2022 ର ଅନ୍ତିମ ଓ ଭୟଙ୍କର ସୂର୍ଯ୍ୟ ପରାଗ, ପରାଗ ସମୟରେ ଏବଂ ପରାଗ ଛାଡିଲା ପରେ କଣ କରିବେ ଦେଖନ୍ତୁ ?

ବନ୍ଧୁଗଣ ଆଜି ହେଉଛି ଏହି ବର୍ଷ ତଥା ୨୦୨୨ ର ଶେଷ ସୂର୍ଯ୍ୟପରାଗ, ତେବେ ବିଜ୍ଞାନ ଅନୁସାରେ ଏହି ସୂର୍ଯ୍ୟ ପରାଗ ଟି ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସମାନ୍ତରଣ ରେଖା ରେ ଅଵସ୍ଥାନ କରନ୍ତି ତାହାକୁ ସୂର୍ୟ୍ଯ ପରାଗ ବୋଲି କୁହାଯାଏ। ତେବେ ଏହି ସୂର୍ଯ୍ୟପରାଗ ଟି ର ପ୍ରଭାବ ମଣିଷ ,ପଶୁପକ୍ଷୀ ସମସ୍ତ ଙ୍କ ଉପରେ ରହିଥାଏ। ତେବେ ଆମ ଜ୍ଞାତିଶ ଶାସ୍ତ୍ର ରେ ମଧ୍ୟ ଏହି ସୂର୍ୟ୍ଯ ପରାଗ କୁ ନେଇ ଅନେକ ନୀତି ନିୟମ ବିଷୟରେ ବର୍ଣ୍ଣନା କର ଯାଇଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ।

ସୂର୍ଯ୍ୟପରାଗ ସମୟ ରେ କଣ କରିବେ ନାହିଁ:-

୧.ଏହି ସ୍ୱର୍ୟ୍ଯପରାଗ ହେବା ର ୧୨ ଘଣ୍ଟା ପୂର୍ବରୁ ଆପଣ ମାନେ ପାକ ହାଣ୍ଡି ଛାଡ଼ କରନ୍ତୁ ଅର୍ଥାତ ଆପଣ ମାନେ ଏହି ସମୟ ରେ କୌଣସି ରୋଷେଇ କରନ୍ତୁ ନାହିଁ କିମ୍ବା ରୋଷେଇ ହୋଇଥିବା ଖାଦ୍ୟ କୁ ଗ୍ରହଣ କରନ୍ତୁ ନାହିଁ। ମାତ୍ର ଏହି ସମୟ ରେ ଆପଣ ଶୁଖିଲା ଜିନିଷ ତଥା ବିସ୍କ୍ରିଟ , ଚୁଡା , ନସ୍ତା ଆଦି ଶୁଖିଲା ଜିନିଷ ର ସେବନ କରି ପାରିବେ।

୨.ଏହି ସୂର୍ଯ୍ୟପରାଗ ସମୟରେ, ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଦେବାଦେବୀ ଙ୍କ ର ପୂଜାର୍ଚ୍ଚନା କରନ୍ତୁ ନାହିଁ। ଆହୁରି ଭଲ ହେବ ଯଦି ଆପଣ ପାରୁଛନ୍ତି , ଠାକୁର ଘର କୁ ବନ୍ଦ କରି ରଖି ଦିଅନ୍ତୁ ଏହି ସମୟରେ।

୩.ସୂର୍ଯ୍ୟ ପରାଗ ସମୟ ରେ କୌଣସି ବୃକ୍ଷ ଙ୍କୁ ଛୁଇଁବା ଉଚିତ ନୁହେଁ , ଏହି ସମୟରେ ଆପଣ ବାହାର କୁ ନବହାରି ଘର ମଧ୍ୟରେ ରୁହନ୍ତୁ। ଏବଂ ଭଗବାନ ଙ୍କ ନାମ ଜପ କରନ୍ତୁ। ଏପରି କରିବା ଦ୍ୱାରା ସବୁ ଅନିଷ୍ଠ ଶୁଭ ଫଳ ରେ ପରିବର୍ତ୍ତନ ହୋଇଯାଇ ଥାଏ।

୪.ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ କିମ୍ବା ଏହି ସୂର୍ଯ୍ୟ ପରାଗ କୁ ଦେଖିବା ଉଚିତ ନୁହେଁ। ଏହି ସମୟ ରେ ଗର୍ଭବତୀ ମହିଳା ମାନେ ହାତ ରେ ଏକ ନଡ଼ିଆ ଓ ହଳଦୀ ଖଣ୍ଡ କୁ ଧରି ଭଗବାନ ଙ୍କୁ ସ୍ମରଣ କରିବା ତଥା ଭଗବାନ ଙ୍କ ର କୌଣସି ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।

୫.ତେବେ ଆପଣ ମାନେ ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ,ପ୍ରଥମେ ସ୍ନାନ କରି ନିଅନ୍ତୁ ଏବଂ ସୂର୍ଯ୍ୟ ଙ୍କୁ ଦର୍ଶନ କରନ୍ତୁ। ତା ପରେ ଆପଣ ଖାଦ୍ୟ ଗ୍ରହଣ ଓ ରୋଷେଇ କରି ପାରିବେ। ତେବେ ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ଆପଣ ଠାକୁର ଙ୍କୁ ପିନ୍ଧେଇ ଥିବା ବସ୍ତ୍ର କୁ ବାହାର କରି ତାକୁ ଧୋଇ ନିଅନ୍ତୁ। ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ସୀମା ସମୟ ରେ ଆପଣ ଏହିପରି ସବୁ କାର୍ଯ୍ୟ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment