Odisha News Portal

ଦେଖନ୍ତୁ Viral ଭିଡ଼ିଓ : ରୋଗୀ ମରିଯିବାରୁ ଡାକ୍ତରଙ୍କୁ ନିର୍ଧୁମ ଛେଂଚିଲେ, ଆଉ ତା’ପରେ ଦେଖନ୍ତୁ କ’ଣ ହେଲା…….

ଦେଶରେ ବର୍ତ୍ତମାନ କରନାର ଦିତୀୟ ଲହର ଚାଲିଛି ପରିସ୍ଥିତି ସଙ୍କଟାପନ୍ନ ଦେଇ ଗତି କରୁଛି। କାରଣ ଦିତୀୟ ଲହର ଏତେ ମାରାତ୍ମକ ଯେ ପ୍ରତିଦିନ ହଜାର ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ଏତେ ଘାତକ ହେବାର କାରଣ ଏହାର ଭାଇରସ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଉଛି, ସେଥିପାଇଁ ରୋଗୀର ଅକ୍ସିଜେନ ଲେବୁଲ କମ ହୋଇ ଯାଉଛି , ପଳରେ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ସେଥିପାଇଁ ବର୍ତ୍ତମାନ ଦେଶରେ ଅକ୍ସିଜେନ ର ଅଭାବ ଦେଖା ଦେଇଛି। ତେବେ ଏଭଳି ବିପଦ ମୟ ପରିସ୍ଥିତି ରେ ଡାକ୍ତର ମାନେ ହିଁ ମଣିଷ ରୂପରେ ଭଗବାନ ହୋଇ ରୋଗୀକଙ୍କୁ ବଂଚଉଛନ୍ତି। କିନ୍ତୁ ବେଳେ ବେଳେ ଡାକ୍ତର ରୋଗୀକଙ୍କୁ ନେଇ ଏଭଳି କିଛି ଘଟଣା ସାମନାକୁ ଆସୁଛି, ଯାହା ଆଶ୍ଚର୍ଯ୍ୟ ଲାଗୁଛି, ଏଭଳି ବିପଦ ପୂର୍ଣ ପରିସ୍ଥିତି ରେ ଜଣେ ଜଣଙ୍କୁ ସାହାଯ୍ୟ କରିବା ବଦଳରେ ଅନେକ ପ୍ରକାର ନିନ୍ଦନୀୟ ଘଟଣା ଘଟୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣି ସାରିଲା ପରେ ଆପଣ ମଧ୍ୟ ନିସ୍ତବ୍ଧ ହୋଇ ରହିଯିବେ, ବିନାଶ କାଳେ ବିପରୀତ ବୁଦ୍ଧି ଭଳିଆ ଘଟଣା ଘଟିଛି, ଅର୍ଥାତ ଜଣେ କୋଭିଡ ରୋଗୀ ମରିଯିବରୁ ଡାକ୍ତରଙ୍କୁ ଡାକ୍ତର ଙ୍କୁ ପରିବାର ଲୋକ ମାଡ଼ ମାରିଛନ୍ତି, ତେବେ ଏଭଳି ଘଟଣାକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି, ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣା ଘଟିଛି ଆସାମର ଗୁଆହାଟି ଠାରୁ ୧୪୦ କି.ମି. ଦୂରରେ ଥିବା ଏକ ଉଦାଲି ମଡେଲ ହସ୍ପିଟାଲରେ, ତେବେ ସୂଚନା ମୁତାବକ ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ କୋଭିଡ଼ ରେ ଆକ୍ରାନ୍ତ ଜଣେ ଲୋକ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଥିଲେ। ତେବେ ଏହା ପରେ ତାଙ୍କ ପରିବାର ଲୋକ ଅତ୍ୟଧିକ ରାଗିଯାଇ ହସ୍ପିଟାଲରେ ଜିନିଷ ପତ୍ର ପିଙ୍ଗା ଫୋପଡା କରିଥିଲେ, ଏହି ସମୟରେ ହସ୍ପିଟାଲରେ ଥିବା ସମସ୍ତ କର୍ମଚାରୀ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ସେହି ହସ୍ପିଟାଲରେ ଥିବା ଜଣେ ଡାକ୍ତର କବାଟ ବନ୍ଦ କରି ବସିଥିଲେ।

ଉତ୍ତପ୍ତ ଲୋକେ କବାଟ ଭାଙ୍ଗି ଡାକ୍ତରଙ୍କୁ ମାରିଥିଲେ, ତେବେ ମାଡ଼ ଖାଇଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି କାମକୁ ନେଇ ଅନ୍ୟ ଡାକ୍ତରଖାନାରେ ଡାକ୍ତର ମାନେ ତୀବ୍ର ନିନ୍ଦା କରି ସମସ୍ତେ ଧାରଣ ଦେଇଛନ୍ତି। ଏହା ପରେ ଆସାମର ମୁଖ୍ୟମନ୍ତ୍ରୀ କରନା ଯୋଦ୍ଧାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ପାଈଁ ଦୁଃଖ ପ୍ରକାଶ କରିବା ସହିତ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ଦେଇଛନ୍ତି। ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କୁ ଗିରଫ କରିଛି। ତେବେ ଦେଖିବାର ବିଷୟ ପ୍ରଶାସନ ଦୋଷୀ ବିରୁଦ୍ଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗୃହଣ କରୁଛି ତାହା ବର୍ତ୍ତମାନ ଦେଖିବାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।