Odisha News Portal

ପ୍ରତି ଦିନ ରାତିରେ ଗାଈକୁ ଦେଖା କରିବା ପାଇଁ ଆସେ ଏହି ଚିତାବାଘ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋଟୋ…..

ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ କେବେ ବି ଏହାକୁ ବିଶ୍ବାସ କରି ପାରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନ ହେଲେ ମଧ୍ୟ କଥାଟି ହେଉଛି ନିରାଟ ସତ୍ୟ । ତେବେ ପ୍ରତି ଦିନ ରାତିରେ ଗୋଟିଏ ଗାଈକୁ ଦେଖା କରିବା ପାଇଁ ଆସୁଥିଲା ଗୋଟିଏ ଚିତାବାଘ । ତେବେ ଚାଲନ୍ତୁ ଜାଣିନେବା କଣ ଏହି ଆଶ୍ଚର୍ଯ୍ୟକର ତଥା କୌତୁହଳପୂର୍ଣ୍ଣ ଖବର ବିଷୟରେ ।

ଚିତାବାଘ ପେନ୍ଥରା ଜାତିର ଏକ ବଡ ବିଲେଇ ଅଟେ , ଯାହା ଆଫ୍ରିକା ଏବଂ ଦକ୍ଷିଣ ଏସିଆର ହଳଦିଆ ରୁମରେ କଳା କଳା ଗୋଲ ଦାଗ ଥିବା ବା ପୂରା କଳା ରୁମ ଥିବା ବାଘ ଅଟେ । ଯାହା କେବଳ ଆଫ୍ରିକା ଏବଂ ଏସିଆରେ ହିଁ ଦେଖା ଯାଇ ଥାଏ । ତେବେ ଏହି ପ୍ରଜାତିର ଯେମିତିକି ସିଂହ, ବାଘ ପ୍ରାଣୀ ତୁଳନାରେ ବହୁତ ଛୋଟ ହୋଇଥାଏ ଏହଂ କଳା ବାଘ ବା ଚିତା ବାଘ ।

ଚିତାବାଳ ବା ତେନ୍ଦୁଆ ବହୁତ ଶକ୍ତିଶାଳୀ ଏବଂ ଚତୁର ପ୍ରାଣୀ ହୋଇଥାଏ । ଏମାନଙ୍କର ଲକ୍ଷ୍ୟ ବହୁତ ପ୍ରଖର ହୋଇଥାଏ । ନିଜର ଶିକାରକୁ ଧରିବାର କୌଶଳ ଏବଂ ସେମାନଙ୍କ ଉପରକୁ ଆକ୍ରମଣ କରିବାର ଶୈଳୀ ଏମାନଙ୍କୁ ବହୁତ ଭଲ ଭାବରେ ଜଣାଥାଏ । ଏମାନେ ହେଉଛନ୍ତି ନିଶାଚର ପ୍ରାଣୀ ଅଟନ୍ତି ।

ତେବେ ଏହି ତେନ୍ଦୁଆ ବା ଚିତାବାଘ ଘଣ୍ଟା ପ୍ରତି 56-60 କିଲୋମିଟର ପର୍ଯ୍ୟନ୍ତ ଦୌଡି ପାରିଥାନ୍ତି । ଆପଣ ମାନେ ଏମିତି ବହୁତ ଖବର ଦେଖିଥିବେ କିମ୍ବା ଶୁଣିଥିବେ ଯେ ଚିତାବାଘ ଗ୍ରାମ ଭିତରେ ପଶି ଯାଇ ଗ୍ରାମବାସୀଙ୍କ ଗୃହ ପାଳିତ ପଶୁ ମାନଙ୍କୁ ଖାଇଯାଇଛି । ଚିତାବାଘ କେତେଥର ଗାଈକୁ ନିଜର ଶିକାର କରିଥିବା କଥା ମଧ୍ୟ ଶୁଣିଥିବେ କିନ୍ତୁ କଣ କେବେ ଆପଣ ଏହା ଶୁଣିଛନ୍ତି ଯେ ଗୋଟିଏ ଚିତାବାଘକୁ ଗାଈ ପାଖରୁ ମାଁର ସ୍ନେହ ମିଳିଥିବା କଥା । ଆଉ ସେହି ଚିତାବାଘ ନିଜ ମାଁ ସଦୃଶ ଗାଈକୁ ସବୁଦିନ ଦେଖା କରିବା ପାଇଁ ଆସୁଥିଲା ।


ସୋସିଆଲ ମିଡିଆରେ ଏକ ଏମିତି ଫୋଟ ଭାଇରାଲ ହେଉଛି , ଯେଉଁଥିରେ ଏକ ଚିତାବାଘକୁ ଗାଈ ସାଥିରେ ଦେଖିବାକୁ ମିଳିଛି । ସୁଶାନ୍ତ ନନ୍ଦ ନାମକ ଜଣେ ବ୍ୟକ୍ତି ନିଜର ଟ୍ବିଟର ଆକାଉଣ୍ଡରେ ଏହି ଫୋଟ ଶେୟାର କରିଥିଲେ । ଯେଉଁ ଫୋଟରେ ଦେଖାଯାଇଥିଲା ଏକ ଚିତାବାଘ ଏବଂ ଗୋଟିଏ ଗାଈ ଏମିତି ବସିଥିଲେ ଯେ ଯେମିତି ମାଁ ଏବଂ ଛୁଆ ସାଥିରେ ବସିଛନ୍ତି । ତେବେ ଏହି ଫୋଟଟି 2002 ରେ ସଂଗ୍ରହ କରାଯାଇଥିଲା । ଏହା ଗୁଜୁରାଟର କନ୍ତୋଲି ଗାଁର ।

 


କୁହାଯାଉଥିଲା କି ଯେତେବେଳେ ସବୁ ଗ୍ରାମବାସୀ ଶୋଇ ଯାଉଥିଲେ ଚିତାବାଘଟି ଚୁପଚାପ ନିଜର ମାଁ ବା ଗାଈ ସହିତ ଦେଖା କରିବା ପାଇଁ ଆସୁଥିଲା ଏବଂ ଚିତାବାଘ ଯେତେବେଳେ ଗାଈ ସହିତ ଦେଖାକରିବା ପାଇଂ ଆସୁଥିଲା ସେଠାରେ ଆହୁରି ଅନେକ ପଶୁ ରହୁଥିଲେ କିନ୍ତୁ ସେ କାହାର ବି କ୍ଷତି କରୁନଥିଲା । କୁହାଯାଉଥିଲା ସେ କିଛି ସମୟ ପାଇଂ ନିଜ ମାଁ ଗାଈ ପାଖକୁ ଆସି ବସୁଥିଲା ଏବଂ ଗାଈ ତାକୁ ବହୁତ ସ୍ନେହ, ଭଲପାଇବା ଦେଉଥିଲା ଏହାସହିତ ନିଜ ବାଛୁରି ପରି ତା ଦେହକୁ ଚାଟୁଥିଲା ଏବଂ ଏହାପରେ ଚିତାବାଘଟି ପୁଣି ଜଙ୍ଗଲକୁ ଫେରି ଯାଉଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।