Odisha News Portal

ରାତିପାହି ଭୋର ହେଇଗଲା, କିଛି ସମୟରେ ସରିଯିବ ତପସ୍ଵିନୀ ଆଉ ସୁମିତଙ୍କ ୨୪ ଘଣ୍ଟା।….ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ତପସ୍ବିନୀ….

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛ ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ କିଛି ଲୋକମାନେ ନାରୀ ମାନଙ୍କୁ ସମ୍ନାନ ଦେଉ ନାହାଁନ୍ତି ସବୁବେଳେ ପାଇଁ ସମାଜରେ ନାରୀ ମାନଙ୍କ ପ୍ରତି ବହୁତ ଛଳନା ଓ ପ୍ରତାରଣା କରୁଛନ୍ତି। ନାରୀ ମାନେ ଯେତେବେଳେ ଆଉ ସହି ପାରନ୍ତି ନାହିଁ, ସେହି ସମୟରେ ସମାଜରେ ନାରୀ ମାନେ ତାଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ସବୁବେଳେ ପାଇଁ ଚେଷ୍ଟା କରି ଥାଆନ୍ତି ଓ ବହୁତ ସଂଘର୍ଷ ମଧ୍ୟ କରି ଥାଆନ୍ତି। ସେମାନଙ୍କ ପ୍ରତି ଯେତେ ବାଧା ବିଘ୍ନ ଆସିଲେ ବି ସେମିତି ସେ ଜିଦରେ ଅଟଳ ରହି ଥାଆନ୍ତି। ତେବେ ବନ୍ଧୁଗଣ ସୁମିତ ଓ ତପସ୍ୱିନୀଙ୍କ ଆଉ ଥରେ ଏକାଠି ହୋଇ ରହିବେ କି ନାହିଁ କୋର୍ଟରେ ଶୁଣାଣି ହେବ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ଆପଣ ମାନେ ଜାଣିଥିବେ ତପସ୍ୱୀନି ଦାସଙ୍କୁ ଡକ୍ଟର ସୁମିତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନେ ବାହାରେ ଘର ଭଡା ନେଇ ରହୁଥିଲେ। ଏହା ପରେ ଯୁବକଙ୍କ ପରିବାର ଲୋକ ମାନେ ଦୁଇ ଜଣଙ୍କୁ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କିନ୍ତୁ ତାଙ୍କ ପରିବାର ଲୋକ ମାନେ ଦୁହିଁଙ୍କର ବିବାହ କରାଇ ଦେଇ ନଥିଲେ।

ତେବେ ସେଥିପାଇଁ ମହିଳା ଜଣଙ୍କ ଖୁବ ଜୋରରେ ରାଗି ଯାଇ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିବା ପାଇଁ ତାଙ୍କ ଶ୍ୱଶୁର ଘର ସମ୍ନାରେ ଧାରଣାରେ ବସି ରହିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ଦେଇ ନଥିଲା ଓ ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଥିଲା। କିନ୍ତୁ ମହିଳା ଜଣଙ୍କ ତାଙ୍କ ଜିଦରେ ସେହିଭଳି ଭାବରେ ଅଟଳ ରହିଥିଲେ। ଏହା ପରେ କୋର୍ଟ ତପସ୍ୱିନୀ ଓ ସୁମିତଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ। କାରଣ ସେମାନେ ଯେମିତି ସୁସ୍ଥ ମସ୍ତିଷ୍କରେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ।

ତେବେ ମହିଳା ଜଣଙ୍କ ଆଜି ମାଣବସା ଦ୍ୱିତୀୟ ପାଳିର ଗୁରୁବାର ଓଷା ପୂଜା ସାରି ମା ଲକ୍ଷ୍ମୀଙ୍କୁ ନମାସ୍କର କରି ଓ ତାଙ୍କ ଠାରୁ ଆଶୀର୍ବାଦ ମାଗି ନିଜ ଓକିଲଙ୍କୁ ନେଇ କୋର୍ଟରେ ଯାଇଁ ହାଜର ହୋଇଯିବେ। ତେବେ ଅନ୍ୟପଟେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ଓକିଲଙ୍କୁ ଧରି ପହଁଛି ଯିବେ। ତେବେ ୧୦ ଦିନ ଧରି ଯେଉଁ ସ୍ୱାମୀଙ୍କ ଘର ସମ୍ନାରେ ଧାରଣାରେ ବସି ରହିଥିଲେ। ତାଙ୍କର ଆଜି ଗୃହ ପ୍ରବେଶ ହେବ କି ନାହିଁ ସାରା ଓଡିଶା ବାସୀ ଚାତକ ପରି ଚାହିଁ ରହିଛନ୍ତି। ଓଡିଶା ଓ ଓଡିଶା ବାହାରୁ ମଧ୍ୟ ମହିଳାଙ୍କ ପାଇଁ ସାହାଯ୍ୟର ହାତ ବଢି ଚାଲିଛି। ସେ ଦୁଇ ଜଣ ଆଉ ଥରେ ମିଶି ଯାଆନ୍ତୁ ବୋଲି ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।