Odisha News Portal

Exclusive : ରୁଚିକାକୁ ହଷ୍ଟେଲରେ ଟର୍ଚ୍ଚର କରାଯାଉଥିଲା, ସେଥିପାଇଁ ସେ ଏଭଳି ନିଷ୍ପତି ନେଲା… ଏ ନେଇ କଣ କହୁଛନ୍ତି ଏହି ସମାଜସେବୀ… ଦେଖନ୍ତୁ Video

ବିଜେବି କଲେଜ ର ଛାତ୍ରୀ ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ଼ ନୋଟ ଛାଡ଼ି ଯାଇଥିଲେ । ସେ ଏହି ଚିଠି ରେ ଲେଖିଥିଲେ ଯେ, ” ମୁଁ ଜୀବନରେ ବହୁତ ଥକି ପଡିଲିଣି, ମୋ ବାପା ମୋ ବୋଉ ମୋତେ ଏତେ କଷ୍ଟ ରେ ପାଠ ପଢ଼ାଇଲେ । ଆମ ଘରର ଲୋକଙ୍କ ମୋ ପାଠପଢା ପାଇଁ ଚଳିବା କଷ୍ଟକର ଥିଲା । ହେଲେ ହଷ୍ଟେଲ ରେ ମୋ ସିନିୟର ବହୁତ ଟର୍ଚ୍ଚର କରିଲେ ।

ତିନି ଜଣ ସିନୟର ମୋତେ ମେଂଟାଲି କଷ୍ଟ ଦେଲେ । ଆଉ ସହି ପାରିଲି ନାହିଁ କି ଘରେ ବି କହି ପାରିଲି ନାହିଁ । ମୋତେ ମୋ ବାପା ଓ ବୋଉ ଆଉ ଘରର ସମସ୍ତେ ବହୁତ ଭଲ ପାଆନ୍ତି । ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି । କିନ୍ତୁ ମୋତେ ସିନିୟର ମେଂଟାଲି ଡିପ୍ରେସ କରିଲେ । ବାପା ଓ ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ । କିନ୍ତୁ ତାଙ୍କ ପଇସା ର କିଛି ବି ମୂଲ୍ୟ ନାହିଁ ।

ସମସ୍ତେ ଜାଣିଛନ୍ତି ଆମ କଲେଜ ରେ ରାଗିଂ ହୁଏ ନାହିଁ । କିନ୍ତୁ ସିନିୟର ହଷ୍ଟେଲ ରେ ମୋତେ ବଞ୍ଚିବାକୁ ଦେଲେ ନାହିଁ । ମୋ ବାପା ବୋଉ ଙ୍କ ଲୁହ ରେ ସେମାନେ ଭାସି ଯିବେ ଜମାବି ଆଗକୁ ବଢି ପାରିବେ ନାହିଁ । ତିନି ଜଣ ସିନିୟର ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କରିଲେ ଓ ମୋତେ ପାଠ ପଢ଼ିବାକୁ ଦେଲେ ନାହିଁ । ମୋ ରୁମ ମେଟ କୁ ବି ମୁଁ ଏକଥା କହି ପାରିଲି ନାହିଁ । ଶେଷରେ ମୁଁ ଜୀବନ ହାରୁଛି । ”

ତେବେ ଏହା ଥିଲା ରୁଚିକା ମହାନ୍ତି ଙ୍କ ଶେଷ ଚିଠି । ତେବେ ଏହି ଚିଠି ରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସିନିୟର ମାନଙ୍କ ଟର୍ଚ୍ଚର ଥିଲା ତାଙ୍କର ଏଭଳି ଚରମ ନିଷ୍ପତ୍ତି ନେବାର କାରଣ । କିନ୍ତୁ ଏଠାରେ ସେ ସେହି ସିନିୟର ମାନଙ୍କ ନାଁ ଲେଖି ନାହାନ୍ତି । କିଏ ହେଉଛନ୍ତି ସେହି ତିନି ଜଣ ସିନିୟର ଯିଏ ତାଙ୍କୁ ଏଭଳି ନିଷ୍ପତ୍ତି ନେବାରେ ବାଧ୍ୟ କରିଛନ୍ତି? ଅପର ପକ୍ଷେ ରୁଚିକା ଜଣେ ମେଧାବୀ ଛାତ୍ରୀ ଥିବା ବୋଲି ତାଙ୍କ ସିନିୟର ଓ ଶିକ୍ଷକ ବି କହିଛନ୍ତି ।

କିନ୍ତୁ ରୁଚିକା କାହିଁକି ଏଭଳି ନିଷ୍ପତ୍ତି ନେଲେ ସେଥିପାଇଁ ଏବେ ସମସ୍ତେ ଚିନ୍ତିତ ଅଛନ୍ତି । ଅନ୍ୟ ପଟେ ତାଙ୍କ ବାପା ଓ ମାଆ ଏବେ ଧାରଣା ରେ ବସିଛନ୍ତି ତାଙ୍କ ଝିଅ କୁ ଉଚିତ ନ୍ୟାୟ ମିଳିବା ପାଇଁ ତେବେ ଏଭଳି କଣ କାରଣ ଥିଲା ଯେ, ସେ ନିଜ ବାପା ମାଆ ଙ୍କୁ ଏହି ବିଷୟରେ କହି ପାରିଲେ ନାହିଁ? ପରେ ଏଭଳି ଚରମ ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହେଲେ ।

 

ତେବେ ଦେଖିବାକୁ ବାକି ରହିଲା ଯେ, ଏହି ସୁଇସାଇଡ଼ ଲେଟର ଆଧାର ରେ ପୋଲିସ କଣ ତଦନ୍ତ କରୁଛି ଏବଂ ଏହି ତିନି ଜଣ ସିନିୟର କିଏ ଏବଂ ତାଙ୍କ ପରିଚୟ କଣ ତାଙ୍କୁ ପୋଲିସ ଖୋଜି ବାହାର କରି ପାରୁଛି ନା ନାହିଁ । ରୁଚିକା କୁ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି ତାଙ୍କ ବାପା ମା ଓ ସ୍ଥାନୀୟ ବାସିନ୍ଦା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।