Odisha News Portal

ବର୍ତ୍ତମାନ ବଡ ଖବର ! କେଉଁ ଦଳ ପକ୍ଷରୁ ରାଜନିତୀ କରିବେ ଅଭିନେତା ସବ୍ୟସାଚୀ ! ବିଜେଡି , କଂଗ୍ରେସ ନାଁ ବିଜେପି , ଜାଣନ୍ତୁ ସଂମ୍ପୂର୍ଣ୍ଣ ଖବର …..

ଓଲିଉଡ ଜଗତ ବିଷୟରେ ତ ଆପଣ ସମସ୍ତେ ଜାଣିଛନ୍ତି।ଓଲିଉଡ଼ ଜଗତରେ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଅଭିନୟ ସହିତ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଇଥାନ୍ତି । ଓଲିଉଡ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।
ତେବେ ଓଲିଉଡ଼ ଜଗତର ଜଣେ ଆଗଧାଡ଼ିର ଅଭିନେତା ତଥା ଚକୋଲଟେବୟ ହେଉଛନ୍ତି ସବ୍ୟସାଚୀ ମିଶ୍ର ।

ସବ୍ୟସାଚୀଙ୍କର ଅଭିନୟ ସହିତ ତାଙ୍କର ଜନସେବା ପାଇଁ ମଧ୍ୟ ସେ ସର୍ବଦା ପରିଚିତ। କରୋନା ସମୟରେ ଲୋକମାନଙ୍କ ପାଇଁ ସେ ଯେଉଁ ସବୁ କାମ କରୁଛନ୍ତି ଲୋକମାନେ ତାଙ୍କୁ ଭଗବାନ ବୋଲି ମଧ୍ୟ କହୁଛନ୍ତି । ଅନ୍ୟ ରାଜ୍ୟରେ ଫସିଥିବା ହଜାର ହଜାର ଓଡ଼ିଆ ଭାଇ ମାନଙ୍କୁ ଓଡିଶା ଆଣିବାରେ ସଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିନା ସହାୟତାରେ ସେ ଅନେକ ଲୋକଙ୍କୁ ନିଜେ ଅର୍ଥ ଖର୍ଚ୍ଚ କରି ଅନ୍ୟ ରାଜ୍ୟରୁ ଓଡିଶାକୁ ତଥା ସେମାନଙ୍କ ନିଜ ଘରକୁ ପଠାଇଛନ୍ତି।

ତେବେ କରୋନା ମହାମାରୀ ଆରମ୍ଭରୁ ନେଇ ଏବେ ଯାଏଁ ସେ ଲୋକଙ୍କୁ ସାହାଯ୍ୟ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରିନାହାନ୍ତି। ରାଜ୍ୟ ବାହାରେ ଫସି ରହିଥିବା ଛାତ୍ର ଛାତ୍ରୀ ଏବଂ ଶ୍ରମିକ ମାନଙ୍କୁ ନିଜ ଖର୍ଚ୍ଚରେ ଓଡିଶା ଫେରାଇ ଆଣି ସତ ସତିକା ହିରୋ ପାଲଟି ଯାଇଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଏହାଛଡ଼ା ସେ ଅନେକ ବିପଦ ସମୟରେ ନିଜ ତରଫରୁ ଅର୍ଥ ସାହାଯ୍ୟ କରିଛନ୍ତି। ତେବେ ସବ୍ୟସାଚୀଙ୍କ ଏ ସାହାଯ୍ୟ ପାଇଁ ସେ ରାଜ୍ୟରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ତେବେ ଅଭିନେତା ସବ୍ୟସାଚୀ ମିଶ୍ର ରାଜନୀତିରେ ଏଣ୍ଟ୍ରି କରିବେ ବୋଲି କିଛିଦିନରୁ ବହୁ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଏହି ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ମୁହଁ ଖୋଲିଛନ୍ତି ସବ୍ୟସାଚୀ । ରାଜନୀତିରେ ପ୍ରବେଶକୁ ନେଇ ସବ୍ୟସାଚୀ କହିଛନ୍ତି, ମୋର ରାଜନୀତିରେ କୌଣସି ଅଭିଳାଷ କିମ୍ବା ଆଗ୍ରହ ତଥା ଇଚ୍ଛା ନାହିଁ ।

ଜନସାଧାରଣ ବା ଦର୍ଶକ ମତେ ଜଣେ ଅଭିନେତା ହିସାବରେ ତାଙ୍କ ହୃଦୟରେ ସ୍ଥାନ ଦେଇ ସାରିଛନ୍ତି । ଆଉ ଅଭିନେତାରୁ ଯଦି ନେତା ଆସନକୁ ଯିବି ତେବେ ସେମାନଙ୍କ ହୃଦୟ ଭାଙ୍ଗିବା ଛଡ଼ା କିଛି ହେବ ନାହିଁ। ତେବେ ହଁ ମୁଁ ରାଜନୀତିକୁ ସମ୍ମାନ କରେ ମାତ୍ର ଏଥିପାଇଁ ନିଜକୁ ଯୋଗ୍ୟ ମନେ କରୁ ନାହିଁ ।


ତେବେ ଯଦି କୌଣସି ଦଳରୁ ଅଫର ଆସିବାକୁ ନେଇ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର କହିଛନ୍ତି, ଯଦି ସୁଯୋଗ ଆସିଲା ମୁଁ କଥା ହେବି । ଆଉ ବିନା ରାଜନୀତିରେ ଯେମତି ଭଲ କାର୍ଯ୍ୟ କରି ହେବ ସେ ଦିଗରେ ଆଲୋଚନା କରିବି। ଅଭିନୟ ଏବଂ ଚଳଚ୍ଚିତ୍ରରେ ମୁଁ ସମୟ ଦେବାକୁ ଚାହେଁ। ଏହାସହିତ ସମାଜସେବା କାର୍ଯ୍ୟ ମଧ୍ୟ ଜାରି ରଖିବାକୁ ଚାହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।