Odisha News Portal

ଦେଖନ୍ତୁ ଭିଡ଼ିଓ – ରାଜଧାନୀ ଭୁବନେଶ୍ୱରର ବିଚ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଅଜବ ଦୃଶ୍ୟ ଲୋକେ ଦେଖି ହୋଇଗଲେ ତାଯୁବ

ରାଜଧାନୀ ରାସ୍ତା ଉପରେ ପ୍ରେମୀ ଯୁଗଳ ଙ୍କ ହାଇ ଡ୍ରାମା । କୌଣସି ଫିଲ୍ମ୍ କାହାଣୀ ପରି ଦୃଶ୍ୟ । କୌଣସି କଥା ପରେ ରାଗ ଋଷା ଆଉ ଆତ୍ମହତ୍ୟା ପାଇଁ ଉଦ୍ୟମ । ଏଭଳି କିଛି ଘଟଣା ଘଟିଛି ଭରତପୁର ମୁଖ୍ୟ ରାସ୍ତା ରେ । ଦିନ ଦୁଇ ପ୍ରହାର ରେ ଘଟିଛି ଏହି ଘଟଣା ଯାହାକୁ ଦେଖିଛନ୍ତି ସ୍ଥାନୀୟ ଲୋକମାନେ । ରାସ୍ତା ଉପରେ ଯୁବକ ଯୁବତୀ କଥାବାର୍ତ୍ତା କରୁଥିଲେ କିନ୍ତୁ ଏହି ସମୟ ରେ ହଠାତ୍ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ଯୁବତୀ । ବ୍ୟାଗ ଭିତରୁ କୌଣସି ଏକ ଦିସ୍ ଇନ୍ଫେକ୍ଟାଣ୍ଟ ଖାଇବାକୁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିଥିଲେ।

ଏହା ସହିତ ରାସ୍ତା ଉପର ଏକ ଉଚ୍ଚ ସ୍ଥାନ ରୁ ମଧ୍ୟ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିଲେ । ହେଲେ ଦଉଡ଼ି ଦଉଡ଼ି ଅଟକାଇ ଥିଲେ ପୁରୁଷ ବନ୍ଧୁ । ହେଲେ କିଛି ସମୟ କଥା ବାର୍ତ୍ତା ପରେ ଅସୁସ୍ଥ ହୋଇ ଯାଇଥିଲେ ଯୁବତୀ ଜଣଙ୍କ । ଏହାପରେ ପୁରୁଷ ବଂଧୁ ଙ୍କ ସହିତ ସ୍ଥାନୀୟ ଲୋକମାନେ ତାଙ୍କୁ ଙ୍କ ସ୍ଥାନୀୟ ଉଠାଇ ଆଣିଥିଲେ । ତେବେ ଏହି ସମ୍ପର୍କ ରେ କଣ ରହିଛି ଅଧିକ ସୂଚନା ଆସନ୍ତୁ ଜାଣିବା ;

ରାଜଧାନୀ ରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି ପ୍ରେମୀ ଯୁଗଳ ଙ୍କ ର । ଘଟଣା ଟି ଗତକାଲି ଘଟିଥିଲା । ବରମୁଣ୍ଡା ରୁ ଭରତ ପୁର ଯିବା ରାସ୍ତା ରେ କିଛି ସମୟ ପାଇଁ ସ୍ଥାନୀୟ ଲୋକ ମାନେ ମଧ୍ୟ ତାଯୁବ ହୋଇ ଯାଇଥିଲେ । ଫିଲ୍ମ୍ ସୁଟିଂ ହେଉଥିବା ପରି ମନେ ହେଉଥିଲା । କିନ୍ତୁ ନା ସେଠାରେ କ୍ୟାମେରା ଥିଲା ନା ସେଠାରେ କୌଣସି ପ୍ରକାର ସୁଟିଂ ହେଉଥିଲା କିନ୍ତୁ ଘଟଣା ର ଦୃଶ୍ୟ କୌଣସି ଫିଲ୍ମ୍ ଠାରୁ କମ୍ ନଥିଲା । କିନ୍ତୁ କିଛି ସମୟ ପରେ ବାସ୍ତବ କଥା ଜଣା ପଡିଥିଲା ଯେ ଏହା କୌଣସି ଫିଲ୍ମ୍ ର ସୁଟିଂ ନୁହଁ ଏହା ରିଅଲ ଲାଇଫ ର ଦୃଶ୍ୟ ।

ଦୁଇ ଜଣ ଯୁବକ ଯୁବତୀ ଆସିଥିଲେ କଥାବାର୍ତ୍ତା କରିଥିଲେ ଏହା ପରେ କୌଣସି କାରଣ ପାଇଁ ତାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଯୁବତୀ ଜଣଙ୍କ କାନ୍ଦିବାକୁ ଲାଗିଥିଲେ ଆଉ ବ୍ୟାଗ ଭିତରୁ କୌଣସି ଏକ ଦିସ୍ ଇନ୍ଫେକ୍ଟାଣ୍ଟ ଖାଇ ଥିଲେ । ତେବେ ଦିସ୍ ଇନ୍ଫେକ୍ଟାଣ୍ଟ ଖାଇ ସାରିବା ପରେ ସେ କେତେବେଳେ ଗାଡି ସାମ୍ନା କୁ ଚାଲି ଯାଇଥିଲେ କେତେବେଳେ ଗହଳି ଭିତରକୁ ଚାଲି ଯାଇଥିଲେ।

ତାଙ୍କୁ ତାଙ୍କର ପୁରୁଷ ବନ୍ଧୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଏକ ଉଚ୍ଚ ସ୍ଥାନରୁ ଡେଇଁବା ପାଇଁ ଚେଷ୍ଟା କରିବା ସମୟ ରେ ମଧ୍ୟ ତାଙ୍କୁ ତାଙ୍କର ପୁରୁଷ ବନ୍ଧୁ ଅଟକାଇ ଥିଲେ। ଏହା ପରେ ଯୁବତୀ ଜଣକ ଅଚେତ୍ ମଧ୍ୟ ହୋଇ ଯାଇଥିଲେ।

ଏହା ପରେ ଲୋକ ମାନେ ତାଙ୍କୁ ପଚାରି ଥିଲେ କଣ ହୋଇଛି ବୋଲି କିନ୍ତୁ ତାଙ୍କର ପୁରୁଷ ବନ୍ଧୁ କୌଣସି ପ୍ରକାର ପଟିକ୍ରିୟା ଦେଇ ନଥିଲେ । କିଛି ସମୟ ପରେ ଯୁବତୀ ଜଣକ ଚେତା ଫେରିଥିଲେ ଓ ସେ ଘରକୁ ଚାଲି ଯାଇଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।