ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି।
ଅନେକ କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ତେବେ ଏଭଳି କିଛି ଘଟଣା ଦେଖିବା ପାଇଁ ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣା ହେଉଛି ଜଣେ ପ୍ରେମିକ ନିଜର ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା। ଜଣେ ରସିକିଆ ପ୍ରେମିକ ପ୍ରେମରେ ମତୁଆଲା ହୋଇ ପ୍ରେମିକାକୁ ଦେଖା କରିବାକୁ ରାତି ଅଧରେ ବାହାରି ପଡିଥିଲେ ସୁଟ୍ ବୁଟ୍ ପିନ୍ଧି। ଭାବିଥିଲେ ପ୍ରେମିକାକୁ ଦେଖୁବେ, କିଛି ସମୟ ଏକାଠି ବିତେଇବେ। ହେଲେ ସବୁ ପ୍ଲାନ ଫସର ଫାଟିଲା । ଦେଖା କରିବା ତ ଦୂରର କଥା କଥା ବି ଟିକେ ହୋଇ ପାରିଲେନି। ବରଂ ହଟହଟା ହୋଇ ଗଛରେ ବନ୍ଧା ହେଲେ ଏବଂ ଲଣ୍ଡା ହେଲା।
ସୂଚନା ଅନୁସାରେ ଉଭୟ ପୁଅ ଏବଂ ଝିଅ ପ୍ରେମ କରୁ ଥିଲେ। ଫୋନରେ ସବୁବେଳେ କଥାବାର୍ତ୍ତା ହେଉଥିଲେ। ଦିନେ ପୁଅକୁ ଝିଅ ଡାକିଥିଲେ ତାଙ୍କ ଘରେ କେହି ନାହାଁନ୍ତି। କେବଳ ମା ଏବଂ ଝିଅ ଉଭୟ ରହିଥିବା କଥା କହିଛନ୍ତି। ପୁଅଟି ଗର୍ଲଫ୍ରେଣ୍ଡଙ୍କ ଘରକୁ ଆସିଥିଲେ। ତାଙ୍କ ଘରେ ପ୍ରବେଶ କରିବା ପରେ ତାଙ୍କ ମାଆଙ୍କ ନିଦ ଭାଙ୍ଗିଗଲା। ଏହାପରେ ଝିଅର ମାଆ ଗ୍ରାମ ବାସୀଙ୍କୁ ଡାକିଲେ ତାଙ୍କୁ ଧରି ବାନ୍ଧିଦେଲେ। ରାତି ସାରା ସେମିତି ଗଛରେ ବାନ୍ଧି ପକାଇଲେ। ସକାଳ ହେବା ପରେ ତାଙ୍କୁ ମୁଣ୍ଡ ଲଣ୍ଡା କରି ଚୂନ ଲଗେଇ ଦେଇଥିଲେ।
ପୁଅର ଘର ଲୋକଙ୍କୁ ଖବର ପଠାଇ ଥିଲେ। ଏହାପରେ ତାଙ୍କ ଭଉଣୀ ଭାଇଙ୍କୁ ଗଛରେ ବାନ୍ଧି ଦେଇଥିବା ଅଭିଯୋଗ ପୋଲିସ ରେ କରିଥିଲେ। ଏହାପରେ ପୋଲିସ ଆସି ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ତେବେ ଏହାର ଭିଡ଼ିଓ ବର୍ତ୍ତମାନ ସବୁଠି ଘୁରି ବୁଲୁଛି। ଆପଣ ମାନେ ଯଦି ଏଭଳି କାହାକୁ ଭଲ ପାଉଛନ୍ତି। ତାହାଲେ ଲୁଚି ଲୁଚି କାହାରି ଘରେ ପସନ୍ତୁ ନାହିଁ। ନଚେତ ଆପଣ ମଧ୍ୟ ଏଭଳି ଅସୁବିଧାରେ ପଡ଼ି ପାରନ୍ତି। ନିଜର ଧର୍ଯ୍ୟ ହରାନ୍ତୁ ନାହିଁ ସାବଧାନ ହୋଇଯାଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।