Viral VIDEO -ମୋତେ ଯେତେ କଷ୍ଟ ହେଉ ମୁଁ ନାଚିବି ,ଆଉ ସୁକାନ୍ତଙ୍କ ପରିବାରକୁ ପୋଷିବି :ଏନେଇ ରାଣୀ ପଣ୍ଡା କଣ କହିଲେ ଶୁଣନ୍ତୁ ତାଙ୍କ ମୁହଁରୁ …

ସୁକାନ୍ତଙ୍କ ମୃତ୍ୟୁ ପାଇଁ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ଅଜାଣତରେ ହୋଇଥିବା ଭୁଲର ପ୍ରାୟଶ୍ଚିତ କରିବା ପାଇଁ ସୁକାନ୍ତଙ୍କ ଏକଦଶାହ ଦିନ ପଠାଇ ଥିଲେ ପାଞ୍ଚ ଶହ ଲୋକଙ୍କ ପାଇଁ ଅବଢ଼ା।ବଡ ଦେଉଳରୁ ମହା ପ୍ରସାଦ ଆସି ସୁକାନ୍ତଙ୍କ ଗାଁ ରାଜନଗରରେ ପହଁଚି ଥିଲା ଯାହାକୁ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇ ଥିଲେ। କିନ୍ତୁ ରାଣୀ ପଣ୍ଡା ଏକାଦଶାହକୁ ଆସି ପାରି ନଥିଲେ ଯେଉଁଥି ପାଇଁ ରାଣୀ ପଣ୍ଡାଙ୍କୁ ଅନେକ ଲୋକେ ଅନେକ କଥା କହିବାକୁ ଲାଗିଛନ୍ତି।

ଲୋକେ କହୁଥିଲେ କି ରାଣୀଙ୍କର କୁଆଡେ଼ ଗର୍ବ ହୋଇ ଯାଇଛି ସେ ଖାଲି ଅବଢ଼ା ପଠାଇ ନାଁ ନେବା ପାଇଁ ଚାହୁଁ ଛନ୍ତି। ରାଣୀ ଟଙ୍କା ଦେଖାଇ ପ୍ରାୟଶ୍ଚିତ କରିବା ପାଇଁ ଚାହୁଁ ଛନ୍ତି। ରାଣୀ ଖୁବ୍ ଗର୍ବୀ ସେ କାହାର ଭାବନା କୁ ବୁଝି ପାରନ୍ତି ନାହିଁ।ଏମିତି କିଛି ଆଲୋଚନା ହୋଇଥିଲା ସୁକାନ୍ତ ଙ୍କ ଏକାଦଶାହ ଦିନ। ଆଉ ଯାହାକୁ ନେଇ ରାଣୀ ପଣ୍ଡା ଏବଂ ନିଜେ ସୋସିଆଲ ମିଡିଆରେ ଆସି କହିଥିଲେ କଣ ପାଇଁ ସେ ଏକାଦଶାହରେ ଆସି ପାରି ନଥିଲେ।


ରାଣୀ ପଣ୍ଡା କହିଛନ୍ତି କି ତାଙ୍କ ଏକାଦଶାହରେ ମୋ ଦ୍ଵାରା ଯାହା ହେଇ ପାରିଲା ମୁଁ କରିବା ପାଇଁ ଚେଷ୍ଟା କଲି କରିଛି ମଧ୍ୟ। ଅନେକ ଲୋକଙ୍କ ମନ୍ତବ୍ୟ ଥିଲା ଗଣ ମାଧ୍ୟମରେ ସେମାନେ କମେଣ୍ଟ କରିଥିଲେ କି ରାଣୀ ପଣ୍ଡା କାହିଁକି ଆସିଲେନି। ଯାହାର ଉତ୍ତରରେ ରାଣୀ ପଣ୍ଡା କହିଛନ୍ତି ଆଜ୍ଞା ମୁଁ ଜଣେ କଳାକାର ମୁଁ କର୍ମ କଲେ ହିଁ ଦୁଇ ପଇସା ଇନକମ୍ କଲେ ହିଁ କାହାକୁ ସାହାଯ୍ୟ କରିବି। ମୁଁ ଯଦି ସେଠିକି ତାଙ୍କ ଏକାଦଶରେ ଯାଇ ଥାନ୍ତି ତାହାଲେ ଏଠି ପ୍ରୋଗ୍ରାମ କାରିଥାନ୍ତା କିଏ ପଇସା ଇନକମ୍ କରିଥାନ୍ତା କିଏ। ଆଉ ମୁଁ କିପରି ଭାବେ ସୁକାନ୍ତଙ୍କ ପରିବାରକୁ ସାହାଯ୍ୟ କରି ପାରି ଥାନ୍ତି।

ଯଦି ଦେଖିବା ଗତ ମାସ ୨୬ ତାରିଖରେ ଆଠଗଡ଼ ଅଞ୍ଚଳରେ ବିଳମ୍ବିତ ରାତ୍ରୀରେ ରାଣୀ ପଣ୍ଡା ଏକ ବିବାହ ଭୋଜି ସାରି ତାଙ୍କ କାର ଯୋଗେ ଘରକୁ ଫେରୁଥିଲେ। ଆଉ ଏହି ସମୟରେ ଏହି ସମୟରେ ରାଣୀ ପଣ୍ଡାଙ୍କ କାର ସହିତ ମୁଁହାମୁହିଁ ଧକ୍କା ହୋଇଥିଲା ସୁକାନ୍ତଙ୍କ ବାଇକ୍। ଯାହା ଫଳରେ ହିଁ ଘଟଣା ସ୍ଥଳରେ ସୁକାନ୍ତ ପ୍ରାଣ ହରାଇ ଥିଲେ। ଯାହା ପରେ ରାଣୀ ପ୍ରତିଶ୍ରୁତି ଦେଇଥିଲେ କି ସେ ସୁକାନ୍ତଙ୍କ ପରିବାର ସହ ତାଙ୍କ ପୁଅ ଆଉ ଝିଅଙ୍କ ଭବିଷ୍ୟତ ଗଢିବେ ବୋଲି। ଆଉ ଏହା ପରେ ରାଣୀ ପଣ୍ଡା ନିଜ ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ରାତି ରାତି ନ ଥକି ଯାତ୍ରା ପେଣ୍ଡାଲରେ ନିଜର କର୍ମ କରି ଚାଲିଛନ୍ତି ଆଉ ସେଥିରୁ ଯାହା ଟଙ୍କା ଆସିବ ସେଥିରେ ପଢ଼ିବେ ସୁକାନ୍ତଙ୍କ ପିଲାମାନେ ବୋଲି କହିଛନ୍ତି ରାଣୀ ପଣ୍ଡା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment