନ୍ତି ଚୈତ୍ର ମାସ ମଙ୍ଗଳବାର ହୋଇଥିବ ଏବଂ ବିନ୍ଦୁ ସରୋବର ପାଖରେ ଗୋଳଯୁଦ୍ଧ ଆରମ୍ଭ ହେବ । ଭୂବନେଶ୍ବରରେ ବିଦେଶୀ ଶତୃମାନେ ପଶିବେ ଏବଂ ସେଠାରେ ମଧ୍ୟ ବାରମ୍ବାର ଏହି ମହାବିପତ୍ତି ଆସିବ । କିନ୍ତୁ ଭୂବନେଶ୍ବର ନଷ୍ଟ ତଥା ଧ୍ବଂସ ହେବ ନାହିଁ ବରଂ କିଛି କିଛି ପାପି ମାନେ ଧ୍ବଂସ ହୋଇଯିବେ ଏବଂ କିଛି ଦୁଷ୍ଟ ମାନଙ୍କୁ ଦଣ୍ଡ ପ୍ରଦାନ କରାଯିବ ।

କିନ୍ତୁ ଭୂବନେଶ୍ବରରେ ଶାନ୍ତି ଫେରି ଆସିବ ଏବଂ ତାହା ଓଡିଶାର ନିଶ୍ଚିତ ଭାବରେ ତୀର୍ଥ ଭୂମି ଭାବରେ ସର୍ବଦା ପରିଚିତ ରହିବ । କାହିଁକି ନାଁ ଭୂବନେଶ୍ବର ହେଉଛି ମନ୍ଦିର ମାଳିନୀ , ସେଠାରେ ଭକ୍ତି ଜନ୍ମ ହେବେ ଏବଂ ସେଠାରେ ବହୁ ଲୀଳାଖେଳା ମଧ୍ୟ ହେବେ୍ । ତେବେ ମହାପୁରୁଷ ମଧ୍ୟ ତାଙ୍କ ମାଳିକା ଶାସ୍ତ୍ରରେ ଲେଖି ଯାଇଥିଲେ ଯେ ଭୂବନେଶ୍ବରରେ ବହୁ ଭକ୍ତମାନେ ଜନ୍ମ ହେବେ ଏବଂ ଭୂବନେଶ୍ବରୁ ଗୋଟିଏ ପ୍ରଖ୍ୟାତ ସ୍ଥାନ ଭବାରେ ପରିଗଣିତ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।