ବନ୍ଧୁଗଣ ଆପଣ ଜାଣିଥିବେ ଯେ ଋଣର ଭାର ଆମ ପାଇଁ କେତେ ଭାରିହୋଇପଡେ |ଋଣଥିଲେ ଆମେ କେତେବେଳେ ଶାନ୍ତିରେ ଶୁଇପାରୁନୁ କି ଖାଇବି ପାରୁନୁ, ଏଥିପାଇଁ ଆପଣଙ୍କ ମାନସିକ ଚାପ କେତେବେଳେ କମିନଥାଏ |ଆପଣଙ୍କ ଆୟ ଅନୁଯାଇ ଯଦି ଋଣ ଅଧିକଥାଏ ତେବେ ଆପଣ ଏହି ଋଣ ଦାଉରୁ କେବେବି ରକ୍ଷା ପାଇପାରନ୍ତି ନାହିଁ |ମୁଁ ଆଜି ଆପଣକୁ ଋଣମୁକ୍ତ ହେବାପାଇଁ କିଛି କଥା କହିବି ଯାହା ଦ୍ଵାରା ଆପଣଙ୍କ ଏହି ମାନସିକ ଚିନ୍ତା ଦୂର ହୋଇଯିବ |ଆପଣଙ୍କ ଜାତକର ଷଷ୍ଠ ସ୍ଥାନ ହେଉଛି ଋଣର ଜାଗା,ଲଗ୍ନାଧିପତି ଯଦି ଷଷ୍ଠ ସ୍ଥାନରେ ରହନ୍ତି ତେବେ ଆପଣଙ୍କୁ ପ୍ରତିମୁହୁର୍ତରେ ଲୋନ କରିବାକୁ ଇଚ୍ଛାହୋଇଥାଏ |ଏହି ଯୋଗ ଯଦି ଆପଣଙ୍କ ଜାତକରେ ରହିଛି ତେବେ ଆପଣ ସାବଧାନ ହୋଇଯାନ୍ତୁ ଲୋନ ପ୍ରତି, ଆପଣ ଲୋନ ନେବାପାଇଁ ଆଦୌ ମନବଳାନ୍ତୁ ନାହିଁ |ଆଜି ଋଣ ଭାରରୁ ମୁକ୍ତ ହେବାପାଇଁ ମୁଁ ଆଜି ଆପଣକୁ କିଛି କହିବି, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ |
-ଆପଣ ଲୋନ କୌଣସି ଦିନ ନେଇପାରିବେ ମାତ୍ର ଆପଣ ମଙ୍ଗଳବାର ଦିନ ଭୁଲରେ ବି ଲୋନ ନିଅନ୍ତୁ ନାହିଁ, କାରଣ ଆପଣ ଏହିଦିନ ଲୋନ ନେଇଥିଲେ ତାହା ଆପଣ ସହଜରେ ସୁଝିପାରିବେ ନାହିଁ |ଆପଣଙ୍କ ପାଖରେ ବହୁତ ପଇସା ଥିବା ମାତ୍ର ଲୋନର ପାଇସା ଦେଇପାରିବେ ନାହିଁ,ଆପଣ ଏହି ମଙ୍ଗଳବାର ଦିନ ଲୋନ ଶୁଝିଲେ ଭଲ ମାତ୍ର ଲୋନ କରିବା ଭଲ ନୁହଁ |ଆପଣ ଯଦି ମଙ୍ଗଳବାର ଦିନ ଲୋନ ସୁଝି ଦିଅନ୍ତି ତେବେ ଆପଣଙ୍କ ଲୋନର ଭାର କମିଯାଏ |
-ଯଦି ଆପଣଙ୍କର ବହୁତ ଲୋନ ରହିଛି ତେବେ ଆପଣ ଲଷ୍ମୀନୃସିଂହଙ୍କ ଋଣ ମୋଚନ ମନ୍ତ୍ର ତ୍ରିସନ୍ଧ୍ୟାରେ ପାଠ କରନ୍ତୁ, ଏହି ମନ୍ତ୍ରକୁ ଆପଣ ଭଗବାନ ପ୍ରତି ସମର୍ପଣ ଭାବ ରଖି ପାଠ କରନ୍ତୁ ଦେଖିବେ ଆପଣ ବହୁତ ଶୀଘ୍ର ଋଣ ମୁକ୍ତ ହୋଇଯିବେ |
-ଆପଣଙ୍କର ଯଦି ବହୁତ ଋଣ ରହିଛି ତେବେ ଆପଣ ମଙ୍ଗଳବାର ଦିନ ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଗୋଟିଏ ଲାଲ ଇଟା ଦିଅନ୍ତୁ, ତାହା କଲେ ଆପଣଙ୍କୁ ଋଣରୁ କିଛି ଉପଶମ ମିଳିବ |ତାହା ସହିତ ଆପଣ ଶୁଇବା ସମୟରେ ଗୋଟିଏ ଲାଲ ଇଟାକୁ ଧରି ବଜରଙ୍ଗୀଙ୍କୁ ସ୍ମରଣ କରି ଏହି ଇଟା ଭାର ପରି ଆପଣଙ୍କ ଋଣ ଭାର କମିଦେବା ପାଇଁ ପ୍ରାର୍ଥନା କରନ୍ତୁ |ହେ ପ୍ରଭୁ ମତେ ଋଣ ମୁକ୍ତ କରନ୍ତୁ କହି ଏହି ଇଟାକୁ ଏକ ଲାଲ କପଡାରେ ବାନ୍ଧି ରଖାନ୍ତୁ ପରଦିନ ସକାଳ ଗାଧି ଏହି ଇଟାକୁ ନେଇ ହନୁମାନ ମନ୍ଦିର ପରିସରରେ ରଖିଦିଅନ୍ତୁ, ଏହି ପରି ଆପଣ ନଅଟି ମଙ୍ଗଳବାର କରନ୍ତୁ |ଏହା ଦ୍ଵାରା ଆପଣ ଋଣର ଭାର କମିଯିବ |
-ଆପଣ ଏକ ବରପତ୍ର ଆଣନ୍ତୁ ଏବଂ ଏଥିରେ ଆପଣ ଆପଣଙ୍କ ନାମ ଗୋତ୍ର ଓ ସମସ୍ୟାକୁ ଲେଖି ଦିଅନ୍ତୁ, ଏହି ପତ୍ରକୁ ଲାଲ ସୂତାରେ ବାନ୍ଧି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ |ଏହି କାର୍ଯ୍ୟଗୁଡିକ ଆପଣ ଶ୍ରଦ୍ଧାର ସହିତ ଏବଂ ଭକତିର ସହିତ କରନ୍ତୁ, ଏହାଦ୍ୱାରା ଆପଣ ଋଣ ମୁକ୍ତ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।