ରାତା ରାତି ଭାଇରାଲ ହୋଇଥିବା Ranu Mandal ଅବସ୍ଥା ଏମିତି ହୋଇଛି ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଗୋଟିଏ କଥା ଭଲ ଭାବରେ ଲକ୍ଷ କରିପାରୁ ଥିବେ କି ସୋସିଆଲ ମିଡ଼ିଆ ଯେତିକି ଲୋକଙ୍କୁ ନିଜର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରୁଛି ତାଙ୍କୁ ସେତିକି ସମସ୍ୟା ରେ ମଧ୍ୟ ପକାଉଛି। ତେବେ କୌଣସି ଗୋଟିଏ ଭିଡ଼ିଓ କୁ ନେଇ ଯେମିତି କି କାଚା ବାଦାମ ର ଭୁବନା ଓ ରାନୁ ମଣ୍ଡଳ ଙ୍କୁ ସୋସିଆଲ ମିଡ଼ିଆ ଦ୍ୱାରା ବହୁତ ପପୁଲାରୀଟି ପାଇଥିଲେ। ମାତ୍ର ବର୍ତ୍ତମାନ ତାଙ୍କର ପରିସ୍ଥିତି ଦେଖିଲେ ଆପଣ ଚକିତ ହୋଇଯିବେ। କାରଣ ଥରେ ଲୋକପ୍ରିୟତା ହାସଲ କରିବା ପରେ ସେମାନେ ତାଙ୍କର ବୃତ୍ତି କରିପାରୁ ନାହାନ୍ତି ଆଉ ଲୋକଲଜ୍ୟା ର ନିଜର ଜୀବନ ବିତାଉଛନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ରାନୁ ମଣ୍ଡଳ ଙ୍କର ବର୍ତ୍ତମାନ ର ଜୀବନି ବିଷୟରେ ଜଣେଇବା ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କି ରାନୁ ମଣ୍ଡଳ ଜଣେ ଗରିବ ଲୋକ ଥିଲେ ଯିଏକି ଷ୍ଟେସନ ରେ ଭିକ୍ଷା ବୃତ୍ତି କରି ବଞ୍ଚୁଥିଲେ। ତେବେ ଭିକ୍ଷା ବୃତ୍ତି କରିବା ପାଇଁ ସେ ଗୀତ ଗାଉଥିଲେ। କିନ୍ତୁ ତାଙ୍କର କଣ୍ଠ ସ୍ୱର ବହୁତ ଆକର୍ଷଣୀୟ ଓ ମଧୁର ଥିଲା ଯାହାକୁ କେହି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଭାଇରଲ କରିବା ପରେ, ସେ ରାତା ରାତି ଜଣେ ଭିକାରୀ ରୁ ଷ୍ଟାର ବନିଗଲେ। ବଲିଉଡ ର ଗାୟକ ହୀମେଶ ରସମେୟା ତାଙ୍କୁ ନିଜ ଗୀତ ଗାଇବାକୁ ଅଫର ଦେଇଥିଲେ ।ଆଉ ତା ପରେ ସେ ବହୁତ ପ୍ରସିଦ୍ଧ ହୋଇଗଲେ।

ତେବେ ସେ ଭିକାରୀ ରୁ ବଲିଉଡ ସିଙ୍ଗର ହେବା ପରେ ଆଉ ନିଜର ଭିକ୍ଷାବୃତ୍ତି କରିପାରିଲେ ନାହିଁ। କିନ୍ତୁ ରାନୁ ଙ୍କୁ ଯାହାବି ଲୋକପ୍ରିୟତା ମିଳିଥିଲା ତାହା କେବଳ ଗୋଟିଏ ଦିନ ପାଇଁ ଥିଲା ଆଉ ତାଙ୍କ ଠାରୁ ତାଙ୍କର ରୋଜଗାର ର ପନ୍ଥା କୁ ତାଙ୍କ ଠାରୁ ଛଡାଇ ନେଲା ।ତେଣୁ ବର୍ତ୍ତମାନ ସେ ବହୁତ ଖରାପ ଅବସ୍ଥାରେ ରହିଛନ୍ତି ।ତେବେ ଏହି ଭିଡ଼ିଓ ଟିରେ ରାନୁ ମଣ୍ଡଳ ଙ୍କର ଘର ଓ ବର୍ତ୍ତମାନ ତାଙ୍କର କଣ ହାଲ ରହିଛି ତାହା ଜଣାଇବୁ।

ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ରାନୁ ଗୋଟିଏ ଅଧା ଭଙ୍ଗା ଘର ରହୁଛନ୍ତି, ଏମିତି କି ତାଙ୍କ ପାଖରେ ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ଆର୍ଥିକ ଆୟ ର ସୁଯୋଗ ନାହିଁ। ସେ ସେହିପରି ଭଙ୍ଗା ଘରେ ଏକୁଟିଆ କିଛି ଜିନିଷ ଇଆଡ଼େ ସିଆଡେ ପଡିଛି ଆଉ ସେଠାରେ ସେ ରହୁଛନ୍ତି।ତେବେ ରାନୁ କହିଛନ୍ତି କି ଅନେକ ଲୋକ ତାଙ୍କ ପାଖକୁ ଆସନ୍ତି ଭିଡ଼ିଓ ବନାଇବା ପାଇଁ ଆସନ୍ତି ଏବଂ ଭିଡ଼ିଓ ବନାନ୍ତି କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରନ୍ତି ନାହିଁ। ଭିଡ଼ିଓ ଭାଇରାଲ କରି ଲକ୍ଷ ଲକ୍ଷ ଟଙ୍କା କମାଇଥାନ୍ତି ମାତ୍ର ତାଙ୍କୁ ଟଙ୍କାଟିଏ ବି କେହି ଦିଅନ୍ତି ନାହିଁ।

ତେବେ କିନ୍ତୁ ଯେଉଁ ଲୋକମାନେ ତାଙ୍କର ଏହି ଭିଡ଼ିଓ ଟି କୁ ବନାଉଥିଲେ ସେମାନେ ତାଙ୍କୁ କିଛି ଟଙ୍କା ଦେଇଛନ୍ତି ଆଉ ରାନୁ ମଣ୍ଡଳ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment