Odisha News Portal

ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର କୁ ୩ ଥର ଜପ କରନ୍ତୁ, ଏମିତି କିଛି ଚମତ୍କାର ହେବ.

ବନ୍ଧୁଗଣ ଧାର୍ମିକ ଉଦ୍ଦେଶ୍ୟ ଓ ଗ୍ରନ୍ଥରେ ଶକ୍ତି ରହିଛି ଯାହା ଆମର ଦୁଃଖ ଦୁର୍ଦ୍ଦଶା ରେ ନିବାରଣ କରିପାରେ, ଏହି କଥାରେ କୌଣସି ବି ସନ୍ଦେହ ନାହିଁ। ଯେତେବେଳେ ଆମ ଚିନ୍ତାରେ ପଡୁଛେ ସେତେବେଳେ ଆମ ସମସ୍ୟାର ମୁକ୍ତି ପାଇବା ପାଇଁ ଶାସ୍ତ୍ରୀୟ ଉପାୟ ଗୁଡିକର ଉପଯୋଗ କରିଥାଉ। ଏହାକୁ ଆପଣ ଚମତ୍କାରୀ ମଧ୍ୟ କହି ପାରିବେ। କିନ୍ତୁ ଶାସ୍ତ୍ରରେ ସବୁ ସମସ୍ୟାର ସମାଧାନ କିମ୍ବା ସବୁ ଅସୁବିଧାର ସମାଧାନ ରହିଛି। ଯଦି ଆମ୍ବେ ମାନେ ଉଚିତ ନିର୍ଦ୍ଦେଶ ଅନୁସାରେ କର୍ମ କରି ଚାଲିବା ତେବେ ଆମ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ କରିଚାଳିବା।

ତେଣୁ ଆଜି ଆମେ ଆପଣଙ୍କୁ ହନୁମାନ ଚାଲିସା ମାଧ୍ୟମରେ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କର ସୁଖରେ ଭରିଦେବ ଏବଂ ଏହା ସହିତ ଆପଣଙ୍କ ଜୀବନ ଶାନ୍ତି ପୂର୍ଣ ଭାବରେ କଟିବା। ଭଗବାନ ହନୁମାନଙ୍କୁ ସମର୍ପିତ ହନୁମାନ ଚାଳିଶା ବିଷୟରେ କିଏ ବା ନଜାଣେ। କିନ୍ତୁ ବନ୍ଧୁଗଣ ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି , ଏହି ଚାମତ୍କାର ର ରହସ୍ୟ କଣ। ଆଜି ଆମେ ଆପଣମାନଙ୍କୁ ଏକ ପୌରାଣିକ କଥା ମାଧ୍ୟମରେ ଏହାର ରହସ୍ୟ ବିଷୟରେ ଆପଣ ମାନକୁ ଜଣେଇବୁ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଗବାନ ହନୁମାନ ଙ୍କର ପିଲାଦିନ ବିଷୟରେ ନିଶ୍ଚିତ ଭାବରେ ଜାଣିଛନ୍ତି। ଏହି କାହାଣୀ ମଧ୍ୟ ଆଗରୁ ମଧ୍ୟ ଶୁଣି ଥାଇ ପାରନ୍ତି। ଯେ ପିଲାଦିନେ ହନୁମାନଙ୍କୁ ଯେତେବେଳେ ଅତ୍ୟଧିକ ଭୋକ ଲାଗୁଥିଲା, ଆକାଶରେ ସୂର୍ଯ୍ୟ ଙ୍କୁ ଦେଖି ଏକ ଫଳ ଭାବି ଖାଇବା ପାଇଁ ଯାଉଥିଲେ। ସେହି ସମୟରେ ଇନ୍ଦ୍ରଦେଵ ତାଙ୍କୁ ଶକ୍ତ ପ୍ରହାର କରିଥିଲେ ଏବଂ ହନୁମାନ ମୂର୍ଛିତ ହୋଇଯାଇଥିଲେ। ପବନ ଦେବ ଜାଣି ପାରିଲେ ସେ ମଧ୍ୟ ଅତ୍ୟଧିକ ରାଗିଗଲେ।ଯେତେବେଳେ ସମସ୍ତ ଦେବଗଣ ଜାଣି ପାରିଲେ ହନୁମାନ ହେଉଛନ୍ତି ଭଗବାନ ଶିବଙ୍କ ଅବତାର, ତାଙ୍କୁ ସମସ୍ତ ଦେବଗଣ ଅନେକ ଶକ୍ତି ପ୍ରଦାନ କଲେ।

ହନୁମାନ ଙ୍କର ପାଠ ମଙ୍ଗଳବାର ଓ ଶନିବାର ରେ କଲେ ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ବୋଲି ଜଣା ଯାଇଥାଏ। ବନ୍ଧୁଗଣ ହନୁମାନ ଚାଲିଶାରେ ଏମିତି କିଛି ଚଉପଦୀ ରହିଛି। ଯାହାକୁ ପଢିବା ଦ୍ୱାରା ଆପଣ ଙ୍କ ଜୀବନ ଅତ୍ୟନ୍ତ ଖୁସିରେ କାଟିବ, ଜୀବନରେ ସବୁ ଦୁଃଖ ଦୁରେଇ କଟିବ। ତେବେ ପ୍ରଥମ ମନ୍ତ୍ର ଟି ହେଉଛି,’ ଭୂତ ପିଶାଚ ନିକଟ ନହିଂ ଆରୋ, ମହାବୀର ଜବ ନାମ ସୁନାରୋ’ ।

ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଦୁରେଇ ଯିବ ଏବଂ ମନ ମଧ୍ୟରେ କୌଣସି ଭୟ ରହିବ ନାହିଁ। ଦ୍ୱିତୀୟ ମନ୍ତ୍ରଟି ହେଉଛି,’ ନାସେଇ ରୋଗ ହରୋଇ ସବ ପୀରା, ଜପତ ନିରନ୍ତର ହନୁମତ ବୀରା’। ଯଦି ଆପଣଙ୍କ ର ଶରୀର ସବୁବେଳେ ଅସୁସ୍ଥ ରହୁଛି ଏହି ମନ୍ତ୍ର ଜପ କରିବା ଦ୍ୱାରା, ଆପଣ ନିରୋଗ ହୋଇ ପାରିବେ ଶରୀର ସୁସ୍ଥ ରହିବ। ତେଣୁ ପ୍ରତିଦିନ ଆପଣମାନେ ଏହି ଦୁଇଟି ମନ୍ତ୍ର ଜପ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।