ସୁକାନ୍ତଙ୍କ ଦଶାହ କର୍ମରେ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଲେ ଅବଢ଼ା,ଦେଖନ୍ତୁ video …

ସୁକାନ୍ତଙ୍କ ମୃତ୍ୟୁକୁ ବିତି ଯାଉଛି ଦଶ ଦିନ। ଆଉ ଆଜି ତାଙ୍କର ଦଶାହ କର୍ମ। ଆଉ ଦଶାହ କର୍ମରେ ରାଣୀ ପଣ୍ଡା ପଠାଇ ଛନ୍ତି ମହା ପ୍ରସାଦ। ସୁକାନ୍ତଙ୍କ ଦଶାହରେ ୫୦୦ ଲୋକଙ୍କ ପାଇଁ ପଠାଇ ଛନ୍ତି ଅବଢ଼ା। ସୁକାନ୍ତଙ୍କ ଦଶାହରେ ଲୋକେ ମହା ପ୍ରସାଦ ଖାଇବେ ଆଉ ସୁକାନ୍ତଙ୍କ ଆତ୍ମା କୁ ମିଳିବ ଶାନ୍ତି। ତେବେ ପୁରୀରୁ ଗାଡ଼ି ଯୋଗେ ସିଧା ସୁକାନ୍ତଙ୍କ ଗାଁକୁ ଆସିଛି ମହା ପ୍ରସାଦ। ବଡ ଦେଉଳରୁ ମହା ପ୍ରସାଦ ଆସି ସୁକାନ୍ତଙ୍କ ଗାଁ ରାଜନଗରରେ ପହଁଚି ଥିଲା ଯାହାକୁ ରାଣୀ ପଣ୍ଡା ପଠାଇ ଥିଲେ।

ତେବେ ସୁକାନ୍ତଙ୍କ ପରିବାର ଆଜି ଦଶାହ କାର୍ଯ୍ୟକୁ ନେଇ ଚିନ୍ତାରେ ରହିଥିଲେ। ଆଉ ରାଣୀ ପଣ୍ଡା ଅବଢ଼ା ପଠାଇବା ପରେ ସେମାନେ ଆଜି ପୁରା ଚିନ୍ତା ମୁକ୍ତ। ସୁକାନ୍ତଙ୍କୁ ଆଜି ପୁରା ଗାଁ ଲୋକେ ଝୁରୁଛନ୍ତି। ଗୋଟିଏ ଭଲ ପିଲାକୁ ହରାଇ ଆଜି ଗାଁ ରେ ସମସ୍ତଂକ ଆଖିରେ ଲୁହ ଝୁକି ଆସିଛି। ଆଉ ଆଜି ହେଉଛି ସୁକାନ୍ତଙ୍କ ଦଶାହ କର୍ମ ତାଙ୍କ ମୃତ୍ୟୁକୁ ଆଜି ଦଶ ଦିନ ପୁରି ଯାଇଛି। ଆଉ ଆଜି ରାଣୀ ପଣ୍ଡା ପଠାଇ ଥିବା ଅବଢ଼ା ଆସି ପହଁଚି ଯାଇଛି ସୁକାନ୍ତଙ୍କ ଘରେ। ଆଉ ଯାହାକୁ ଖାଇବେ ୫୦୦ ଲୋକେ। ଆଉ ସୁକାନ୍ତଙ୍କ ଆତ୍ମାର ସଦ୍ଗତି କାମନା କରିବେ।

ରାଣୀ ପଣ୍ଡା ଏସବୁ କରି ସେ ଅଜାଣତରେ କରିଥିବା ଦୋଷର ପ୍ରାୟଶ୍ଚିତ କରିବା ପାଇଁ ଚାହିଁଛନ୍ତି। ଆଉ ପ୍ରତ୍ୟେକଟି ଅସୁବିଧାରେ ସୁକାନ୍ତଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ରାଣୀ ପଣ୍ଡା। ସେ କହିବା ଅନୁଯାୟୀ ଆଜି ସୁକାନ୍ତଙ୍କ ଦଶାହ କର୍ମ ପାଇଁ ୫୦୦ ଲୋକଙ୍କ ପାଇଁ ପଠାଇ ଛନ୍ତି ଅବଢ଼ା। ଆଉ କହିଛନ୍ତି ମୁଁ ତୁମ ପୁଅ ସୁକାନ୍ତଙ୍କ ମୃତ୍ୟୁ ପାଇଁ ମର୍ମାହତ। ଆଉ ବହୁତ୍ ଦୁଃଖିତ। ଏହା କହି ରାଣୀ ପଣ୍ଡା କାନ୍ଦିଛନ୍ତି ମଧ୍ୟ।

ତେବେ ଗତ ୨୬ ତାରିଖ ବିଳମ୍ବିତ ରାତ୍ରୀରେ ରାଣୀ ପଣ୍ଡା ଏକ ବିବାହ ଭୋଜି ସାରି ତାଙ୍କ କାର ଯୋଗେ ଘରକୁ ଫେରୁଥିଲେ। ଆଉ ଏହି ସମୟରେ ଏହି ସମୟରେ ରାଣୀ ପଣ୍ଡାଙ୍କ କାର ସହିତ ମୁଁହାମୁହିଁ ଧକ୍କା ହୋଇଥିଲା ସୁକାନ୍ତଙ୍କ ବାଇକ୍। ଯାହା ଫଳରେ ହିଁ ଘଟଣା ସ୍ଥଳରେ ସୁକାନ୍ତ ପ୍ରାଣ ହରାଇ ଥିଲେ। ଜାହାପରେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ଅଜାଣତରେ ହୋଇଥିବା ଭୁଲର ପ୍ରାୟଶ୍ଚିତ କରିବା ପାଇଁ ଚାହିଁ ଥିଲେ।ସୁକାନ୍ତଙ୍କ ପୁରା ପରିବାରର ଦାୟିତ୍ଵ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ରାଣୀ ପଣ୍ଡା। ତାଙ୍କ ପୁଅ ଓ ଝିଅର ଭବିଷ୍ୟତ ଗଢିବେ ବୋଲି କଥା ଦେଇଥିଲେ। ଆଉ ଦୁର୍ଘଟଣାର ଦୁଇ ଦିନ ପରେ ରାଣୀ ପଣ୍ଡା ସୁକାନ୍ତଙ୍କ ପରିବାର ପାଖକୁ ପଠାଇ ଥିଲେ ୫୦ ହଜାର ଟଙ୍କା। ଆଉ ଆଜି ସେ ପଠାଇ ଛନ୍ତି ୫୦୦ ଲୋକଙ୍କ ପାଇଁ ମହା ପ୍ରସାଦ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment