ରାହୁଲ ( Rahul ) ପାଇଁ ଶେଷ ୩ ଫୁଟ ପଥର ଖୋଳା ବାକି, ୮୦ ଫୁଟ ତଳେ ବଢୁଛି ଜଳସ୍ଥର ଆଉ ରହୁଛି ବିଷାକ୍ତ ସାପ ଭୟ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜିକୁ ପ୍ରାୟ 80 ଘଣ୍ଟା ହେଇଗଲାଣି 80 ଫୁଟ ତଳର ଗୋଟିଏ କୋରୱେଲ ଭିତରେ ଫୋସି ରହିଛନ୍ତି ରାହୁଲ ଓ ସମସ୍ତଙ୍କର ଆଶା ଆକାଂକ୍ଷା ରହିଛି କି ଆମ ଏନ. ଡି. ଆର. ଏଫ ଟିମ ରାହୁଲଙ୍କୁ ରକ୍ଷା କରିବାରେ ସଫଳ ହେବେ ଓ କୁନି ପୁଅଟି ପୁଣି ଥରେ ଖୁସିରେ ଖେଳିବ ଆଉ ବୁଲିବ, ତେବେ କଣ ଅସୁବିଧା ରହିଛି ଯାହା ପାଇଁ ଏତେ ସମୟ ବିତିଗଲା ପରେ ମଧ୍ୟ ରାହୁଲଙ୍କୁ ଭିତରେ ବାହାର କରାଯାଇପାରୁନି ଆସନ୍ତୁ ଜାଣିବା |

ଓଡିଶା, ଆନ୍ଧ୍ରପ୍ରଦେଶ, ଓ ଗୁଜୁରାଟ ରୁ ଆସିଥିବା ଉଦ୍ଧାର କାରୀ ଦଳ ମାନଙ୍କର ଯାହା କହିବା କଥା କି ସେମାନେ ଦୀର୍ଘ 80 ଘଣ୍ଟା ହେଲା ଚେଷ୍ଟା କରୁଛନ୍ତି, ହେଲେ ଅସୁବିଧାର କାରଣ ହେଉଛି ଆଉ 3 ଫୁଟର ବ୍ୟବଧାନ ରହିଛି, କିନ୍ତୁ ରହିଲଙ୍କୁ ବାହାର କରିବାର ଅସୁବିଧା ହେଉଛି କାରଣ ପଥର ପୋଡିଯିବାର ସମ୍ଭାବନା ରହୁଛି କାରଣ ରାହୁଲ ଚାରିପଟେ ପଥର ରହିଛି ଯେହେତୁ ସେଠାକାର ଭୂମିରୂପ ହେଉଛି ପୋଥୁରିଆ |

ତାହା ଛଡା ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଚାରିଆଡେ ଯୋଉ ଗର୍ତ୍ତ ଖୋଲାଯାଇଛି ଯାହା ଫଳରେ ସେହି ଅଞ୍ଚଳରେ ପାଣିର ପରିମାଣ ବଢିବାରେ ଲାଗିଛି ଏମିତି ହେଲେ ରାହୁଲ ରହୁଥିବା ସେହି ସୁଡ଼ଙ୍ଗ ଭିତରେ ପାଣି ବଢି ରାହୁଲ ବୁଡିଯିବାର ସମ୍ଭାବନା ଅଛି , ଜାହା ଫଳରେ ସେଠାରେ ଉପସ୍ଥିତ ଥିବା ଟିମ ଭିତରକୁ ବାଲଟି ଛାଡ଼ୁଛନ୍ତି, ରାହୁଲ ମଧ୍ୟ ଭିତରେ ରହି ପାଣି ପୂର୍ଣ୍ଣ କରିକି ବାଲଟି ଦେଉଛି, ଗାଁ ର ଲୋକମାନେ ମଧ୍ୟ ରାହୁଲ ର ଜୀବନକୁ ବଞ୍ଚାଇବା ପାଇଁ ପ୍ରଣାପନେ ଚେଷ୍ଟା ଚଳାଇଛନ୍ତି ଘରେ ନିଜ ଟୁୱେଲ ରୁ ପାଣି ବାହାର କରି ଜଳ ସ୍ତରକୁ କୋମାଇବାକୁ ଚେଷ୍ଟା ଚଳାଇଛନ୍ତି |

ତେବେ ରାହୁଲ 80 ଫୁଟ ର ତଳେ ଥିବାରୁ ଓ ଏତେ ତଳେ ପାହାଡିଆ ପୋଥୁରିଆ ଅଞ୍ଚଳରେ ବିଷାକ୍ତ ସାପ ଆଦିର ଭୟ ମଧ୍ୟ ରହିଥାଏ ସେଥିପାଇଁ ସମସ୍ତେ ବ୍ୟସ୍ତ ମଧ୍ୟ ହେଉଛନ୍ତି ତାହା ସହିତ ରାହୁଲ କେମିତି ଭଲରେ ଉପରକୁ ଆସିବେ ତାର ଚେଷ୍ଟା ମଧ୍ୟ କରିବା ସହିତ , ବାହାରେ ଡ଼କ୍ଟର କୁ ନିୟୋଜିତ ରଖାଯାଇଛି ଓ ମେଡିକାଲ ଟିମ ମଧ୍ୟ ଅଛନ୍ତି ବାହାରେ, ରାହୁଲ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ଠିକ ରଖିବା ପାଇଁ କଳଦୀ , ଓ. ଆର. ଏସ ମଧ୍ୟ ତାହା ଭିତରକୁ ପଠେଇବା ସହିତ ହାଲକା ଖାଦ୍ୟ ମଧ୍ୟ ଭିତରକୁ ଦିଆ ଯାଉଛି |

ଛତିଶଗଡ ର କଲେକ୍ଟର, ମୁଖ୍ୟମନ୍ତ୍ରୀ ମଧ୍ୟ ରାହୁଲଙ୍କ ପାଇଁ ବ୍ୟସ୍ତ ଅଛନ୍ତି ଓ ରାହୁଲଙ୍କ ସୁରକ୍ଷା ପାଇଁ ଉଦ୍ୟମ ଚଳାଇଛନ୍ତି, ଯେତେ ଶୀଘ୍ର ସମ୍ଭବ ରାହୁଲ ଯେମିତି ଉପରକୁ ସୁସ୍ଥ ଭାବରେ ଆସୁ ତାହା ସମସ୍ତେ ମଧ୍ୟ କାମନା କରୁଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment