Odisha News Portal

ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଖୁସି ଖବର ! ଜାନୁଆରୀ 4 ରେ ଖୋଲିବ ସ୍କୁଲ , କଲେଜ , ରାଜ୍ୟ ସରକାର ଜାରିକଲେ ଗାଇଡଲାଇନ୍….

ସ୍କୁଲ , କଲେଜ ଖୋଲିବାକୁ ନେଇ କରି ଘୋଷମା କଲେ ରାଜ୍ୟ ସରକାର । ଜାନୁଆରୀ 4 ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ । ଯାହା ପାଇଁ ସରକାର ଜାରି କଲେ ଗାଇଡଲାଇନ ଏବଂ ସ୍କୁଲରେ ଦିଆଯିବ ମାଗଣା ମାସ୍କ । କରୋନା ସଂକ୍ରମଣ କାରଣରୁ ଗତ ମାର୍ଚ୍ଚ ମାସରୁ ଭାରତର ସମସ୍ତ ଶିକ୍ଷାକେନ୍ଦ୍ର ସ୍କୁଲ , କଲେଜକୁ ବନ୍ଦ କରିଦିଆଯାଇଥିଲା । ମାତ୍ର ବର୍ତ୍ତମାନର ସୂଚନା ଅନୁସାରେ ଆସନ୍ତା ଜାନୁଆରୀ ମାସରୁ ସ୍କୁଲ , କଲେଜ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ସୂଚନା ଅନୁସାରେ ବନ୍ଦ ହୋଇଥିବା ସ୍କୁଲ , କଲେଜ ଏବଂ କୋଚିଂ ସେଣ୍ଟର ଖୋଲିବ ।

ରାଜ୍ୟ ସରକାର ଏହି ସମସ୍ତ ସଂସ୍ଥା ଖୋଲିବା ପାଇଁ ଦେଇଛନ୍ତି ଅନୁମତି । 4 ଜାନୁଆରୀରୁ ପର୍ଯ୍ୟାୟ କ୍ରମେ ସରକାର ବିଭିନ୍ନ ଶିକ୍ଷାନୁଷ୍ଟାନ ଖୋଲିବା ପାଇଁ ଯାଉଛନ୍ତି । ପ୍ରଥମେ ନବମ ଏବଂ ଦଶମ ଶ୍ରେଣୀର ପିଲା ମାନେ ସ୍କୁଲ ଯିବେ ଏବଂ ତାହା ପରେ ସମୀକ୍ଷା କରାଯିବ ।

ଜାନୁଆରୀ 18 ତାରିଖ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି । ଏଥିପାଇଂ ବିହାର ସରକାରୀ ଗାଇଡଲାଇନ ମଧ୍ୟ ଜାରି କରିସାରିଛନ୍ତି । କଲେଜ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲିବ ।
ଗୋଟିଏ ସପ୍ତାହ ପରେ ସ୍ଥିତିରେ ସମୀକ୍ଷା କରାଯିବ ସମୀକ୍ଷାରେ ସବୁକିଛି ଠିକ ରହିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବ ।

ଏହା ପରେ ନିୟମିତ ସ୍ଥିତିରେ ସମୀକ୍ଷା କରାଯିବ । ସ୍କୁଲ ଏବଂ କଲେଜରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି , ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କର ସାମାଜିକ ଦୂରତା ପାଳନ କରାଯିବ । ଅଧା ପିଲା ଗୋଟେ ଦିନ ସ୍କୁଲ ଆସିଲେ ଅନ୍ୟ ଅଧା ପିଲା ପରବର୍ତ୍ତୀ ସମୟରେ ସ୍କୁଲ ଆସିବେ ବୋଲି କୁହାଯାଉଛି । ସରକାରୀ ସ୍କୁଲରେ ପିଲାମାନଙ୍କୁ ମାଗଣାରେ ମାସ୍କ ମଧ୍ୟ ଦିଆଯିବ ।

ଶିକ୍ଷକଙ୍କ ସହ ପିଲାମାନଙ୍କୁ ଦୁଇଟି ଲେଖାଁଏ ମାସ୍କ ମିଳିବ । ଶନିବାର ରବିବାର ମଧ୍ୟ ସ୍କୁଲ ଖୋଲା ରହିବ ଏବଂ ଶିକ୍ଷାଦାନ କରାଯିବ ବୋଲି କୁହାଯାଉଛି । ଏତି କମରେ 100 ଦିନ କାଲ୍ସ କରିବା ପରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ତେବେ ଜାନୁଆରୀ ମାସରେ ମଧ୍ୟ ଓଡିଶାରେ ସ୍କୁଲ ଖୋଲିବ ବୋଲି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ତେବେ ଆପଣ ମାନେ ସ୍କୁଲକୁ ଯିବା ସମୟରେ ସରକାରଙ୍କର ସମସ୍ତ କୋବିଜ ଗାଇଡଲାଇନର ନିୟମକୁ ମାନି କରି ସ୍କୁଲ ଏବଂ କଲେଜକୁ ଯାଆନ୍ତୁ । ନିଜକୁ ସୁରକ୍ଷିତ ରଖନ୍ତି ଏବଂ ଅନ୍ୟ ମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।