Odisha News Portal

ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ! ,21 ରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି ,ଆଜି ଠାରୁ ଶୀତର ପ୍ରକୋପ ବଢିପାରେ

0 2

ରାଜ୍ୟରେ ଆସନ୍ତା ଶୁକ୍ରବାର ଠାରୁ ଶୀତର ପ୍ରକୋପ ବଢିପାରେ , ଖସିପାରେ ରାତିର ତାପମାତ୍ରା ଏହିପରି ପୂର୍ବାନୁମାନ କରିଛନ୍ତି କୃଷି ବିଶାରଦ ସୁରେନ୍ଦ୍ର ନାଥ ପଶୁପାଳକ । ଆକଳନ କରାଯାଉଛି କି ନଭେମ୍ବର 20 ପରଠାରୁ ସୁନ୍ଦରଗଡ , ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ସର୍ବନିମ୍ନ ତାପମାତ୍ରା କମିବ । 22 ତାରିଖ ସୁଦ୍ଧା 5 ଡିଗ୍ରୀ କମିପାରେ ପାରଦ । ଯାହା ଦ୍ୱାରା କି ଶୀତର ପ୍ରକୋପ ବଢିଯିବ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡିଶା ଏବେ କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ଏବଂ ପଶ୍ଚିମ ଓଡିଶାରେ 21 ତାରିଖ ମଧ୍ୟରୁ 23 ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ କମିପାରେ ।

ସେହିପରି ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ 21 ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । 22 ତାରିଖ ଭିତରେ 3 ରୁ 4 ଡିଗ୍ରୀ କମିଛି ପୁଣି 25 ତାରିଖ ମଧ୍ୟରେ ଆଉ ତିନି ଡିଗ୍ରୀ କମିପାରେ ବେଲି କୁହାଯାଉଛି । ଯାହା ଦ୍ୱାରା କି ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବ ।

ସର୍ବନିମ୍ନ ତାପମାତ୍ରା ସହିତ ଦିନର ତାପମାତ୍ରା ମଧ୍ୟ 3 ରୁ 4 ଡିଗ୍ରୀ କମିପାରେ ବୋଲି କୁହାଯାଉଛି । ଡକ୍ଟର ପଶୁପାଳକ କହିଛନ୍ତି 19 ରୁ 22 ତାରିଖ ପର୍ଯ୍ୟନ୍ତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିଶେଷ କରି ପାରାଦ୍ୱିପରୁ ଗୋପାଳପୁର ପର୍ଯ୍ୟନ୍ତ ଆଂଶିକ ପ୍ରଭାବ ରହିବ । 21 ରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି ।

ଏହା ପରେ ଏହା ଏକ ଲଘୁଚାପର ରୂପ ନେଇପାରେ ବୋଲି କୁହାଯାଉଛି । ଏହାର ପ୍ରବାବ ରାଜ୍ୟରେ ପଡିବାର ଜଣାପଡୁନାହିଁ ଅର୍ଥାତ ଏହାର ଚିତ୍ର ଏବେ ସ୍ପଷ୍ଟ ହୋଇନାହିଁ । ଆଗକୁ ଏହା ଯେତେ ନିକଟତର ହେବ ତାହାର ଚିତ୍ର ସେତେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ପାଣିପାଗ ବିଭାଗ କହିଛି କି ରାଜ୍ୟର କୌଣସି ସ୍ଥାନରେ ପାରଦ 15 ଡିଗ୍ରୀ ତଳେ ନଥିଲା ରାଜ୍ୟରେ ଏବେ ପାଗ ଶୁଖିଲା ରହିବ । ଦିନ ଏବଂ ରାତିରେ ପାଗର ପରିବର୍ତ୍ତନ ହେବାର କିଛି ସଂଙ୍କେତ ନାହିଁ । 20 ଏବଂ 21 ତାରିଖରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପାଗ ଫିଟିବା ପରେ ଶୀତର ପ୍ରକୋପ ବଢିବ ତେଣୁ ଆପଣ ମାନେ ଆର୍ଲଟ ରୁହନ୍ତୁ ଏହି ଲଘୁଚାପର ଚିତ୍ର ଯେତେ ନିକଟତର ହେବ ତାହା ସେତେ ସ୍ପଷ୍ଟ ହେବ । ତେବେ ଆଗକୁ ଜଣାପଡିବ କି ଏହି ଲଘୁଚାପ ଆଗକୁ କେଉଁ ପ୍ରକାର ରୂପ ନେବ ତାହା ବିଷୟରେ ଆମେ ଆପଣ ମାନଙ୍କୁ କହିବୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।