Odisha News Portal

ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରିବା ସହିତ ପାଠପଢ଼ୁଥିବା ବାଳକକୁ ଦେଖି ଆଇଏଏସ୍ କହିଲେ ଏଭଳି କଥା ! ଦୟାକରି ଏହି ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ !

କୁହାଯାଇଥାଏ କି ସାନ ସିନା କାମ କିନ୍ତୁ ବହୁତ ବଡ । ଯଦି କେହି କିଛି କରି ଦେଖାଇବା ର ଇଚ୍ଛା ଥାଏ ତାହା ହେଲେ ସେ ବୟସ କୁ ବି ପଛରେ ପକାଇ ଦେଇଥାଏ । ନିଜର ବୁଦ୍ଧି ଏବଂ କୈଶଳ ଲଗେଇ ଜଣେ ଯଦି ଗୋଟିଏ କାର୍ଯ୍ୟ କୁ କରି ଦେଖାଇବା ପାଇଁ ଆଗ୍ରହୀ ଥାଏ ତେବେ ବୟସ ବି ତା ଆଗରେ ହାର୍ ମାନିଯାଏ ।ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ ।

ଆଉ ସେହି ଘଟଣା ଗୁଡିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରତିୟ ମାନ ହୋଇଥାଏ କିନ୍ତୁ ତା ପଛରେ ଏମିତି ଏକ ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 

ଆଉ ଏହିପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରୀକ ରାଷ୍ଟ୍ରର ମୁକ୍ତ ଗଣ ମାଧ୍ୟମ ଦ୍ବାରା ହିଁ ଜାଣିବାକୁ ପାଇଥାଉ । ତେବେ ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ଆଜିର ସମାଜରେ ଆମେ ମାନେ ସମସ୍ତେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଯୋଡିତ ଥିବା । ତେବେ ଏହି ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥାଏ । ଏମିତି ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବାଳକ ରାସ୍ତାପାର୍ଶ୍ବରେ ବସି ପରିବା ବିକ୍ରି କରିବା ସହିତ ପାଠପଢ଼ୁଥିବା ଦେଖିବାକୁ ମିଳିଛି । ତେବେ ଫଟୋରେ ଦେଖିବାକୁ ମିଳୁଥିବା ବାଳକର ନାମ ହେଉଛି ପୁଷ୍ପେନ୍ଦ୍ର ସାହୁ ଏବଂ ସେ 7ମ ଶ୍ରେଣୀରେ ପାଠପଢ଼େ ବୋଲି ଜଣାପଡ଼ିଛି ।

ତେବେ ଆଇଏଏସ ଅଧିକାରୀ ଅବନିଶ ଶରଣ ଗତ ରବିବାର ପୁଷ୍ପେନ୍ଦ୍ର ସାହୁଙ୍କ ଏକ ଫଟୋ ସେୟାର କରିଛନ୍ତି । ଆଉ ଫଟୋ ସେୟାର କରି ଆଇଏଏସ ଅବନିଶ ଲେଖିଛନ୍ତି ଗୋଟିଏ ଏମିତି ପଦ ଯାହା ଶୁଣିବା ପରେ ଆପଣଙ୍କର ମଧ୍ୟ ଆତ୍ମ ବିଶ୍ବାସ ବଢିଯିବ । ତେବେ ସେ ଲେଖିଛନ୍ତି , ‘’ନିଆଁ ଯେଉଁଠି ବି ଥାଉ ନାଁ କାହିଁକି ଜଳିବା ଦରକାର।’

ଆଉ ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ 11ହଜାର ଲାଇକ ଏବଂ 1 ହଜାର ରୁ ଅଧିକ ଥର ରି-ଟ୍ବିଟ୍ କରାଯାଇଛି । ତେବେ ସେହି ବାଳକ ଙ୍କ ର ଏଭଳି ପରିବା ବିକ୍ରି କରିବା ସହିତ ପାଠପଢ଼ିବାର ଫଟୋକୁ ଦେଖି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।

ସେହି ବିସ୍ମୟ ଶିଶୁର ପରିଶ୍ରମ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଶିଶୁଟି ବଡ଼ ହୋଇ ନିଶ୍ଚିତ ଭବାରେ ଜଣେ ବଡ ଅଫିସର ‌ହେବ ଆଉ ନିଜ ପରିବାରର ନାମ ରଖିବ । କିନ୍ତୁ ଏହି ଫଟୋ ଟି କେବେ ଓ କେଉଁଠାରେ ଉତ୍ତୋଳନ କରା ଯାଇଛି ‌ସେନେଇ କୌଣସି ସୂଚନା ମିଳିନାହିଁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।