ରାସ୍ତା ମଝିରେ ପ୍ରେମିକା ଲୁମରୋନାଙ୍କ ଜନ୍ମଦିନ କେମିତି ପାଳନ କରିଲେ ଓଡ଼ିଆ ହିରୋ ରାଜ ରେଜଶ ( raj Rajesh ) – ଦେଖନ୍ତୁ ଭିଡିଓ

ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ପାଇବା ମାତ୍ରେ ସମସ୍ତେ ସୋସିଆଲ ମିଡିଆରେ ନିଜ ମନ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ବାବଦରେ ଜାଣିବା ପାଇଁ ଆଗ୍ରହୀ ରହିଥାନ୍ତି। ଆପଣ ମାନେ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ। ତେବେ ଫ୍ୟାନସ୍ ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।

ତେବେ ଆପଣ ଅଭିନେତା ରାଜ୍ ରାଜେଶ୍ ଓ ଅଭିନେତ୍ରୀ ଲୁମରୈନାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚିତ। ଦୁହିଁଙ୍କ ଲଭ୍ ଷ୍ଟୋରିକୁ ନେଇ ଦୁହେଁ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ ଅଭିନେତ୍ରୀ ଲୁମରୈନାଙ୍କ ଜନ୍ମଦିନ ଖୁବ୍ ସୁନ୍ଦର୍ ଭାବେ ସେଲିବ୍ରେଟ୍ କରିଥିଲେ ରାଜ୍ ରାଜେଶ୍। ରାସ୍ତା ମଝିରେ ଖୁବ୍ ରୋମାଣ୍ଟିକ ୱେ ରେ ରାଜ୍ ରାଜେଶ୍ ଅଭିନେତ୍ରୀ ଲୁମରୈନାଙ୍କୁ ଜନ୍ମ ଦିନକୁ ସେଲିବ୍ରେଶନ କରିଛନ୍ତି। ଯାହାର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦର୍ଶକ ମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଛି।

ତେବେ ରାଜ ରାଜେଶ୍ ଜଣେ ଓଡିଆ କଥାଚିତ୍ର ଅଭିନେତା। ଏକ ରିୟାଲିଟି ଶୋରୁ ନିଜର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ରାଜ ରାଜେଶ୍। ଏହା ପରେ ଓଡିଆ କଥାଚିତ୍ର ମିଠା ମିଠାରେ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଥିଲେ ରାଜ ରାଜେଶ୍। ଆଉ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଥିଲେ।ଏହା ସହିତ ରାଜ ରାଜେଶ୍ ଅନେକ ଧାରାବାହିକ ସିନେମା ୱେବ୍ ସିରିଜ୍ ଏବଂ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି।
ତେବେ ବର୍ତ୍ତମାନ ସମୟରେ ରାଜ ରାଜେଶ୍ ସିଦ୍ଧାର୍ଥ ଟିଭିର ମେଗା ଧାରାବାହିକ “ଅପରାଜିତା” ରେ ମୁଖ୍ୟ ନାୟକ ଦିଗବିଜୟ ଭୂମିକାରେ ଅଭିନୟ କରୁଛନ୍ତି।

ଠିକ୍ ସେହିପରି ଲୁମରୈନା ମଧ୍ୟ ଜଣେ ଟେଲି ଅଭିନେତ୍ରୀ ଜୀ ସାର୍ଥକର ମେଗା ଧାରାବାହିକ ଜୀବନସାଥୀ ରେ ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଥିଲେ ଲୁମରୈନା ।ଏହାପରେ ଲୁମରୈନାଙ୍କୁ ନେଗେଟିଭ ଚରିତ୍ରରେ ଏକାଧିକ ଧାରାବାହିକ ନଜର ଆସିଛନ୍ତି। ବର୍ତ୍ତମାନ ସମୟରେ ଲୁମରୈନା ସିଦ୍ଧାର୍ଥ ଟିଭିର ମେଗା ଧାରାବାହିକ ” ମଙ୍ଗୁଳାର ଭାଗ୍ୟ” ରେ ମୁଖ୍ୟ ନାୟିକା ଆରାଧ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment