Odisha News Portal

ଭାଙ୍ଗିଦେଲେ ରାନୀ ପଣ୍ଡା ଙ୍କ ବାହାଘର । କାନ୍ଦି କାନ୍ଦି କହିଲେ ଏହି ବ୍ୟକ୍ତିଙ୍କ ହାତ ଅଛି ମୋ ବାହାଘର ଭାଙ୍ଗିବାର କାରଣ !ଛି ଛି କି କଳୁତ୍ସିତ କାମ….

ଆଜି ଆମେ କହିବାକୁ ଯାଉଛୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବାହାଘର କିଏ ଭାଙ୍ଗିଲା ସେ ନିଜେ ଖୁଲାସା କରିଛନ୍ତି । ଆପଣ ମାନେ ଜାଣିଥିବେ ବେଶ କିଛି ଦିନ ହେବ ରାନୀ ପଣ୍ଡାଙ୍କ ପିଛା ଛାଡ଼ୁନି ବିବାଦ । ତେବେ ଏପରି ଲାଗୁଛି ଯେମିତି ରାନୀ ପଣ୍ଡା ଯାତ୍ରା ଜଗତରେ ଜେବେ ଠରୁ ପାଦ ପକେଇଛନ୍ତି ସେବେ ଠରୁ ତାଙ୍କର ବିବାଦ ସହିତ ଭଲ ବନ୍ଧୁତା ହୋଇଯାଇଛି କହିଲେ ଚଳେ । ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ସବୁବୁଳେ ତାଙ୍କର କଟୁଶବ୍ଦ ପାଇଁ ଲୋକ ଲୋଚନକୁ ତଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ ଆଜି ଘଟଣା କିଛି ଅଲଗା ହୋଇଛି । କାହିଁକି ନାଁ ବିବାଦୀୟ ରାନୀ ପଣ୍ଡା କାନ୍ଦିବାର ଦୃଶ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆପଣ ମାନେ ଜାଣିଥିବେ ଏହି ନିକଟରେ ରାଣୀ ପଣ୍ଡାଙ୍କୁ ହତ୍ୟାର ଧମକ ଆସିଥିବା କଥା ରାଣୀ ନିଜେ କହିଥିଲେ । ଆଉ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ ରାଣୀ ପଣ୍ଡା । ତେବେ ଏକ ଅଜଣା ନମ୍ବରରୁ ରାଣୀଙ୍କୁ ଫୋନ ଆସିଥିଲା ଏବଂ ସେପଟୁ କୁହାଯାଇଥିଲା କି ତୁ ରାଣୀ ପଣ୍ଡା ନୁହେଁ ବରଂ ଡ୍ୟାସ୍ ପଣ୍ଡା ବୋଲି ।

ମାଳି ସାହିରେ ଧନ୍ଦା କରୁଥିଲୁ , ଏହାସହିତ ରାଣୀଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରା ଯାଇଥିଲା । ଏହାକୁ ନେଇ ରାଣୀ ଆଜି ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି ମୋ ଜୀବନ ପ୍ରତି ବିପଦ ରହିଛି , ମୋତେ ମାରି ଦେବାକୁ ଚାହୁଁଛନ୍ତି । ମୋର ଯଦି କିଛି ହୋଇଯାଏ ତେବେ ଯାତ୍ରାରେ ଦୈତାରୀ ପଣ୍ଡା , ଗୋରହରି , ହୀରାଲାଲ୍ ଏବଂ ବାପି ପଣ୍ଡା ହେବେ ଦାୟୀ ।

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ କି ବାପି ପଣ୍ଡା ମୋତେ ଜୀବନ ରୁ ମାରି ଦେବାକୁ ଚାହୁଁଛି । ତେବେ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ଯାତ୍ରା କଳାକାର ମାନଙ୍କର ଦାବି ନେଇ ଭୂବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ହୋ ହାଲା୍ କରିଥିବା ରାଣୀ ପଣ୍ଡା ଏକ ଷ୍ଟୁଡିଓରେ ବାପି ପଣ୍ଡାଙ୍କ ସହିତ ତୁ ତୁ ମେ ମେ ହୋଇ ଥିଲେ ।

ଏପରିକି ରାଣୀ ବାପି ପଣ୍ଡାଙ୍କ ଘରେ ପଶି ପିଟିବେ ବୋଲି ଖୋଲା ଧମକ ଦେଇଥିଲେ ଗଣ ମାଧ୍ୟମରେ । ଯାହା ଫଳରେ ବାପି ପଣ୍ଡା ମଧ୍ୟ କିଛି ସମୟ ପାଇଁ ଉତ୍ୟକ୍ତ ହୋଇ ଯାଇଥିଲେ । ସେ ମଧ୍ୟ ରାଗି ଯାଇ ଥିଲେ । କିନ୍ତୁ ରାଣୀ ପଣ୍ଡା ବାପି ପଣ୍ଡା ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ ଯେ ବାପି ପଣ୍ଡା ତାଙ୍କୁ ମାରିବାକୁ ହତ୍ୟା ଧମକ ଦେଇଥିଲେ । ତାଙ୍କ ଜୀବନକୁ ବରବାଦ୍ କରି ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ।

ତେବେ ତାଙ୍କର କାନ୍ଦିବାର କାରଣ ହେଉଛି ଯେତେବେଳେ ବାପି ପଣ୍ଡାଙ୍କ ସହିତ ବିବାଦ ତୀବ୍ର ଆଡକୁ ଗତିକଲା ସେତେବେଳେ ରାନୀ ପଣ୍ଡା ମିଡ଼ିଆ ସାମ୍ନାରେ କହିଛନ୍ତି ଯେ କିଛି ଯାତ୍ରା କଳାକାରମାନେ ତାଙ୍କ ବାହାଘରକୁ ଭାଙ୍ଗିଦେଇଛନ୍ତି । ତାଙ୍କର ବିବାହ ଦୁଇମାସ ପୂର୍ବରୁ ହେବା କଥା କିନ୍ତୁ ହୋଇନଥିଲା । ଆଜି ସେ କହିଛନ୍ତି କିଛି ଯାତ୍ରା କଳାକାର ମାନେ ମୋ ବାହାଘର ଭାଙ୍ଗିଛନ୍ତି ଓ ମୋ ଜୀବନକୁ ନର୍କକୁ ଠେଲି ଦେଇଛନ୍ତି । ମତେ ବିବାଦୀୟ ରାନୀ ପଣ୍ଡା ସଜେଇ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।