ପ୍ରତ୍ୟେକ ଦିନ ଖବର କାଗଜ, ଟିଭି ଏବଂ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଘଟଣ ଅଘଟଣ ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ଆମ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ଯୋଜନା ପାଇବା ପାଇଁ ହକଦାର ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଲୋକ ମାନେ ନିଜର ହକରୁ ବଞ୍ଚିତ ହୋଇ ଶେଷରେ ଉପାୟ ନପାଇ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉ ଥିବାର ଆପଣ ମାନେ ଅନେକ ସମୟରେ ଦେଖିଥିବେ। ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଜଣେ ବିକଳାଙ୍ଗ ରାଜ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ ଦେଖୁବା ପାଇଁ ମିଳିଛି। ଆସନ୍ତୁ ଜାଣିବା କଣ ରହିଛି, ପୂରା ଘଟଣା;
ଏଭଳି ଏକ ଘଟଣା ପାରାଦ୍ୱୀପରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଜନ୍ମରୁ ଦିବ୍ୟଙ୍ଗ ଅଟନ୍ତି, ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପିଲା ବେଳୁ ଚାଲି ପାରନ୍ତି ନାହିଁ। ସେହି ବ୍ୟକ୍ତି ଜଣଙ୍କ ଦୀର୍ଘ ୨୨ ବର୍ଷ ଧରି ସରକାରଙ୍କ ଜମିରେ ରହି ଆସୁ ଥାଆନ୍ତି ଓ ତାଙ୍କର ସାହା ଭରସା ନିଜର ବୋଲି କେହି ନାହାଁନ୍ତି। କିନ୍ତୁ କୌଣସି କାରଣ ବଶତଃ ତାଙ୍କୁ ସେହି ଜମିରୁ ଉଠାଇ ଦେଇଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କ କହୁଛନ୍ତି ଯେ, ସେ ଯେଉଁ ଜାଗାରେ ରହିଛନ୍ତି ତାଙ୍କ ପାଖରେ ସରକାରଙ୍କ ସବୁ ଜମି ପଟା ରହିଛି।
ଏହି ଘଟଣା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥାନା କର୍ମଚାରୀ ମାନେ ତାଙ୍କ କଥା ଶୁଣୁ ନଥିଲେ। ସେହି ଯୁବକଙ୍କୁ ବାରମ୍ବାର ଥାନରୁ ବାହାର କରି ଦେଉଥିଲେ। ଯେତେ କହିଲେ ସୁଦ୍ଧା ତାଙ୍କ କଥା ଶୁଣୁ ନଥିଲେ କି ବୁଝୁ ମଧ୍ୟ ନଥିଲେ। ସେ ଥାନରୁ ବାହାରି ଆସି ରାସ୍ତା ଉପରେ ବସି ମଧ୍ୟ ଜୋର ସୋର ଭାବରେ ଚିତ୍କାର କରୁ ଥାଆନ୍ତି। ଏହି ଘଟଣା ଦେଖି ସେଠାରେ ଥିବା ଲୋକ ମାନେ ଆସି ରାସ୍ତା ଉପରେ ଜମାଟ ହୋଇ ଯାଇ ଥିଲେ।
ପୋଲିସ ମାନେ ତାଙ୍କୁ ଯେତେ ପାଟି କରିଲେ ସୁଦ୍ଧା ସେ ଶାନ୍ତ ହୋଇ ବସି ରହୁ ନଥିଲେ ଓ ସେମିତି ଚିତ୍କାର କରୁ ଥାଆନ୍ତି। ପୋଲିସ କର୍ମଚାରୀ ମାନଙ୍କୁ କହୁ ଥାଆନ୍ତି ଯେ, ଯଦି ତାଙ୍କୁ ସେହି ସ୍ଥାନରେ ରହିବା ପାଇଁ ଜାଗା ଦିଆ ଯିବ ନାହିଁ, ତା’ହେଲେ ସେ ରାସ୍ତାରେ ନିଜ ଦେହରେ କିରୋସିନି ଢାଳି ହୋଇ ଡିଆସିଲି ଲଗାଇ ଆତ୍ମହତ୍ୟା କରିବେ ବୋଲି କହୁ ଥାଆନ୍ତି। ଯାହା ତାଙ୍କର କ୍ଷତି ହେବ ପୋଲିସ ମାନେ ହିଁ ଦାୟୀ ରହିବେ ବୋଲି ପୋଲିସଙ୍କୁ କହୁଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି। ତେବେ ବନ୍ଧୁଗଣ ସରକାର ଏଭଳି କିଛି ବ୍ୟବସ୍ଥା କରିବା ଉଚିତ, ଯେଉଁଥିରେ ଯୋଗ୍ୟ ମାନେ ଏହାର ଲାଭ ପାଇଁ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।