Odisha News Portal

ଦେଖନ୍ତୁ Viral ଭିଡ଼ିଓ : ରାତି ୨ଟାରେ ଜଵବରଦସ୍ତି ବାହା ହେବାକୁ ଧମକ, ଟ୍ୱିଟ କରି ସାହାଯ୍ୟ ମାଗିଲେ ଯୁବତୀ….

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ, ଦୁଷ୍କର୍ମ, ହତ୍ୟା ଓ ଧମକ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏସବୁ ବ୍ୟତୀତ ଆଜିକାଲି ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ବେଳେ ବେଳେ ଏପରି ବି ଦେଖା ଯାଏ ଯୁବକ ଯୁବତୀ ମାନେ ଏକ ତରଫା ପ୍ରେମ କରିଥାନ୍ତି। ଯଦି ରାଜି ନ ହୁଅନ୍ତି, ବିଭିନ୍ନ ପ୍ରକାର ଅପରାଧ ଘଟାଇ ଥାନ୍ତି। ଜୋରଜବରଦସ୍ତ କରିବା ଏକ ସାଧାରଣ କଥା ହୋଇଗଲାଣି, ଯେ ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି, ଗାଁ ର ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଛି ଏବଂ ତାଙ୍କ କଥାରେ ରାଜି ନ ହେବାରୁ ଧମକ ମଧ୍ୟ ଦେଉଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଷିପଡା ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଗାଁ ର ଦିନେଶ ବିଶ୍ୱାଳ ନାମକ ଜଣେ ଯୁବକ, ସେନାରେ ରହି ଚାକିରୀ କରନ୍ତି ଏବଂ ବର୍ତ୍ତମାନ ଛୁଟିରେ ମାସେ ହେବ ଘରେ ଅଛନ୍ତି। ସେ ଜଣେ ଯୁବତୀଙ୍କୁ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି। ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ନ ହେବାରୁ ତାଙ୍କ ଘରକୁ ଆସି ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିବା ସହ ବନ୍ଧୁକ, ଛୁରୀ ଓ ଭୁଜାଲି ଧରି,ମାରି ଦେବା ସହ ଏସିଡ ପକାଇବା ପାଇଁ ଧମକ ଦେଉଛନ୍ତି। ଏଭଳି ଘଟଣାକୁ ଦେଖି ଯୁବତୀ ଓ ତାଙ୍କ ପରିବାର ଲୋକ ମାନେ ଭୟଭୀତ ହେବା ସହିତ ୧୫ ଦିନ ହେବ ଘରେ ବନ୍ଦୀ ହୋଇ ରହିଛନ୍ତି।

ତେବେ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ପୋଲିସ, କେନ୍ଦୁଝର ACP ଓ ଗୃହ ବିଭାଗକୁ ଟ୍ୟାକ କରିଥିଲେ। ତାଙ୍କ ଅଭିଯୋଗ ପରେ ପୋଲିସ ଯଥା ଶୀଘ୍ର ପଦ କ୍ଷେପ ନେଇ ରାତି ୨ ଟାରେ ତାଙ୍କ ଘରେ ପଂହଁଚି ଥିଲେ। ପୋଲିସର ଯଥା ଶୀଘ୍ର ସହାୟତା ପାଇଁ ଯୁବତୀ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆରେ ବି ପୋଲିସ ଲୋକଙ୍କ ନିକଟତର ହୋଇ ପାରୁଛି। ଆପଣ ମାନେ କାହାରିକୁ ଜବରଦସ୍ତ ଭଲ ପାଆନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।