Odisha News Portal

ରାସ୍ତାରେ ପଡିଥିବା ୫ଶହ ଟଙ୍କିଆ ବିଡ଼ା ସାଂସଦ ଅପରାଜିତାଙ୍କର ! ଜାଣନ୍ତୁ ଏହାକୁ ନେଇ ଅପରାଜିତା କଣ ପତିକ୍ରିୟା ଦେଇଛନ୍ତି ?

ନିକଟରେ 2020 ମସିହାରେ ଦେଶର ସର୍ବଶ୍ରେଷ୍ଟ ସାଂସଦର ମାନ୍ୟତା ପାଇଛନ୍ତି ବା ମନୋନିତ ହୋଇଛନ୍ତି ଭୂବନେଶ୍ବର ଲୋକସଭା ଆସନର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ବେଷ୍ଟ ପାର୍ଲିଆମେଣ୍ଟ ଅଫ୍ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ବା ତରଫରୁ ସର୍ବ ଭାରତୀୟ ସ୍ତରରେ ସର୍ଭେ ପରେ ଏହି ମହାନ ତଥା ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି । ଆଉ ଏହି ଘୋଷଣା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ପାଖକୁ ଚାରି ଆଡୁ ଏବଂ ସବୁ ମହଲରୁ ପ୍ରଂଶସା ର ଲହରୀ ମାଡି ଆସୁଛି୍ ।

ତେବେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ଏହି କୃତିତ୍ବ ପାଇଂ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହେବା ସହିତ ପ୍ରଂଶସା ମଧ୍ୟ କରିବାରେ ଲାଗିଛନ୍ତି । ଅପରାଜିତା ଷଡଙ୍ଗୀ ରାଜ୍ୟ ରାଜନୀତିରେ ଏକ ବହୁତ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା ।

ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ କରି ନିଜର ପ୍ରିତିକ୍ରିୟାରେ କହିଥିଲେ ଯେ , ଗତ ବର୍ଷ ଲୋକ ମାନଙ୍କ ପାଇଂ ସେ କରି ଥିବା କାମର ଏ ହେଉଛି ସବୁଠାରୁ ବଡ ଗୋଟିଏ ମୋ ଜୀବନର ପୁରଷ୍କାର ସଦୃଶ । ଆଉ ଯାହା ତାଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଛି । ତେବେ ଏଥି ସହିତ ସେ ସମସ୍ତ ଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି ।

ତେବେ ବର୍ତ୍ତମାନର ବଡ ଖବର ହେଉଛି କି ଦୁଇଦିନ ତଳେ ଭୁବନେଶ୍ୱରର ଗଙ୍ଗନଗର ରାସ୍ତାରେ 500 ଟଙ୍କିଆ 3ଟି ବିଡ଼ା ପଡିଥିଲା ଏବଂ ଟଙ୍କା ର କୌଣସି ଦାବିଦାର ନଥିଲେ ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେଇଥିଲା I ଦେଢ଼ଲକ୍ଷ ଟଙ୍କାକୁ ପୋଲିସ ଜବତ କରିଥିଲା ତେବେ ଟଙ୍କାର ମାଲିକ କିଏ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେ ସବୁ ଟଙ୍କା ସାଂସଦ ଅପରାଜିତାଙ୍କର ବୋଲି ଜଣାପଡିଛି I

ଖବର ଅନୁଯାୟୀ କ୍ୟାପିଟାଲ ପୋଲିସ ତରଫରୁ ସୂଚନା ଦିଆଯାଇଛି, ସେ ସବୁ ଟଙ୍କା ଅପରାଜିତାଙ୍କ ଖାସ ଅନୁଗତ ଶଶାଙ୍କ ଙ୍କର I ଏନେଇ ନିଜେ ଅପରାଜିତା ଷଡ଼ଙ୍ଗୀ କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ୍‌ କରି ଜଣାଇବା ପରେ ଶଶାଙ୍କଙ୍କୁ ତାଙ୍କର ସମସ୍ତ ଟଙ୍କା ହସ୍ତାନ୍ତର କରାଯାଇଛି I କିନ୍ତୁ ଏତେ ଟଙ୍କା ଶଶାଙ୍କ କୋଉଠୁ ଆଣୁଥିଲେ ସେନେଇ କିଛି ନିର୍ଦ୍ଧିଷ୍ଟ ଉତ୍ତର ରଖି ପାରିନାହାନ୍ତି I

ସୂଚନାଯୋଗ୍ୟ, ଶଶାଙ୍କ ହେଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକାନ୍ତ ଖାସ ଅନୁଗତ I ସାସଂଦଙ୍କ ଆର୍ଥିକ କାରବାର କଥା ସେ ବୁଝନ୍ତି I ମଙ୍ଗଳବାର ଦିନ ପ୍ରାୟ ସାଢ଼େ 3ଟାବେଳେ ଶଶାଙ୍କ ଗଙ୍ଗନଗର ଛକରେ ଲୋକଙ୍କ ଭିଡ ଜମିବାରୁ ସେ ବ୍ୟାଗ ରେ ଟଙ୍କା ରଖିଥିବାରୁ ସେଠାରୁ ତରତର ହେଇ ଚାଲିଯାଇଥିଲେ ,ଏହି ସମୟରେ ତାଙ୍କ ବ୍ୟାଗରୁ ତିନୋଟି 500 ଟଙ୍କିଆ ବଣ୍ଡଲ ଖସି ପଡିଥିଲା I

ଆଉ ପରେ ନ୍ୟୁଜରୁ ଖବର ଜାଣି ସେ ଅପରାଜିତାଙ୍କୁ ଜଣାଇଥିଲେ ଏବଂ ସାଂସଦ ଏନେଇ ଥାନାକୁ ଫୋନ କରି ଜଣାଇଛନ୍ତି I ତେବେ ବର୍ତ୍ତମାନ ସେ ତାଙ୍କ ଟଙ୍କା ଫେରସ୍ତ ପାଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।