Odisha News Portal

ଝିଅମାନଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା !ବସ୍ ଭିତରେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ସହିତ ଅସଦାଚରଣ କଲେ , ତା ପରେ ଯୁବତୀ ଜଣଙ୍କ ଏମିତି କିଛି କରିଦେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆଜିକାଲି ସମାଜରେ ଝିଅମାନଙ୍କୁ କମେଣ୍ଟ ମାରିବା, ଖରାପ ଇଙ୍ଗିତ କରିବା, ଏକୁଟିଆ ପାଇଲେ ଖରାପ ଭାଷାରେ ସେମାନଙ୍କୁ ଲଜ୍ଜିତ କଲାଭଳି କଥା କହିବା ଆଦି ଅଭଦ୍ରାମି ଯୁବକମାନଙ୍କ ନିକଟରେ ସାଧାରଣ କଥା ହୋଇଗଲାଣି । ଏହିଭଳି କାର୍ଯ୍ୟ କଲାପ କରି ମଧ୍ୟ ସେମାନେ ନିଜକୁ ବହୁତ୍ ବଡ଼ ଡନ ବୋଲି ଭାବନ୍ତି ଏବଂ ନିଜର ଯୁବାବସ୍ଥା ଉପରେ ବହୁତ ଗର୍ବ ମଧ୍ୟ କରିଥାନ୍ତି । ହେଲେ ସବୁ ସମୟ ସମାନ ନଥାଏ । କାହିଁକି ନାଁ ବେଳେବେଳେ ଏମାନେ ଏମିତି ଯୁବତୀଙ୍କ ସାମ୍ନରେ ପଡିଯାଇଥାନ୍ତି ଯେ ଏକାଥରେ ରାସ୍ତାକୁ ଆସି ଯାଇଥାନ୍ତି । ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ।

ରାଜ ମହଲରେ ଆଜି ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ଆପଣଙ୍କୁ ଆବାକ୍ କରି ଦେବ । ତେବେ ସେଠାରେ ଦେଖିବାକୁ ମିଳିଛି ଯେ ଜଣେ ଝିଅ ଲଢୁଛନ୍ତି ଜଣେ ବ୍ୟକ୍ତିଙ୍କ ସହ । ତେବେ କ୍ୟାମେରା ଦୂରରେ ଥି୍ବାରୁ ସେମାନଙ୍କର କଥା ସ୍ପଷ୍ଟ ହୋଇ ପାରି ନଥିଲା ।

ଯାହା ସୂଚନା ମିଳିଛି ବସ୍ ଭିତରେ ସେହି ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ସହିତ ଅସଦାଚରଣ କରିଥିଲେ । ରାଜ ମହଲରେ ଦୁହେଁ ଓହ୍ଲାଇବା ପରେ ଚାଲି ଥିଲା ଛକାପଞ୍ଝା । ତେବେ ଝିଅଟି ସହ ଏଭଳି କିଛି ଘଟିଥିଲା ଯେ ସେ ବସ୍ ରୁ ଓହ୍ଲାଇବା ମାତ୍ରେ ତଳୁ ଗୋଟିଏ ପଥର ଉଠାଇ ସେହି ବ୍ୟକ୍ତିଙ୍କ ମୁଣ୍ଡକୁ ପିଟି ଦେଇଥିଲେ ।

ତେବେ ସେହି ବ୍ୟକ୍ତି ଜଣଙ୍କ ଝିଅଟିକୁ ଠେଲା ପେଲା କରୁଥିବା କଥା ଝିଅଟି କହିବା ସହ ସେ ନିଜ ପାଇଂ ନିଜେ ଲଢୁଥିଲେ ରାଜ ମହଲ ଛକରେ । ଆଉ ବ୍ୟକ୍ତି ଜଣଙ୍କ ମଧ୍ୟ ତଳୁ ପଥର ଉଠାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପାଖରେ ଟ୍ରାଫିକ ପୋଲିସ୍ ଥିବାରୁ କିଛି କରି ପାରିଲେ ନାହିଁ । ତେବେ ଆପଣ ମାନେ ଥରେ ଭାବନ୍ତୁ ଯଦି ଭୂବନେଶ୍ବର ରେ ଏଭଳି ଘଟଣା ସବୁ ଘଟି ଯାଉଛି ତେବେ ଅନ୍ୟ ଜାଗାରେ କଣ ହେଉଥିବ ? ରାଜ ମହଲରେ ଯଦି ଏଭଳି ହାଇ୍ ଡ୍ରାମା ଦେଖିବାକୁ ମିଳୁଛି ତେବେ ଅନ୍ୟ ସ୍ଥାନରେ ଦୃଶ୍ୟ କିଭଳି ରହିବ ?

 ତେବେ ସେହି ବ୍ୟକ୍ତି ଜଣଙ୍କ କ୍ୟାମେରା ରେ କିଛି କହିବାକୁ ଆସି ଥିଲେ କିନ୍ତୁ ରାସ୍ତାରେ ଥିବା ଅନ୍ୟ ଜଣେ ବ୍ୟକ୍ତି କହିଥିଲେ ଯେ ତୁମ ମୁଣ୍ଡରୁ ରକ୍ତ ବାହାରଛୁ ତେଣୁ ତୁମେ ହସ୍ପିଟାଲ୍ ଯାଅ କହି ସେହି ଜାଗାରୁ ବିଦା କରି ଦେଇଥିଲେ । ତେବେ ଏ ନେଇ ଥାନାରେ ଏ ପର୍ଯ୍ୟନ୍ତ କୋଣସି ଏତେଲା ଦିଆ ଯାଇ ନାହିଁ ।

ଆଉ ସେହି ଝିଅଟି ମଧ୍ୟ କ୍ୟାମେରା ସାମ୍ନା କୁ ଆସି ଥିଲେ ନିଜର କଥା କହିବା ପାଇଁ କିନ୍ତୁ ସେ ବି ଚାଲି ଯାଇ ଥିଲେ ସେହି ଜାଗାରୁ । ତେବେ ଏ ପର୍ଯ୍ୟନ୍ତ ମଧ୍ୟ ଘଟଣା ଟି ପ୍ରକୃତରେ କଣ ଥିଲା ତାହା ସ୍ପଷ୍ଟ ଜଣା ପଡି ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡିଓ ଟିର ଦୃଶ୍ୟ ବଖାଣୁଛି ଯେ ଘଟଣା ପଛରେ ଇତିହାସ କଣ ହୋଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।