Odisha News Portal

ଦେଖନ୍ତୁ ଭିଡ଼ିଓ – ରାଜଧାନୀର ବୀଚ ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ପୁଣି ଥରେ କଡ ଲେଉଟାଉଛି କରନା ସଂକ୍ରମଣ। ଯେଉଁ କାରଣରୁ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦେଶରେ କରୋନା ସ୍ଥିତି। ସୂଚନା ଅନୁସାରେ ଦେଶର କିଛି ସ୍ଥାନରେ କରୋନାର ତୃତୀୟ ଲହର ଚାଲିଥିବା ବେଳେ ଓଡ଼ିଶାରେ ଏହାର ଦ୍ୱିତୀୟ ଲହର ଚାଲିଛି। କୌଣସି ଏକ ନିଶ୍ଚିତତା ଦେଖାଯାଉ ନାହିଁ ଏହି ସଂକ୍ରମଣ କୁ ନେଇ। ସମସ୍ତେ ଏକ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ଯଦି ଆମେ ମାସ୍କ ପିନ୍ଧିବା, ସାବଧାନତା ଅବଲମ୍ବନ କରିବା ତେବେ କରୋନା ସଂକ୍ରମଣ ଠାରୁ ରକ୍ଷା ପାଇ ପାରିବା।ଏହାକୁ ନେଇ ରାଜ୍ୟବାସୀଙ୍କୁ ସଚେତନ କରାଇ ସେମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବା ପାଇଁ କହିଛନ୍ତି।

ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ୍ ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଆଜିଠାରୁ ମାସ୍କ ପିନ୍ଧିବା ପାଇଁ ଆମେ ସଂକଳ୍ପ ନେବା।ଏହି ସମୟରେ ମାସ୍କ ଚେକିଂ ରାଜ୍ୟରେ ଜୋରଦାର ହୋଇଛି ଏବଂ ଜୋରିମାନା ଆଦାୟ ମଧ୍ୟ କରା ଯାଉଛି।ଆଉ ଏହି ଚେକିଂ ବେଳେ ଭୁବନେଶ୍ୱର ରେ ଜଣେ ମହିଳା ମାସ୍କ ନ ପିନ୍ଧି ଧରା ପଡ଼ିବା ପରେ ସେ ପୋଲିସ୍ କର୍ମଚାରୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ସହ ଯୁକ୍ତି ତର୍କ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ସେ କହିଛନ୍ତି ସେ ଜଣେ ଶ୍ୱାସ ରୋଗୀ। ତାଙ୍କର ଫୁସଫୁସ ଜନିତ ସମସ୍ୟା ରହିଛି। ତେଣୁ ସେ ମାସ୍କ ପିନ୍ଧି ପାରିବେ ନାହିଁ। ଏଥିପାଇଁ ତାଙ୍କୁ ବାରଣ କରା ଯାଇଛି। କାରଣ ମାସ୍କ ପିନ୍ଧିଲେ ସେ ସ୍ୱଚ୍ଛ ଅମ୍ଳଜାନ କୁ ଗ୍ରହଣ କରି ପାରିବେ ନାହିଁ। ଏହାଛଡା ସମସ୍ତେ ଯେଉଁ ମାସ୍କ ପିନ୍ଧୁଛନ୍ତି ତାହା କେତେ ପ୍ରଭାବି ଏବଂ ଏହା ଦ୍ବାରା ଭଲ ଭାବରେ ନିଃଶ୍ୱାସ ପ୍ରସ୍ୱାସ କରି ହେଉଛି କି ନାହିଁ ସେ ବିଷୟରେ ଆଗ ଚର୍ଚ୍ଚା କରିବା ଦରକାର୍ ବୋଲି ସେ କହିଛନ୍ତି।
ଏହାଛଡା ଅନେକ ପାଠ ପଢ଼ାଉଛନ୍ତି ଏହି ମହିଳା ଜଣଙ୍କ ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।

କିନ୍ତୁ ଆପଣ ନିଜେ ସତର୍କ ରହିବା ସହିତ ଠିକ୍‌ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧନ୍ତୁ। ଆପଣ ବିନା ମାସ୍କରେ କେବେ ବି ଘରୁ ବହାରନ୍ତୁ ନାହିଁ। ଯେଉଁମାନେ ଟିକା ନେଇ ନାହାନ୍ତି ଓ ଯେଉଁମାନେ ନେଇଛନ୍ତି ସେମାନେ ବି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ଆମେ ବିନା ଲକ୍‌ଡାଉନ୍‌ରେ କରୋନାକୁ ରୋକି ପାରିବା। ନିଜ ରୋଜଗାର ଜୀବନ ଜୀବିକା ବନ୍ଦ କରିବାକୁ ଚାହୁଁ ନ ଥିଲେ ମାସ୍କ ପିନ୍ଧନ୍ତୁ ଏବଂ ନିଜେ ସୁରକ୍ଷିତ ରୁହନ୍ତୁ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।