ଦେଖନ୍ତୁ ରିଏଲିଟି ଶୋ ଦାଦାଗିରି କୁ ନେଇ କଣ କହିଲେ ଅଭିନେତ୍ରୀ ସୁପ୍ରିୟା… ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ଜାଣିଛନ୍ତି ଓଡ଼ିଶାରେ ମନୋରଂଜନ ର ଏକ ଭିନ୍ନ ଦୁନିଆ ସୃଷ୍ଟି କରିଛି ସାର୍ଥକ ଟିଭି ଚ୍ୟାନେଲ। ଲୋକଙ୍କୁ ଅନେକ ପ୍ରକାରର ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଏହି ଚ୍ୟାନେଲ ଯୋଗାଇ ଦେଉଛି। ଯେଉଁଥିରେ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଦେଖିବାକୁ ମିଳୁଛି ଅନେକ ସୁନ୍ଦର୍ ଧାରାବାହିକ ସାଙ୍ଗକୁ ଢେର୍ ସାରା ରିଏଲିଟି ଶୋ। ସକାଳ ପାଖରୁ ରାତ୍ରୀରେ ଶୋଇବାକୁ ଯିବା ପର୍ଯ୍ୟନ୍ତ କିଛି ନା କିଛି କାର୍ଯ୍ୟକ୍ରମ ଏଠାରେ ଦେଖିବାକୁ ମିଳୁଛି। ତେବେ ଏହି ଚ୍ୟାନେଲ ରେ ଅନେକ ଶୋ ପ୍ରସାରିତ ହୋଇଥାଏ ସବୁ ବର୍ଗର ଲୋକଙ୍କ ମନ ପସନ୍ଦର ମନୋରଂଜନ କୁ ନେଇ।

ତେବେ ସେହିପରି ଏବେ ଲୋକଙ୍କର ପ୍ରିୟ ଶୋ ଭାବରେ ଦାଦାଗିରି ଶୋ ଟି ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହା ଅନେକଙ୍କୁ ଏକ ଭିନ୍ନ ମାଧ୍ୟମ ଯୋଗାଇଛି ମନୋରଂଜନ ସହିତ। କିପରି ଭାବରେ ଓଡ଼ିଶାର କଳା, ସଂସ୍କୃତି କୁ ଓଡ଼ିଶା ବାସୀ ଙ୍କୁ ପ୍ରଶ୍ନ ଯୋଗେ ଜଣାଇବା ଏବଂ ଓଡ଼ିଶା ବାସୀ ଙ୍କୁ ଅବଗତ କରାଇବା ତାହା ଏହି ଶୋ ମାଧ୍ୟମରେ ଜାଣିବାକୁ ପାଇବେ ଆପଣ ମାନେ। ଏହି ଶୋ ରେ ଯେଉଁମାନେ ପ୍ରତିଯୋଗୀ ଭାବରେ ଅଂଶ ଗ୍ରହଣ କରିବେ ସେମାନଙ୍କର ପ୍ରତିଭାକୁ ବିକଶିତ କରାଯାଇ ପାରିବ ଏବଂ ସଂସ୍କୃତି ଏବଂ ପରମ୍ପରା କୁ ସେମାନେ ଦେଖାଇ ପାରିବେ ତାହା ଏହି ଶୋ ରେ ହିଁ ପରିପ୍ରକାଶ ଏବଂ ପ୍ରତିଫଳିତ ହୋଇଥାଏ।

ଓଡ଼ିଶାର ଅଗଣିତ ଜନସାଧାରଣ ମାନଙ୍କ ପାଇଁ ଏହା ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି। ଯେଉଁ କାରଣରୁ ଏହି ଶୋ କୁ ଅନେକ ପସନ୍ଦ କରୁଛନ୍ତି। ତେବେ ଏହି ଲୋକପ୍ରିୟ ଶୋ ରେ ହୋଷ୍ଟ ରହିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ଉପସ୍ଥିତି ଏହି ଶୋ କୁ ଅଧିକ ଆକର୍ଷଣୀୟ କରୁଛି। ତେବେ ଏହି ଶୋ ର ଚାହିଦା ବି ବହୁତ୍ ରହିଛି।ଏହି ଶୋ ଦାଦାଗିରି କୁ ନେଇ ଲୋକପ୍ରିୟ ଅଭିନେତ୍ରୀ ସୁପ୍ରିୟା ନାୟକ ମୁହଁ ଖୋଲିଛନ୍ତି।ସେ କହିଛନ୍ତି ଯେ ଏହା ବହୁତ୍ ସୁନ୍ଦର ଲାଗୁଛି। ପ୍ରଥମଥର ପାଇଁ ଅନୁଭବ ସାର୍ ଏହିଭଳି ଏକ ଶୋ କୁ ହଷ୍ଟ କରୁଛନ୍ତି।

ସେ କହିଛନ୍ତି ମୁଁ ଅଂଶଗ୍ରହଣ କରିନାହିଁ ଏହି ଶୋ ରେ କିନ୍ତୁ ଅଂଶଗ୍ରହଣ କରିବାକୁ ଚାହେଁ। ଏହି ରିଏଲିଟି ଶୋ, ଅନ୍ୟ ରିଏଲିଟି ଶୋ ଠାରୁ ବହୁତ୍ ଭିନ୍ନ କାହିଁକି ନା ଅନୁଭବ ମହାନ୍ତି ଏହି ଶୋ କୁ ହୋଷ୍ଟ କରୁଛନ୍ତି।ଏହି ଶୋ ରେ ଆପଣ ଆପଣଙ୍କ ପାଇଁ ଖେଲିବେନି ବରଂ ଓଡ଼ିଶା ପାଇଁ ଖେଳିବେ।ଆଉ ଏଠାରେ ଆପଣ ଯାହାବି ଜ୍ଞାନ ସେୟାର କରିବେ ତାହା ଓଡ଼ିଶା ପାଇଁ ହିଁ ଥିବ। ତେଣୁ ଏହି ରିଏଲିଟି ଶୋ ଟି ଅନ୍ଯ ଗେମିଂ ରିଏଲିଟି ଶୋ ଠାରୁ ବହୁତ୍ ଭିନ୍ନ ଅଟେ ବୋଲି ସୁପ୍ରିୟା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment