Odisha News Portal

ବାଲେଶ୍ୱର ଉପ ନିର୍ବାଚନରେ ବେଣୁଧର ଙ୍କୁ ସହଯୋଗ କରି ଚର୍ଚ୍ଚାକୁ ଆସିଥିବା ରାଣୀପଣ୍ଡା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି , କଣ ସେ ସତରେ କଂଗ୍ରେସରେ ଯୋଗ ଦେବେ ?

0 2

ଆପଣ ମାନେ ତ ଜାଣିଛନ୍ତି କି ଏଇ କେତେଦିନ ହେବ ବାଲେଶ୍ୱରର ଉପ ନିର୍ବାଚନ ଯାଇଅଛି । ତେବେ ସେହି ନିର୍ବାଚନରେ ଜିଏ ଜିତୁ କି ହାରୁ ସେ କଥାରେ କିଛି ନାହିଁ ମାତ୍ର ସେହି ନିର୍ବାଚନରେ ରାଣୀ ପଣ୍ଡା ବହୁତ ଫେମସ ହୋଇଛନ୍ତି । କାହିଁକିନା ରାଣୀ ପଣ୍ଡା ଏହି ନିର୍ବାଚନକରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଛିଡା କରି ଯାହାକୁ କେହି ବି ଜାଣିନଥିଲେ ତାଙ୍କ ପକ୍ଷରେ ରାଣୀ ପଣ୍ଡା ଯେଉଁଭଳି ଭାବରେ ମାଗଣାରେ ପ୍ରଚାର କରି ଭୋଟ ମାଗୁଛନ୍ତି ସେଥିରେ ତାଙ୍କ ଲୋକପ୍ରିୟତା ବହୁତ ବଢିବାରେ ଲାଗିଛି । ଏବେ ସେହି ବ୍ୟକ୍ତିଟି ହେଉଛନ୍ତି ବେଣୁ ମଉସା ଯାହାକୁ କେହି ମଧ୍ୟ ଜାଣିନଥିଲେ ମାତ୍ର ଏହି ବାଲେଶ୍ୱର ଉପନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ଛିଡା ହୋଇଥିଲେ ।

ତେବେ ଏବେ ଏହି କଥା ସାମ୍ନାକୁ ଆସିଛି କି ରାନୀ ପଣ୍ଡା ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ମାତ୍ର ତାହା କେତେ ଦୂର ସତ୍ୟ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏମିତି ଏକ କତା କାହିଁକି ଉଟି ତିଲା କି ରାଣୀ ରାଜନୀତିରେ ପ୍ରବେଶ କରିବେ ବୋଲି ।

ତେବେ କଥାଟି ହେଉଛି କି ଯେତେବେଳେ ପିପିଲିର ସ୍ୱର୍ଗତ ପ୍ରଦୀପ ମହାରଥିଙ୍କର ଦେହାନ୍ତ ଏକାଦଶାହ ରେ ରାଣୀ ପଣ୍ଡା ଧଳା ଶାଢୀରେ ପିପିଲି ରେ ପହଞ୍ଚି ଅସହାୟ ଲୋକଙ୍କୁ ବସ୍ତ୍ର ଏବଂ ଖାଇବାକୁ ଅବଢ଼ା ବାଣ୍ଟିଥିଲେ I ତେବେ ଏମିତି ସମସ୍ତ ଦୃଶ୍ୟ ଦେଖି ଲୋକମାନେ କହିଥିଲେ କି ରାଣୀ ପଣ୍ଡା ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ।

ତେବେ ଲୋକମାନଙ୍କର ଏପରି କଥା ଶୁଣି ରାଣୀ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଥିଲେ ରାଣୀ କହିଥିଲେ କି ରାଜନୀତିରେ ପ୍ରବେଶ କରିବାର ମୋର କୌଣସି ବି ଉଦ୍ଦେଶ୍ୟ ନାହିଁ । ତେବେ ପ୍ରଦୀପ ମହାରଥିଙ୍କର ପାଇଂ ସେ ଅପରି ଏଥିପାଇଁ କଲେ କି ସେ ତାଙ୍କର ବହୁତ ବଡ ଫ୍ୟାନ ଏବଂ ରାଣୀ ପ୍ରଦୀପ ମହାରଥୀଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି । ଏହା ସହିତ ଯାତ୍ରା ଜଗତ ସହିତ ତାଙ୍କର ବହୁତ ବଡ ଅବଦାନ ରହିଛି । ସେହି ଦୃଷ୍ଟିରୁ ମୋ ତରଫରୁ ମୋର ସବୁ ଯାତ୍ରା କଳାକାରଙ୍କ ତରଫରୁ ମୁଁ ଗୋଟିଏ ଛୋଟିଆ ପ୍ରୟାସ ଜାରି ରଖିଛି ମୋ ଗୁରୁଙ୍କ ପାଇଁ । ତେଣୁ ଏସବୁଥିରେ ରାଜନୀତିକୁ ପ୍ରବେଶ କରାନ୍ତୁ ନାହିଁ ।

ରାଣୀ ଏହା ମଧ୍ୟ କହିଛନ୍ତି କି ମହାରଥିଙ୍କ ପରେ ସେ ଯାହାକୁ ଅଧିକ ପସନ୍ଦ କରନ୍ତି ସେ ହେଉଛନ୍ତି କଂଗ୍ରେସର ସୁର ଭାଇ ତା ବୋଲି ନୁହେଁ ଯେ ମୁଁ କଂଗ୍ରେସରେ ପ୍ରବେଶ କରିବି ବୋଲି ଭାଇଙ୍କୁ ଟେକୁଛି । ତେବେ ଏମିତି କାମ ତାଙ୍କୁ ଭଲ ଲାଗିବାରୁ ସେ କରିଥିଲେ ମାତ୍ର ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ବି ଉଦ୍ଦେଶ୍ୟ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।