Odisha News Portal

ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲା ,ଗାଇଡ଼ ଲାଇନ ପ୍ରସ୍ତୁତ କଲେ ଗଣଶିକ୍ଷା ଅଧିକାରୀ

ଗତ ବର୍ଷ କରୋନା ମହାମାରୀ ସାରା ବିଶ୍ୱ ସ୍ତରର ତାର ତାଣ୍ଡବ ଲୀଳା କରିଥିଲା। ସେହି ସମୟରେ ସମସ୍ତଙ୍କର ଅର୍ଥନୀତି ମାନଦଣ୍ଡ ବହୁତ ଶୋଚନୀୟ ହୋଇଯାଇଥିଲା। ଏହି ସମୟରେ ଅନେକ ଲୋକ ମଧ୍ୟ ନିଜର ଚାକିରୀ, ବେପାର ବାଣିଜ୍ୟ ଇତ୍ୟାଦି ହରେଇ ବସିଥିଲେ। ଏହି ମହାମାରୀ ଏମିତି ଏହି ସମୟରେ ବିଶ୍ୱ ର ପ୍ରାୟତଃ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ସବୁ ଥିଲା। ଯାହା ଦ୍ୱାରା ସ୍କୁଲ,କଲେଜ ର ଛାତ୍ର ଛାତ୍ରୀ ମଧ୍ୟ ଏହାର ଶିକାର ହୋଇ ପାଠ ପଢିବାରେ ନାହିଁ ନଥିବା ଅସୁବିଧା ସମୁଖୀନ୍ନ କରିଥିଲେ। ସେମାନଙ୍କୁ ଅନଲାଇନ ରେ ପାଠ ପଢେଇବା ନେଇକି ସରକାର ନିଷ୍ପତି ନେଇଥିଲେ। କାରୋନା ପାଇଁ ସରକାର ନୂଆ ଗାଇଡ଼ ଲାଇନ ମଧ୍ୟ ତିଆରି କରିଥିଲେ ,ଏଥିରେ ସମସ୍ତେ ମାସ୍କ ର ବ୍ୟବହାର କରିବେ,ସାନିଟାଇଜର ,ହ୍ୟାଣ୍ଡ ୱାସ ହେବେ,ସାମାଜିକ ଦୂରତ୍ୱ ବଜାଇ ରଖିବେ।

ସବୁ ପରିସ୍ଥିତି ସ୍ୱାଭାବିକ ହୋଇଯିବ।ଏମିତି ବି ଶିକ୍ଷାନୁଷ୍ଠାନ ମଧ୍ୟ ପୁଣି ଥରେ ଖୋଲା ହେବାକୁ ଯାଉଛି । ପିଲା ମାନେ ଅଫଲାଇନ ବା ଶ୍ରେଣୀ ଗୃହରେ ପଢିବାକୁ ଯିବେ। ଆମ ସରକାର ନୂତନ ନିଷ୍ପତି ନେଇଛନ୍ତି। ଦୀର୍ଘ ୯ ମାସ ପରେ ଆଉ ଥରେ ସ୍କୁଲ,କଲେଜ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ଅନଲାଇନ ରେ ପଢିବ ପାଇଁ ସମସ୍ତଙ୍କ ପାଖରେ ଡିଜିଟାଲ କିମ୍ବା ସ୍ମାର୍ଟ ଫୋନ ର ସୁବିଧା ପାଇଁ ପାରୁ ନଥିଲେ।ତେବେ ଆସନ୍ତୁ ଜାଣିବା ସ୍କୁଲ ଖୋଲିବ ନେଇ ସରକାର ଙ୍କ ନିଷ୍ପତି।

ଆଉ ସ୍କୁଲ କଲେଜ ପିଲାଙ୍କ ପାଇଁ SOP ତିଆରି କରିଛି ଗଣ ଶିକ୍ଷା ବିଭାଗ। ପାଖା ପାଖି ୯ ମାସ ଧରି ସ୍କୁଲ ବନ୍ଦ ରହିବ ଅତୀତ ରେ କେବେ ଦେଖା ଦେଇ ନଥିଲା। ଏବେ ସ୍କୁଲ ଗଣଶିକ୍ଷା ଅଧିକାରୀ ମାନେ ପ୍ରସ୍ତୁତ କରୁଛନ୍ତି ପିଲା ଯିବା ସମୟରେ କେମିତି ସମାଜିକ ଦୂରତା ରହିବ,ଶେଣୀ ଗୃହରେ ପଢିବା ବେଳେ ନିଜ ନିଜ ଭିତରେ କେମିତି ଦୁରୁତ୍ୱ ରଖିବେ ଏବଂ ପ୍ରସ୍ତାନ ସମୟରେ କରୋନା ନିୟମ କେମିତି ପାଳନ ହେବ ଉପରେ ନଜର ରଖୁଛନ୍ତି। ପିଲାମାନେ ସମସ୍ତ ହାତ ଧୋଇବା ଏବଂ ସାନିଟାଇଜର କୁ ଗୁରୁତ୍ୱ ଦିଅ ଯାଇପାରେ।

ଏଥିସହିତ ୨ ଟି ଶିଫ୍ଟ ରେ ପାଠ ପଢେଇବା ପାଇଁ ନିଷ୍ପତ୍ତି ନିଆ ଯାଉଛି ଏବଂ ଯେଉଁ ସ୍କୁଲ ରେ ୧ମ ରୁ ୮ମ ପର୍ଯ୍ୟନ୍ତ ଅଛି ସେଠାରେ ଗୋଟିଏ ଶିଫ୍ଟ ୧ମ ରୁ ୫ମ ଓ ୬ଷ୍ଠ ରୁ ୮ମ ପର୍ଯ୍ୟନ୍ତ ୧୦ ଘଟୀକା ରୁ କ୍ଲାସ ହୋଇପାରେ ପାଠପଢା। ଆଗରୁ ଦଶମ ପିଲା ଙ୍କ ମଧ୍ୟ ପାଠ ପଢା ଆରମ୍ଭ ହୋଇ ଯାଇଥିଲା । ଏବେ ୯ମ ଏବଂ ୧୧ଦଶ ଶ୍ରେଣୀ ଫେବୃଆରୀ ୮ ରୁ କ୍ଲାସ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିଷ୍ପତି ନେଇଛନ୍ତି ଏବଂ ଏହି କ୍ଲାସ ଫେବୃୟାରୀ ୮ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପଢ଼ା ଯିବ।

ସ୍କୁଲ ଭିତର କୁ ଯିବା ପୂର୍ବରୁ ଆଗ ଥର୍ମାଲ ସ୍କାନନିଂ ହଉଚି ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ ଥିଲେ ଭିତରକୁ ପ୍ରବେଶ କରା ଯାଉଛି।ଆଉ କିଛି ସୂଚନା ରୁ ମିଳିଛି ଦଶମ ପିଲା ଙ୍କ ପରି ନବମ ଏବଂ ଦ୍ୱାଦଶ ପିଲାଙ୍କ ମଧ୍ୟ କ୍ଲାସ ହେବ।

ଏପଟେ ଫେବୃୟାରୀ ୧୦ ରୁ +3 ଦ୍ଵିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ପାଇଁ ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବ। ତେବେ ସମସ୍ତ ଶ୍ରେଣୀ ଗୃହରେ କୋଭିଡ 19 ନିୟମ ଲାଗୁ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।